
ମୁମ୍ବାଇ:ଲୋକପ୍ରିୟ ଅଭିନେତା ମିଥୁନ୍ ଚକ୍ରବର୍ତୀଙ୍କ ପୁଅ ମହାକ୍ଷେ ତଥା ମିମୋଙ୍କର ବାହାଘର ଭାଙ୍ଗିଗଲା। ମିମୋଙ୍କ ନାମରେ ଜଣେ ଭୋଜପୁରୀ ଅଭିନେତ୍ରୀ ବିବାହ ପ୍ରଲୋଭନ ଦେଖାଇ ଦୁଷ୍କର୍ମ ଅଭିଯୋଗ ଆଣିବା ପରେ ଏମିତି ପରିସ୍ଥିତି ସୃଷ୍ଟି ହୋଇଛି। ଅଭିନେତ୍ରୀଙ୍କ ଅଭିଯୋଗ ଅନୁଯାୟୀ ଯେତେବେଳେ ସେ ଗର୍ଭବତୀ ଥିଲେ ମହାକ୍ଷେ ତାଙ୍କୁ କିଛି ଔଷଧ ଦେଇଥିଲେ। ଯାହାଫଳରେ ତାଙ୍କର ଗର୍ଭ ପାତ ହୋଇଥିଲା।
ସେ ଅଭିଯୋଗ କରିଛନ୍ତି ଯେ, ବିବାହର ମୋହ ଦେଖାଇ ୪ ବର୍ଷ ପର୍ଯ୍ୟନ୍ତ ସେ ସେହି ଅଭିନେତ୍ରୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ପରେ ତାଙ୍କୁ ଧୋକା ଦେଇ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ଅଭିନେତ୍ରୀ ଜଣକ କହିଛନ୍ତି ଯେ ମିମୋଙ୍କ ମା ଯୋଗିତା ବାଲୀ ମଧ୍ୟ ତାଙ୍କୁ ଧମକ ଦେଇଥିଲେ। ସେ କହିଥିଲେ ମିମୋଙ୍କ ସହ ସମ୍ପର୍କ ଜାରି ରଖିଲେ ତାଙ୍କୁ ଗଭୀର ପରିଣାମ ଭୋଗିବାକୁ ପଡ଼ିବ। ତେଣୁ ମା’ ପୁଅଙ୍କ ଭୟରେ ସେ ମୁମ୍ବାଇରୁ ଦିଲ୍ଲୀ ଚାଲି ଯାଇଥିଲେ।
ଅନ୍ୟପଟେ ମହାକ୍ଷେଙ୍କୁ ଦିଲ୍ଲୀ ଅଦାଲତରୁ ଆଗୁଆ ଜାମିନ୍ ମିଳିସାରିଛି। ସୂଚନାଯୋଗ୍ୟ ଯେ, ମହାକ୍ଷେଙ୍କ ସହ ମାଦ୍ଲାସା ଶର୍ମା ନାମ୍ନୀ ଜଣେ ଯୁବତୀଙ୍କ ସହ ବିବାହ ଠିକ୍ ହୋଇଥିଲା। ଜୁଲାଇ ୭ରେ ବାହାଘର ହେବା ନେଇ ସ୍ଥିର ହୋଇ ଥିଲା। ତେବେ ଉପରୋକ୍ତ ଘଟଣା ପଦାକୁ ଆସିବା ପରେ ମହାକ୍ଷେଙ୍କ ବାହାଘର ଭାଙ୍ଗିଯାଇଛି।
from OdishaReporter https://ift.tt/2u7PhJS
No comments:
Post a Comment