ଅବପାତର ରୂପ ନେଲା ଲଘୁଚାପ: ଆହୁରି ୪୮ ଘଣ୍ଟା ବର୍ଷିବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 21, 2018

ଅବପାତର ରୂପ ନେଲା ଲଘୁଚାପ: ଆହୁରି ୪୮ ଘଣ୍ଟା ବର୍ଷିବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାରା ରାଜ୍ୟରେ ଲଘୁଚାପ ଜିନିତ ବର୍ଷା ଲାଗି ରହିଛି। ଏ ବର୍ଷା ଆଗକୁ ବି ଜାରି ରହିବ। ମିଳିଥିବା ସୂଚନା ଅନୁଯାୟୀ, ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇଛି। ଏହାର ପ୍ରଭାବରେ ରାଜ୍ୟରେ ୪୮ ଘଣ୍ଟା ଧରି ବର୍ଷା ଲାଗି ରହିବ। ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଛି।

ଅନ୍ୟପକ୍ଷରେ ବର୍ଷା ଯୋଗୁ ସୃଷ୍ଟି ହେଉଥିବା ସ୍ଥିତିର ମୁକାବିଲା ନେଇ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ  ସମସ୍ତ ବିଭାଗକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସମୀକ୍ଷା ବୈଠକ ପରେ ସ୍ୱତନ୍ତ୍ର ରିଲିଫ୍ କମିଶନର୍‌ (ଏସ୍‌ଆର୍‌ସି) ବିଷ୍ଣୁପଦ ସେଠୀ କହିଛନ୍ତି,“ ମାଲକାନଗିରି ଓ ଜୟପାଟଣାରେ ଜଳବନ୍ଦୀ ଥିବା ଲୋକଙ୍କୁ ଉଦ୍ଧାର କରାଯାଇଛି। କଟକ ଓ ଭୁବନେଶ୍ୱରରେ ଜଳବନ୍ଦୀଙ୍କୁ ରନ୍ଧା ଖାଦ୍ୟ ଦିଆଯିବ। ବନ୍ୟାରେ କାହାର ମୃତ୍ୟୁ ଘଟି ନାହିଁ। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁରରେ କାନ୍ଥପଡ଼ି ୨ ଜଣଙ୍କ ମୃତ ଘଟିଛି। ନଦୀରେ ଜଳସ୍ତର ବଢ଼ୁଛି, ହେଲେ କୌଣସିଠାରେ ବିପଦ ସଙ୍କେତ ଟପି ନାହିଁ।”

ଗତ ୨୪ ଘଣ୍ଟା ଭିତରେ ପୁରୀରେ ସର୍ବାଧତ୍କ ୩୨୨ ମିମି ବର୍ଷା ହୋଇଛି। ବ୍ରହ୍ମଗିରିରେ ୨୯୩ ମିମି ବର୍ଷା ହୋଇଥିବା ବେଳେ କଳାହାଣ୍ଡିର ଥୁଆମୂଳ ରାମପୁରରେ ୨୮୮.୪ ମିମି ବର୍ଷା ହୋଇଛି। ରାଜ୍ୟର ୧୬ଟି ସ୍ଥାନରେ ଗତ ୨୪ ଘଣ୍ଟାରେ ୨୦୦ ମିମିରୁ ଅଧତ୍କ ବର୍ଷା ହୋଇଛି। କଟକରେ ୨୦୫ ମିମି ଓ ଭୁବନେଶ୍ୱରରେ ୧୮୦ ମିମି ବର୍ଷା ହୋଇଛି।



from OdishaReporter https://ift.tt/2muXbsy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages