
ଥାନେ: ଏବେବି ସଚ୍ଚୋଟପଣିଆ ବଞ୍ଚି ରହିଛି। ମୁମ୍ବାଇର ଥାନେ ଅଞ୍ଚଳରେ ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି। ଥାନେ ଅଞ୍ଚଳରେ ରହନ୍ତି ବିପିନ୍ଭାଇ ପଟେଲ୍। ସେ ଜଣେ ଅଟୋ ଡ୍ରାଇଭର। ଅଟୋ ଚଲାଇ ପରିବାର ଚଳାନ୍ତି। କିନ୍ତୁ ଏବେ ସେ ହିରୋ ପାଲଟି ଯାଇଛନ୍ତି। ଚାରିଆଡ଼ୁ ତାଙ୍କ ପାଖକୁ ଛୁଟୁଛି ପ୍ରଶଂସାର ସୁଅ। କାରଣ ସେ ସେମିତିଆ ଏକ କାମ କରିଛନ୍ତି।
ଦିନେ ଏକ ଦମ୍ପତି ତାଙ୍କ ଅଟୋରେ ଯାତ୍ରା କରିଥିଲେ। ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପରେ ସେମାନେ ପଇସା ଦେଇ ଅଟୋରୁ ଓହ୍ଲାଇ ଯାଇଥିଲେ। ତେବେ ସେମାନେ ଭୁଲବଶତଃ ଅଟୋରେ ଏକ ବ୍ୟାଗ୍ ଛାଡ଼ି ଯାଇଥିଲେ। ସେହି ବ୍ୟାଗ୍ରେ ପ୍ରାୟ ୫ ଲକ୍ଷ ଟଙ୍କା ସୁନା ଥିଲା। ବିପିନ୍ଭାଇ ବି ବ୍ୟାଗ୍ଟିକୁ ଦେଖି ନ ଥିଲେ। ପରେ ସେ ବ୍ୟାଗ୍ଟିକୁ ଦେଖିଥିଲେ ଓ ସେଇଟିକୁ ନେଇ ନିଜ ମାଲିକଙ୍କୁ ଦେଇଥିଲେ। ମାଲିକ କହିବାରୁ ସେ ବ୍ୟାଗ୍ଟି କାହାର ହୋଇଥାଇପାରେ ବୋଲି ମନେ ପକାଇଲେ। କିଛି ସମୟ ଭାବିବା ପରେ ସେ ନିଶ୍ଚିତ ହେଲେ ବ୍ୟାଗ୍ଟିକୁ ସେହି ଦମ୍ପତି ଛାଡ଼ି ଯାଇଛନ୍ତି। ତା’ପରେ ସେମାନେ ପୁଲିସ୍ ସହିତ ଯୋଗାଯୋଗ କରିଥିଲେ। ତା’ପରେ ଉକ୍ତ ଦମ୍ପତିଙ୍କୁ ଖୋଜା ଯାଇଥିଲେ। ବହୁତ ଖୋଳତାଡ଼ ପରେ ସେମାନଙ୍କ ପରିଚୟ ମିଳିଥିଲା। ସେମାନେ ଥିଲେ ଜୁଲ୍ଫିକର ଲକ୍ଡାଓ୍ଵାଲା ଓ ତାଙ୍କ ପତ୍ନୀ ରଚନା। ପରେ ପୁଲିସ୍ ସେମାନଙ୍କ ସହ ଯୋଗାଯୋଗ କରି ଉକ୍ତ ବ୍ୟାଗ୍କୁ ଫେରାଇ ଦେଇଥିଲା।
ସୂଚନା ଅନୁଯାୟୀ, ଏହି ଦମ୍ପତି ଲଣ୍ଡନରେ ଓକିଲାତି କରନ୍ତି। ସେମାନେ ଭାରତ ଗସ୍ତରେ ଆସିଥିଲେ।
from OdishaReporter https://ift.tt/2JHJfVa

No comments:
Post a Comment