
ସୁନ୍ଦରଗଡ଼ (ଓଡ଼ିଶା ରିପୋର୍ଟର): ସୁନ୍ଦରଗଡ଼ ଟାଉନ୍ ଥାନା ଅନ୍ତର୍ଗତ ରାଣୀବଗିଚା ବାଇପାସ୍ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଦୁଇ ଜଣ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଛି।
ଗତକାଲି ବିଳମ୍ୱିତ ରାତିରେ ଏକ ଅଜଣା ଗାଡ଼ି ଉଭୟଙ୍କୁ ଧକ୍କା ଦେଇଥିବା ସନ୍ଦେହ କରାଯାଉଛି। ତେବେ ସେମାନେ କିଏ ଏବଂ କେଉଁଠାକୁ ଯାଉଥିଲେ କିଛି ଜଣା ପଡ଼ିନାହିଁ। ମୃତଦେହ ନିକଟରେ ଛତିଶଗଡ଼ ନମ୍ୱର ଥିବା ଏକ ବାଇକ୍ ପଡ଼ିଛି। ବାଇକ୍ର ସାମ୍ନା ଚକ ବାହାରି ଯାଇଛି। ତେଣୁ ସେମାନେ ବାଇକ୍ରେ ଯାଉଥିଲେ ବୋଲି ସନ୍ଦେହ କରାଯାଉଛି। ପୁଲିସ୍ ରାତିରେ ମୃତଦେହଗୁଡ଼ିକୁ ଉଦ୍ଧାର କରିଥିଲା। ସେଗୁଡ଼ିକୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରଖାଯାଇଛି।
from OdishaReporter https://ift.tt/2AeEovj
No comments:
Post a Comment