‘ରାହୁଲଙ୍କୁ କୁଣ୍ଢାଇଲେ ଆମ ସ୍ତ୍ରୀମାନେ ଆମକୁ ଛାଡ଼ପତ୍ର ଦେଇ ଦେବେ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 26, 2018

‘ରାହୁଲଙ୍କୁ କୁଣ୍ଢାଇଲେ ଆମ ସ୍ତ୍ରୀମାନେ ଆମକୁ ଛାଡ଼ପତ୍ର ଦେଇ ଦେବେ’

rahul

ନୂଆଦିଲ୍ଲୀ: “ହଁ, ରାହୁଲ ଗାନ୍ଧିଙ୍କୁ ଆଲିଙ୍ଗନ କରିବାକୁ ଆମକୁ ଡର ଲାଗୁଛି। କାରଣ ଏହା ପରେ ଆମ ପତ୍ନୀମାନେ ଆମକୁ ଛାଡ଼ପତ୍ର ଦେଇପାରନ୍ତି। ଏବେ ବି ୩୭୭ ଧାରା ରଦ୍ଦ ହୋଇନି। ଯଦି ରାହୁଲ ଗାନ୍ଧି ବାହା ହୋଇଯିବେ, ତା’ହେଲେ ଆମେ ତାଙ୍କୁ ଆଲିଙ୍ଗନ କରିବୁ।” ଏଭଳି ମନ୍ତବ୍ୟ ଦେଇଛନ୍ତି ବିଜେପି ସାଂସଦ ନିଶିକାନ୍ତ ଦୁବେ।

nisikantଲୋକସଭାରେ ପ୍ରଧାନମନ୍ତ୍ରୀଙ୍କୁ ଆଲିଙ୍ଗନ କରିବା ଘଟଣାରେ ବିଭିନ୍ନ ବର୍ଗରୁ ସମାଲୋଚିତ ହେବା ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ବିଜେପି ସାଂସଦମାନଙ୍କୁ ଟାର୍ଗେଟ୍ କରି କହିଥିଲେ ଯେ ସେମାନେ ଏବେ ତାଙ୍କୁ ଦେଖିଲେ ଦୁଇ ହାତ ପଛକୁ ଘୁଞ୍ଚି ଯାଉଛନ୍ତି। କାରଣ ସେମାନେ ଭାବୁଛନ୍ତି ଯେ ସେ ସେମାନଙ୍କୁ ବି ଆଲିଙ୍ଗନ କରିନେବେ। ରାହୁଲଙ୍କ ଏଭଳି ମନ୍ତବ୍ୟ ଉପରେ ବିଜେପି ସାଂସଦ ନିଶିକାନ୍ତ ଦୁବେ ଏମିତି ପ୍ରତିକ୍ରିୟା ଦେଇଛନ୍ତି।

rahulରାହୁଲଙ୍କ ଜଣେ ବନ୍ଧୁ କହିଛନ୍ତି,“ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଲିଙ୍ଗନ କରିବାକୁ ରାହୁଲ ତିନି ଚାରି ମାସ ତଳେ ଯୋଜନା କରିଥିଲେ।  ମୋଦି ସବୁବେଳେ ଗାନ୍ଧି ପରିବାର ଓ ସୋନିଆ ଗାନ୍ଧିଙ୍କୁ ସମାଲୋଚନା କରୁଥିବାରୁ ସେ ଏମିତି ନିଷ୍ପତ୍ତି ନେଇଥିଲେ। ମୋଦିଙ୍କ ରାଗ, ସମାଲୋଚନା ଓ ଘୃଣାକୁ କାଉଣ୍ଟର୍‌ କରିବାକୁ ସେ ଏହି ଉପାୟ ଆପଣାଇଥିଲେ।”

ଏକ କାର୍ଯ୍ୟକ୍ରମ ଅବସରରେ ରାହୁଲ କହିଥିଲେ,“ ଆପଣ ନିଜର ସମସ୍ତ ଶକ୍ତି ଖଟାଇ ଅନ୍ୟ ଜଣଙ୍କ ସହିତ ଲଢ଼ିପାରନ୍ତି। ତେବେ ଆପଣ ତାଙ୍କୁ ଘୃଣା କରିବେ କି ନାହିଁ ତାହା ସଂପୂର୍ଣ୍ଣ ଭାବେ ଆପଣଙ୍କ ଉପରେ ନିର୍ଭର କରେ। ଏହାକୁ ବୁଝିବା ବହୁତ ଜରୁରୀ। ମୋ’ଠାରୁ ଲାଲକୃଷ୍ଣ ଆଡ଼ଭାନୀଙ୍କ ବିଚାରଧାରା ପୂରା ଅଲଗା। ପ୍ରତି ପାଦରେ ମୁଁ ତାଙ୍କ ସହିତ ଲଢ଼ି ପାରିବି। କିନ୍ତୁ ଏହା ଜରୁରୀ ନୁହେଁ ଯେ ସେଥିପାଇଁ ମୁଁ ତାଙ୍କୁ ଘୃଣା କରିବି।”



from OdishaReporter https://ift.tt/2Af7UB1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages