ଦିଲ୍ଲୀରେ ବିପଦ ସଙ୍କେତ ଉପରେ ଯମୁନା, ୩ହଜାର ଲୋକଙ୍କୁ କରାଗଲା ସ୍ଥାନାନ୍ତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 30, 2018

ଦିଲ୍ଲୀରେ ବିପଦ ସଙ୍କେତ ଉପରେ ଯମୁନା, ୩ହଜାର ଲୋକଙ୍କୁ କରାଗଲା ସ୍ଥାନାନ୍ତର

ନୂଆଦିଲ୍ଲୀ: ଉପର ମୁଣ୍ଡରେ ପ୍ରବଳ ବର୍ଷା ସହ ହରିଆଣାର ହାଥିନକୁଣ୍ଡ ବ୍ୟାରେଜରୁ କ୍ରମାଗତ ଭାବେ ବନ୍ୟାଜଳ ନିଷ୍କାସିତ ହେଉଥିବାରୁ ଯମୁନା ନଦୀର ଜଳସ୍ତର ଫୁଲିବାରେ ଲାଗିଛି।

ବର୍ତ୍ତମାନ ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବାରୁ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ବନ୍ୟା ଆଶଙ୍କା ସ୍ଟୃଷ୍ଟି ହୋଇଛି।

ଯମୁନା ନଦୀର ଜଳସ୍ତର ସୋମବାର ୨୦୫.୫ ମିଟର ରହିଛି। ଯମୁନା ନଦୀର ବିପଦ  ସଙ୍କେତ ୨୦୪ ମିଟର ଥିବାବେଳେ ବର୍ତ୍ତମାନ ଜଳସ୍ତର ଦେଢ଼ ମିଟର ଉପରେ ପ୍ରବାହିତ ହେଉଛି।

ଯମୁନାର ଜଳସ୍ତର ବୃଦ୍ଧି ପାଉଥିବାରୁ ତଳିଆ ଅଞ୍ଚଳରେ ରହୁଥିବା ପାଖାପାଖି ୩ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

ପରିସ୍ଥିତିକୁ ନଜରରେ ରଖି ଏନ୍‌ଡିଆର୍‌ଏଫ୍‌ ଓ ସେନାକୁସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ବନ୍ୟା ପାଇଁ ସ୍ୱତନ୍ତ୍ର ଜରୁରୀକାଳୀନ ନମ୍ବର ୧୦୭୭ ଜାରି କରାଯାଇଛି।

 

ଆଜି ସକାଳୁ ସ୍ଥିତି ଏତେ ଗମ୍ଭୀର ହୋଇଯାଇଥିଲା ଯେ ଯମୁନା ନଦୀ ଉପରେ ଥିବା ପୋଲ ଦେଇ ଯାତାୟାତକୁ ବନ୍ଦ କରାଯାଇଥିଲା। ଏଥିଯୋଗୁ ନର୍ଦର୍ଣ୍ଣ ରେଲୱେ ପକ୍ଷରୁ ଯମୁନା ବ୍ରିଜ ଉପର ଦେଇ ଯାଉଥିବା ୨୭ଟି ପାସେଞ୍ଜର୍‌ ଟ୍ରେନକୁ ବାତିଲ କରାଯାଇଥିଲା। ସେହିପରି ଅନେକ ଏକ୍ସପ୍ରେସ ଟ୍ରେନର ଗତିପଥ ବଦଳା ଯାଇଥିଲା।

ଅନ୍ୟପକ୍ଷରେ ଉତ୍ତର ପ୍ରଦେଶରେ ମଧ୍ୟ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି।

କାନପୁର ନିକଟରେ ଗଙ୍ଗା ନଦୀର ଜଳସ୍ତର ବଢ଼ିବାରେ ଲାଗିଛି। କିଛି ସ୍ଥାନରେ ଏହା ବିପଦସଙ୍କେତ ନିକଟତର ହୋଇଥିବା ଜଣାପଡ଼ିଛି। ନଦୀକୂଳିଆ ଲୋକଙ୍କୁ ଉଚ୍ଚସ୍ଥାନକୁ ସ୍ଥାନାନ୍ତର କରାଯାଇଥିବାବେଳେ ଗଙ୍ଗାରେ ନୌଚାଳନା ବନ୍ଦ ରହିଛି।।



from OdishaReporter https://ift.tt/2LCeGpR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages