
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦ୍ୱୈତ ନଗରୀ ଭୁବନେଶ୍ୱର ଓ କଟକରେ ସବୁବେଳେ ଟ୍ରାଫିକ୍ ସମସ୍ୟା ଦେଖାଦେଇଥାଏ। ସେଥିପାଇଁ ସହରବାସୀ ନାନା ଅସୁବିଧାରେ ସମ୍ମୁଖୀନ ହୋଇଥାଆନ୍ତି। ଏବେ ଏଥିରୁ ମିଳିବ ନିସ୍ତାର। ଏଥିପାଇଁ ଆଉ କାହାକୁ ପଚାରିବାକୁ ପଡ଼ିବ ନାହିଁ। କମିଶନରେଟ୍ ପୁଲିସ ଏବେ ଆରମ୍ଭ କରିଛି ଅନ୍ଲାଇନ୍ ସେବା। କମିଶନରେଟ୍ ପୁଲିସର ଟ୍ରାଫିକ ୱେବ୍ ପୋର୍ଟାଲ୍କୁ ଯାଇ ଆପଣ ଭୁବନେଶ୍ୱର ଓ କଟକ ସହରର କେଉଁ ରାସ୍ତାରେ ଟ୍ରାଫିକ ଭିଡ଼ ରହିଛି ଓ କେଉଁ ରାସ୍ତାରେ ସୁବିଧାରେ ଯିବା ଆସିବା କରିହେବ, ତାହାର ସୂଚନା ମିଳିବ।
କେବଳ ସେତିକି ନୁହେଁ, କମିଶନରେଟ୍ ପୁଲିସ ପକ୍ଷରୁ ଲଞ୍ଚ ହୋଇଥିବା ୱେବ୍ସାଇଟ୍ ଜରିଆରେ ଦୁର୍ଘଟଣା କମାଇବା ପାଇଁ ଲୋକଙ୍କୁ ସଚେତନ କରାଯିବ। ଏହି ୱେବ୍ସାଇଟ୍ ମାଧ୍ୟମରେ ଲୋକେ ଟ୍ରାଫିକ ନିୟମ ବାବଦରେ ମଧ୍ୟ ସୂଚନା ପାଇବେ ବୋଲି ପୁଲିସ କମିଶନର ଓ୍ୱାଇ.ବି.ଖୁରାନିଆ କହିଛନ୍ତି।

ଖରାରେ କାମ କରୁଥିବା ଟ୍ରାଫିକ କର୍ମଚାରୀଙ୍କୁ କୁଲିଂ ଜ୍ୟାକେଟ୍ ମଧ୍ୟ ଦିଆଯାଇଛି। ଏହି ଜ୍ୟାକେଟ୍ ପିନ୍ଧି କାମ କଲେ ବାହାର ତାପମାତ୍ରାଠାରୁ କମ୍ ତାତି ଅନୁଭୂତ ହେବ। ଏହାଦ୍ୱାରା ଟ୍ରାଫିକ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ବଢିବ।
from OdishaReporter https://ift.tt/2v3kpdM
No comments:
Post a Comment