ଭାରତ-ଇଂଲଣ୍ଡ ପ୍ରଥମ ଦିନିକିଆ: ୪ ନମ୍ବର୍‌ ସ୍ଥାନରେ ବ୍ୟାଟିଂ କରିପାରନ୍ତି କୋହଲି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 12, 2018

ଭାରତ-ଇଂଲଣ୍ଡ ପ୍ରଥମ ଦିନିକିଆ: ୪ ନମ୍ବର୍‌ ସ୍ଥାନରେ ବ୍ୟାଟିଂ କରିପାରନ୍ତି କୋହଲି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟି-ଟ୍ୱେଣ୍ଟି ସିରିଜ୍‌ରେ ଇଂଲଣ୍ଡକୁ ମାତ୍ ଦେବା ପରେ ଆଜିଠାରୁ ଆରମ୍ଭ ହେବାକୁ ଥିବା ଦିନିକିଆ ସିରିଜ ଉପରେ ଭାରତର ନଜର। ତିନି ଟିକିଆ ଦିନିକିଆ ସିରିଜକୁ ମଧ୍ୟ କବ୍ଜା କରିବାକୁ ଚେଷ୍ଟା କରିବ ବିରାଟ ବାହିନୀ। ଆଜି ଟେଣ୍ଟବ୍ରିଜରେ ଖେଳାଯିବ ପ୍ରଥମ ଦିନିକିଆ। ଭାରତ ଦିନିକିଆ ସିରିଜକୁ ଜିତି ମନୋବଳ ଦୃଢ କରିବା ଆଶାରେ ପଡ଼ିଆକୁ ଓହ୍ଲାଇବ। ଦିନିକିଆ ସିରିଜ୍‌ରେ ଘରୋଇ ଇଂଲଣ୍ଡକୁ ହରାଇବା ପାଇଁ ଟିମ୍ ଇଣ୍ଡିଆକୁ ବେଶ୍ ପରିଶ୍ରମ କରିବାକୁ ପଡିବ। ଅଷ୍ଟ୍ରେଲିଆକୁ ୫-୦ରେ ହରାଇ କ୍ଲିନ ସୁଇପ କରିଥିବା ଇଂଲିସ୍ ଟିମ୍। ଏବେ ଶ୍ରେଷ୍ଠ ଫର୍ମରେ ଦଳର ଶକ୍ତିଶାଳୀ ବ୍ୟାଟିଂ ଲାଇନ ସହ ବୋଲିଂ ବିଭାଗ ବି ମଜବୁତ୍ ରହିଛି। ସିରିଜର ଦ୍ୱିତୀୟ ଓ ତୃତୀୟ ମ୍ୟାଚ ଖେଳାଯିବ ୧୪ ଓ ୧୭ରେ ତା ପରେ ଆରମ୍ଭ ହେବ ଟେଷ୍ଟ ସିରିଜ।

ପୂର୍ବରୁ ଭାରତ ଟି-ଟ୍ୱେଣ୍ଟି ସିରିଜକୁ ୨-୧ରେ ଜିତିନେଇଥିଲା। ଯେଉଁଥିରେ ଅଧିନାୟକ ବିରାଟ କୋହଲି ବ୍ୟାଟିଂ କ୍ରମରେ ଅନେକ ପରିବର୍ତ୍ତନ କରିଥିବା ନଜର ଆସିଥିଲେ। ଏବେ ଏହି ପ୍ରୟୋଗ ଦିନିକିଆ ସିରିଜରେ ମଧ୍ୟ ଜାରି ରହିବ ବୋଲି ଆଶା କରାଯାଉଛି। ଆଜି ମ୍ୟାଚ୍‌ରେ ୩ୟ ସ୍ଥଆନରେ କେଏଲ୍‌ ରାହୁଲଙ୍କୁ ସୁଯୋଗ ମିଳିବ ବୋଲି ଆଶା କରାଯାଉଛି। ଯଦି ଏଭଳି ହୁଏ ତେବେ ୪ର୍ଥ ସ୍ଥାନରେ ଅଧିନାୟକ କୋହଲି ବ୍ୟାଟିଂ କରିବାରୁ ପଡ଼ିଆକୁ ଓହ୍ଲାଇବେ। ଟି-ଟ୍ୱେଣ୍ଟି ସିରିଜର ପ୍ରଥମ ମ୍ୟାଚ୍‌ରେ ରାହୁଲ ୩ ନମ୍ବର୍‌ରେ ବ୍ୟାଟିଂ କରିବାକୁ ଆସିଥିବା ବେଳେ ବିରାଟ ୪ ନମ୍ବର୍‌ରେ ବ୍ୟାଟିଂ କରିଥିଲେ।



from OdishaReporter https://ift.tt/2umSsMQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages