‘ମୁସଲମାନ୍‌ ବ୍ୟକ୍ତି କାହିଁକି ପିନ୍ଧିଛନ୍ତି ଧଳା ଟୋପି’ ପ୍ରଶ୍ନର ଏମିତି ଉତ୍ତର ଦେଲେ ମାଆ: ଭାଇରାଲ୍‌ ହେଲା ପୋଷ୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 22, 2018

‘ମୁସଲମାନ୍‌ ବ୍ୟକ୍ତି କାହିଁକି ପିନ୍ଧିଛନ୍ତି ଧଳା ଟୋପି’ ପ୍ରଶ୍ନର ଏମିତି ଉତ୍ତର ଦେଲେ ମାଆ: ଭାଇରାଲ୍‌ ହେଲା ପୋଷ୍ଟ

ଅନେକ ସମୟରେ ଆମ ଦେଶରେ ଜାତି, ଧର୍ମ ଏବଂ ସମ୍ପ୍ରଦାୟକୁ ନେଇ ଗଣ୍ଡଗୋଳ ହୁଏ। ଯାହାର ଅନେକ ଦୃଷ୍ଟାନ୍ତ ରହିଛି। କିନ୍ତୁ ଯେତେବେଳେ ଆବଶ୍ୟକ ପଡ଼େ ସେତେବେଳେ ପରସ୍ପରର ସହଯୋଗ ପାଇଁ ଦେଶବାସୀ ଏକାଠି ମଧ୍ୟ ହୁଅନ୍ତି। ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଲୋକମାନଙ୍କ ମନରୁ ସେ ‘ବିବିଧତା ମଧ୍ୟରେ ଏକତା’ ଭାବକୁ ଦୂରେଇବାକୁ ଚେଷ୍ଟା କରନ୍ତି। ସେମିତି ଏକ କାହାଣୀ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି।

ମେଘନା ଅଥ୍‌ୱାନୀ ନାମକ ଜଣେ ଫେସ୍‌ବୁକ୍‌ ବ୍ୟବହାରକାରୀ ଏହି କାହାଣୀକୁ ଶେୟାର କରିଛନ୍ତି। ଜଣେ ମାଆ ଓ ଝିଅ ମଧ୍ୟରେ ହୋଇଥିବା ବାର୍ତ୍ତାଳାପକୁ ସେ ଶେୟାର କରିଛନ୍ତି। ମେଘନା ଦିଲ୍ଲୀରେ ରୁହନ୍ତି। ଗତ କିଛି ମାସ ତଳେ ସେ ଉବର କ୍ୟାବ୍‌ରେ ଯାଉଥିଲେ। କିଛି ବାଟ ଯିବା ପରେ ତାଙ୍କ କ୍ୟାବ୍‌ରେ ଜଣେ ମାଆ ଓ ଝିଅ  ଆସି ବସିଲେ। ଆଉ କିଛି ବାଟ ଯିବା ପରେ ଜଣେ ମୁସଲମାନ୍‌ ବ୍ୟକ୍ତି ସେହି କ୍ୟାବ୍‌ରେ ଆସି ବସିଲେ। ମୁସଲମାନ୍‌ ବ୍ୟକ୍ତିଙ୍କ ମୁଣ୍ଡରେ ଏକ ଧଳା ଟୋପି ଥିଲା। ସେହି ଧଳା ଟୋପି ଦେଖି କାରରେ ବସିଥିବା କୁନି ଝିଅଟି ତା ମାଆକୁ ପଚାରିଲା ‘ମା, ଏ ସନ୍ଧ୍ୟା ସମୟରେ ବ୍ୟକ୍ତି ଜଣଙ୍କ ମୁଣ୍ଡରେ ଟୋପି କାହିଁକି ପିନ୍ଧିଛନ୍ତି? ଯାହାର ଉତ୍ତର ବଡ଼ ସୁନ୍ଦର ଭାବରେ ମହିଳା ଜଣଙ୍କ ଦେଲେ।

ସେ କହିଲେ- ‘ତମେ ମତେ କେବେ ମୁଣ୍ଡରେ ଓଢଣା ଦେବା ଦେଖିନ? ଯେତେବେଳେ ମୁଁ ମନ୍ଦିର ଯାଏ। କିମ୍ବା ଯେତେବେଳେ ଆମ ଘରକୁ କେହି ଗୁରୁଜନ ଆସନ୍ତି। ଏବଂ ଯେତେବେଳେ ମୁଁ କେଉଁ ଗୁରୁଜନର ପାଦ ଛୁଇଁ ଆଶୀର୍ବାଦ ନିଏ। ଏହା ସମ୍ମାନର ପ୍ରତୀକ।’ ତଥାପି ଝିଅଟି ମନରୁ ଦ୍ୱନ୍ଦ୍ୱ ଦୂର ହେଲାନି। ସେ ପୁଣି ପ୍ରଶ୍ନ କଲା ଯେ ମାଆ ଏଠିତ କେହି ଗୁରୁଜନ ନାହାଁନ୍ତି। କିଛି ମନ୍ଦିର ବି ନାହିଁ। ତାହାଲେ କ’ଣ ପାଇଁ ସେ ଟୋପି ପିନ୍ଧିଛନ୍ତି?

ମହିଳା ଜଣଙ୍କ ପୁଣି ଥରେ ଉତ୍ତର ଦେଲେ- ‘କାରଣ ତାଙ୍କ ବାପା ମାଆ ତାଙ୍କୁ ସବୁ ସ୍ଥାନରେ ସମସ୍ତଙ୍କୁ ସମ୍ମାନ ଦେବା ଶିଖାଇଛନ୍ତି। ଯେମିତି ମୁଁ ତୁମକୁ ଶିଖାଏ ଗୁରୁଜନଙ୍କୁ ଦେଖିଲେ ନମସ୍କାର କରିବାକୁ।’

ଏହାପରେ ବୋଧହୁଏ ପିଲାଟି ବୁଝିଯାଇଥିଲା। ତେଣୁ ସେ ଆଉ କିଛି ପ୍ରଶ୍ନ କରିନଥିଲା। ଏ କାହାଣୀ ଲେଖି ମେଘନା ପୋଷ୍ଟ କରିବା ପରେ ତାଙ୍କ ପୋଷ୍ଟ୍‌ ଭାଇରାଲ୍‌ ହେଉଛି। କିଛି ଲୋକ ଏମିତି ମାନସିକତା ରହିଲେ ଦେଶରେ ଧର୍ମନିରପେକ୍ଷତା ଆସିଯିବ ବୋଲି କହିବା ସହ ମହିଳାଙ୍କୁ ପ୍ରଶଂସାରେ ପୋତିପକାଇଛନ୍ତି।



from OdishaReporter https://ift.tt/2uWwZL5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages