
ନୂଆଦିଲ୍ଲୀ: ଅହମଦାବାଦର ଚାନ୍ଦୋଲିଆ ଗାଁର ପ୍ରାଥମିକ ବିଦ୍ୟାଳୟ ଏବେ ଦେଶର ପ୍ରଥମ ଗୁଗଲ ସ୍କୁଲ ହୋଇଯାଇଛି। ଏଠାରେ ପିଲାମାନେ ପାଠପଢ଼ା, ହୋମ୍ୱାର୍କ ଓ ପରୀକ୍ଷା ପର୍ଯ୍ୟନ୍ତ ସବୁ କାମ ଅନଲାଇନ୍ରେ କରୁଛନ୍ତି। ଗୁଗୁଲ୍ ଇଣ୍ଡିଆର ଶିକ୍ଷା ଅଧିକାରୀ ଗତ ଶନିବାର ହ୍ୟାଙ୍ଗଆଉଟ୍ ଜରିଆରେ ପିଲାଙ୍କୁ ପଚାରିଥଲେ ଯେ ବ୍ଲାକବୋର୍ଡ ଓ ଗୁଗଲ କ୍ଲାସ୍ ଭିତରୁ କେଉଁଟା ଭଲ ଲାଗୁଛି, ସେତେବେଳେ ପିଲାମାନେ ଗୁଗଲ କ୍ଲାସ୍ ବୋଲି ଜବାବ ଦେଇଥିଲେ।
ଚାନ୍ଦଲୋଡ଼ିଆ ଗାଁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅନେକ ଦିନରୁ କମ୍ପ୍ୟୁଟର ଲ୍ୟାବ୍ ଥିଲା ହେଲେ ଏବେ ଏହା ଦେଶର ପ୍ରଥମ ଗୁଗଲ୍ ସ୍କୁଲ ଭାବେ ପରିଚିତ।
ଗୁଗଲ ଏଜୁକେଶନ୍ର ମୁଖ୍ୟ ବାନୀ ଧୱନ୍ ଗତକାଲି ହ୍ୟାଙ୍ଗ୍ଆଉଟ୍ ଜରିଆରେ ଏହାର ବିଧିବଦ୍ଧ ଭାବେ ଆରମ୍ଭ କରିଥିଲେ। ସେ କହିଥିଲେ ଯେ ଗୁଗଲ୍ ଫ୍ୟୁଚର୍ କ୍ଲାସ୍ରୁମ୍ରେ ୩୦ ଲ୍ୟାପ୍ଟପ୍, ଏକ ଟଚ୍ ସ୍କ୍ରିନ୍ ପ୍ରୋଜେକ୍ଟର, ୱାଇଫାଇ, ଇୟର୍ ଫୋନ୍ ଓ ୱେବ୍କ୍ୟାମେରା ରହିବ।
ସ୍କୁଲର ଏକ ଡୋମେନ୍ ରହିଛି। ପିଲାମାନଙ୍କର ଇମେଲ ଆଇଡି ମଧ୍ୟ ବନାଯାଇଛି ଯାହା ସ୍କୁଲର ଡୋମେନ୍ ନେମ୍ ସହ ଲିଙ୍କ୍ କରାଯାଇଛି। ଯାହାଦ୍ୱାରା ପିଲାମାନେ ଶିକ୍ଷକଙ୍କ ସହ ସମ୍ପର୍କ ରକ୍ଷା କରିପାରିବେ। ଏହି ଲ୍ୟାପଟପ୍ଗୁଡ଼ିକ କମ୍ ଓଜନର ଏବଂ ଏହାର ବ୍ୟାଟେରୀ ପୂରା ଦିନ ରହିବ। ଏହାବ୍ୟତୀତ ଏଠାରେ ଇଣ୍ଟରନେଟ୍, ସ୍ମାର୍ଟ ବୋର୍ଡ, ଅଡିଓ ସିଷ୍ଟମ୍ ଭଳି ଅନେକ ସୁବିଧା ରଖାଯାଇଛି।
from OdishaReporter https://ift.tt/2LsM1Ta
No comments:
Post a Comment