ବଦଳିଗଲା ଭୁବନେଶ୍ୱର ଏମ୍‌ସର ମୂଳ ନିର୍ମାଣ ପ୍ଲାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 31, 2018

ବଦଳିଗଲା ଭୁବନେଶ୍ୱର ଏମ୍‌ସର ମୂଳ ନିର୍ମାଣ ପ୍ଲାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଦଳିଗଲା ଭୁବନେଶ୍ୱର ଏମ୍‌ସର ମୂଳ ନିର୍ମାଣ ଯୋଜନା। ମୂଳ ନକ୍ସାରେ ଥିବା ହେଲିପ୍ୟାଡ୍ ଜାଗାରେ ତିଆରି ହେବ ଧର୍ମଶାଳା। ନକ୍ସଲ ଆକ୍ରମଣ ଓ ଅନ୍ୟ ଘଟଣାରେ ଆହତ ଯବାନଙ୍କୁ ତୁରନ୍ତ ଏମ୍‌ସ ଟ୍ରମା କେୟାର ସେଣ୍ଟରକୁ ଆଣିବା ଲାଗି ଭୁବନେଶ୍ୱର ଏମ୍‌ସ କ୍ୟାମ୍ପସ୍‌ରେ ହେଲିପ୍ୟାଡ୍ ନିର୍ମାଣ ଲାଗି ପ୍ରସ୍ତାବ ଥିଲା। ତେବେ ଏଠାରେ ନାଲ୍‌କୋ ସହାୟତାରେ ଧର୍ମଶାଳା ନିର୍ମାଣ ଲାଗି ନିଷ୍ପତ୍ତି ହେବା ପରେ ମୂଳ ନିର୍ମାଣ ଯୋଜନାକୁ କାହିଁକି ପରିବର୍ତ୍ତନ କରାଗଲା, ତାକୁ ନେଇ ଉଠିଛି ପ୍ରଶ୍ନ ।

ସୂଚନାଯୋଗ୍ୟ, ଓଡ଼ିଶା, ଛତିଶଗଡ଼, ଆନ୍ଧ୍ର ଓ ତେଲେଙ୍ଗାନାରେ ମାଓବାଦୀଙ୍କ ଆକ୍ରମଣରେ ଗୁରୁତର ଆହତ ହେଉଛନ୍ତି ଅନେକ ଯବାନ। ସେମାନଙ୍କୁ ତୁରନ୍ତ ଚିକିତ୍ସା ସୁବିଧା ଯୋଗାଇ ଦେବା ଲାଗି ଭୁବନେଶ୍ୱର ଏମ୍‌ସ କ୍ୟାମ୍ପସରେ ହେଲିପ୍ୟାଡ୍ ନିର୍ମାଣ ଲାଗି ପ୍ରସ୍ତାବ ରହିଥିଲା। ଟ୍ରମା କେୟାର ସେଣ୍ଟର ପାଖରେ ହେଲିପ୍ୟାଡ୍ ନିର୍ମାଣ ପାଇଁ ସ୍ଥାନ ଚିହ୍ନଟ ହୋଇଥିଲା । ମାତ୍ର ଏବେ ମୂଳ ନକ୍ସାରେ କରାଯାଇଛି ପରିବର୍ତ୍ତନ। ହେଲିପ୍ୟାଡ୍ ନିର୍ମାଣ ଲାଗି ଉଦ୍ଦିଷ୍ଟ ସ୍ଥାନରେ ରୋଗୀଙ୍କ ସମ୍ପର୍କୀୟଙ୍କ ରହିବା ପାଇଁ ଧର୍ମଶାଳା ତିଆରି ହେବ ବୋଲି କହିଛନ୍ତି ନିର୍ଦ୍ଦେଶିକା ବି. ଗୀତାଞ୍ଜଳି।

ଏଣେ ଏମ୍‌ସକୁ ପୂର୍ଣ୍ଣାଙ୍ଗ ରୂପ ଦେବା ପାଇଁ ଯେଉଁ ସମୟସୀମା ଧାର୍ଯ୍ୟ ହୋଇଥିଲା ଓ ସେଥିଲାଗି ଯେଉଁ ଢଙ୍ଗରେ କାମ ହେବା କଥା ସେଥିରେ ଶିଥିଳତା ଆସିଥିବା କହିଛନ୍ତି ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ଅଶୋକ କୁମାର ମହାପାତ୍ର । ସେହିପରି ଏମ୍‌ସରେ ହେଲିପ୍ୟାଡ୍ ନିର୍ମାଣ ହୋଇଥିଲେ ପୂର୍ବ ଭାରତରେ ମଧ୍ୟ ଏହା ଏକ ସ୍ୱତନ୍ତ୍ର ମାନ୍ୟତା ହାସଲ କରିଥାନ୍ତା। ତେଣୁ ଯୋଜନାରେ ପରିବର୍ତ୍ତନକୁ ନାପସନ୍ଦ କରିଛନ୍ତି ପ୍ରଫେସର ମହାପାତ୍ର । ସେହିପରି ହେଲିପ୍ୟାଡ୍ ଯୋଜନା ପରିବର୍ତ୍ତନ ନିଷ୍ପତ୍ତି ଠିକ୍ ନୁହେଁ ବୋଲି ପୂର୍ବତନ  ପୁଲିସ୍‌ ପ୍ରଶାସକ ଏସ୍.ଏନ୍. ତ୍ୱିଓ୍ୱାରୀ ବି ମତ ରଖିଛନ୍ତି।



from OdishaReporter https://ift.tt/2ArTgXg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages