କୂଅରେ ପଡ଼ିଗଲେ ଅର୍ଚ୍ଚିତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 31, 2018

କୂଅରେ ପଡ଼ିଗଲେ ଅର୍ଚ୍ଚିତା

ବରଗଡ଼ (ଦୀପକ ଶର୍ମା): ଖୋଲା କୂଅରେ ପଡ଼ି ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ଏପରି ଅଭାବନୀୟ ଘଟଣା ବରଗଡ଼ ଜିଲ୍ଲା ଅମ୍ୱାଭୋନା ବ୍ଲକ୍‌ ପ୍ରକାଶପୁରରେ ଘଟିଛି। ମୃତ ଛାତ୍ରୀ ଜଣକ ହେଲେ ଅର୍ଚ୍ଚିତା ପଟେଲ।

ସ୍କୁଲଠାରୁ ୫୦ ମିଟର ଦୂରରେ ରହିଛି ଏକ ଖୋଲା କୂଅ। ଆଜି ମଧ୍ୟାହ୍ନ ବିରତି ସମୟରେ ଅର୍ଚ୍ଚିତା କୂଅ ପାଖକୁ ଯାଇଥିଲେ। ମାତ୍ର ସେ କ୍ଲାସ୍‌କୁ ଫେରିନଥିଲେ। ସାଙ୍ଗ ସାଥୀମାନେ ତାଙ୍କୁ ଚାରିଆଡ଼େ ଖୋଜି ଥିଲେ ମଧ୍ୟ ପାଇନଥିଲେ। ତେବେ ତାଙ୍କ ଚପଲ କୂଅ ପାଣିରେ ଭାସୁଥିବା ଦେଖି ଅଗ୍ନିଶମ କର୍ମଚାରୀଙ୍କୁ ଖବର ଦେଇଥିଲେ।

ଅଗ୍ନିଶମ କର୍ମଚାରୀମାନେ ସ୍କୁଲରେ ପହଞ୍ଚି ୪୦ ଫୁଟ୍‌ ଗଭୀର କୂଅ ଭିତରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରିଥିଲେ। ତେବେ ଅର୍ଚ୍ଚିତା କେମିତି କୂଅରେ ପଡ଼ିଗଲେ, ତାହା ଜଣାପଡ଼ି ନାହିଁ। ଏହାକୁ ନେଇ ସ୍କୁଲରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ ପହଞ୍ଚି ବୁଝାସୁଝା କରିବା ପରେ ପରିବେଶ ଶାନ୍ତ ପଡ଼ିଥିଲା।



from OdishaReporter https://ift.tt/2O0LTrL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages