
ଅନୁଗୁଳ,(ବିରଜା ଦାଶ): ମହାବଳ ବଂଶ ବିସ୍ତାର ଯୋଜନାର ତୀବ୍ର ବିରୋଧ। ଅଭୟାରଣ୍ୟରେ ମହାବଳ ଛଡ଼ାଯିବାରୁ ସେମାନଙ୍କ ଜୀବନ ଜୀବିକା ବିପନ୍ନ ହୋଇଥିବା ଅଭିଯୋଗ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଅଭୟାରଣ୍ୟ ସନ୍ନିକଟ ୨୦ଟି ପଞ୍ଚାୟତର ଲୋକେ। ସେପଟେ ଜଙ୍ଗଲ ମନ୍ତ୍ରୀ କହିଛନ୍ତି, ବାଘ ପ୍ରତି ଭୟଭୀତ ହେବାର କାରଣ ନାହିଁ।
ସୂଚନା ଅନୁଯାୟୀ, ଏବେ କେବଳ ବାଘ ବୁଲୁଛି। ଆଗକୁ ସ୍ୱତନ୍ତ୍ର ସେଠାରେ ଥିବା ଏନ୍କୋଜରରୁ ବାହାରି ବାଘୁଣୀ ବୁଲିବ ସାତକୋଶିଆରେ। ବାଘ ବଂଶ ବିସ୍ତାରର ଅଂଶ ସ୍ୱରୂପ ପରବବର୍ତ୍ତୀ ପର୍ଯ୍ୟାୟରେ ଆଉ ଦୁଇ ଯୋଡ଼ା ବାଘ-ବାଘୁଣୀବି ଆସିବେ। ତେଣୁ ଜୀବନ ଜୀବିକାକୁ ନେଇ ଆତଙ୍କିତ ଅଭୟାରଣ୍ୟ ଅନ୍ତର୍ଗତ ୨୦ଟି ପଞ୍ଚାୟତବାସୀ। ଅନ୍ୟପଟେ ଲୋକଙ୍କ ଭିତରେ ବସାବାନ୍ଧିଥିବା ଏ ବାଘ ଡର ଧିରେ ଧିରେ ବଡ଼ ଆନ୍ଦୋଳନର ରୂପ ନେଲାଣି। ଅଭୟାରଣ୍ୟବାସୀଙ୍କ ସୁରକ୍ଷାକୁ ଅଣଦେଖା କରି ବାଘବଂଶ ବିସ୍ତାରର ଯୋଜନା ବିରୋଧରେ ଅନୁଗୁଳରେ ବିଶାଳ ଶୋଭାଯାତ୍ରା ଅନୁଷ୍ଟିତ ହୋଇଯାଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ସାତକୋଶିଆ କ୍ଷତିଗ୍ରସ୍ତ ପ୍ରଜା ସୁରକ୍ଷା ସମିତି ପକ୍ଷରୁ ବିକ୍ଷୋଭ କରାଯାଇଛି।
ସେମାନେ ଅଭିଯୋଗ କରିଛନ୍ତି ଯେ, ଅଭୟାରଣ୍ୟରେ ମୁକ୍ତଭାବେ ବାଘ ଛଡ଼ାଯିବାରୁ ସେମାନଙ୍କ ଜୀବନ ଜୀବିକା ଗୁରୁତର ପ୍ରଭାବିତ ହୋଇଛି। ତେଣୁ ତୁରନ୍ତ ପଦକ୍ଷେପ ନିଆ ନଗଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦିଆଯାଇଛି। ଏ ସମ୍ପର୍କରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟ ଶ୍ରୀ ରାଉତରାୟ କହିଛନ୍ତି ବାଘ ପାଇଁ ପ୍ରଶସ୍ଥ ଜାଗା ଅଛି। ଲୋକେ ଭୟଭୀତ ହେବା ଆବଶ୍ୟକ ନାହିଁ।
from OdishaReporter https://ift.tt/2uIb8aa
No comments:
Post a Comment