ଅସୁରା ଗ୍ରାମବାସୀଙ୍କ ଆଖିରୁ ଲୁହ ଶୁଖୁନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 19, 2018

ଅସୁରା ଗ୍ରାମବାସୀଙ୍କ ଆଖିରୁ ଲୁହ ଶୁଖୁନି

ଭଦ୍ରକ (ତପନ ସ୍ୱାଇଁ): ଅସୁରା ଗାଁ ପାଇଁ ଅଶୁଭ ପାଲଟି ଗଲା ୧୯ ତାରିଖ। ସ୍କୁଲ୍ ଯାଇ ଘରକୁ ଫେରି ପାରିଲେନି ୫ ଜଣ ଛାତ୍ରଛାତ୍ରୀ। ବଦଳରେ ଫେରିଲା ସେମାନଙ୍କ ମୃତଦେହ। କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ ଦାଣ୍ଡ। ପିଲାମାନଙ୍କୁ ହରାଇ ବାହୁନି ହେଉଛନ୍ତି ବାପା ମାଆ। ଆଖିରୁ ଶୁଖୁନି ଲୁହ। ଆଜି ଅପରାହ୍ଣରେ ଏମିତି ହୃଦୟ ବିଦାରକ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ରାହାଞ୍ଜ ନିକଟସ୍ଥ ଅସୁରା ଗାଁରେ।

ସବୁଦିନ ପରି ଆଜି ମଧ୍ୟ ଅସୁରା ଗାଁର ପିଲାମାନେ ରାଣୀତାଲ ହାଇସ୍କୁଲକୁ ପାଠ ପଢ଼ିବାକୁ ଯାଇଥିଲେ। ସ୍କୁଲ୍ ଛୁଟି ହେବା ପରେ ସାଇକେଲ୍‌ରେ ୧୬ ନମ୍ୱର ଜାତୀୟ ରାଜପଥରେ ଘରକୁ ଫେରୁଥିଲେ। ଯମଦୂତ ପରି ମାଡ଼ି ଆସିଲା ଏକ ୧୦ ଚକିଆ ଟ୍ରକ୍‌। ଛାତ୍ରଛାତ୍ରୀଙ୍କ ଉପରେ ଚଢ଼ିଗଲା। ଘଟଣାସ୍ଥଳରେ କଳ୍ପନା ଜେନା, ଶ୍ୱେତା ସାହୁ, ସତ୍ୟବ୍ରତ ବାରିକ, ସୁକାନ୍ତ ସାହୁ ଓ ପ୍ରିୟମ୍ୱଦା ମହାନ୍ତିଙ୍କର ମୃତ୍ୟୁ ଘଟିଲା। ତେବେ ସୁଜଲ ସାହୁ, ଉର୍ବଶୀ ସାହୁ, ଦୀପ୍ତିରେଖା ସାହୁ ଓ ବର୍ଷାରାଣୀ ସାହୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ହେବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି।

ଦୁର୍ଘଟଣା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ଟ୍ରକ୍‌ରେ ନିଆଁ ଲଗାଇ ଦେଇଥିଲେ। ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଓ ଏନ୍‌ଏଚ୍‌ରେ ଅଣ୍ଡରପାସ୍‌ ଦାବିରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଛନ୍ତି। ଫଳରେ ଏନ୍‌ଏଚ୍‌ର ଉଭୟ ପାର୍ଶ୍ୱରେ ଶହଶହ ଗାଡ଼ି ଛିଡ଼ା ହୋଇ ରହିଛି। ଭଦ୍ରକ ଜିଲ୍ଲାପାଳ ଓ ଏସ୍‌ପି ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିଥିଲେ। ମାତ୍ର ଆନ୍ଦୋଳନକାରୀମାନେ ନିଜ ଜିଦ୍‌ରେ ଅଟଳ ରହିଥିଲେ। ଫଳରେ ପୁଲିସ ବାଧ୍ୟ ହୋଇ ଲାଠି ଚାର୍ଜ ଓ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା। ଯାହାଫଳରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା।

୨ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ଭଦ୍ରକରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ ଜଣ କଅଁଳ ପିଲାଙ୍କ ଜୀବନ ଯାଇଛି। ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଏଥିରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୃତ ପିଲାମାନଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ସେହିଭଳି ଆହତ ଛାତ୍ରଛାତ୍ରୀଙ୍କ ମାଗଣା ଚିକିତ୍ସା ଲାଗି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

କାର୍ଯ୍ୟାନୁଷ୍ଠାନ ହେବ: ପରିବହନ ମନ୍ତ୍ରୀ

ଭଦ୍ରକ ରାହାଞ୍ଜାରେ ଘଟିଥିବା ଦୁର୍ଘଟଣାର ଅନୁଧ୍ୟାନ କରାଯିବ। ଅନୁଧ୍ୟାନ ପରେ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଡା. ନୃସିଂହ ସାହୁ। ସେ ଆହୁରି କହିଛନ୍ତି-“ଦୁର୍ଘଟଣାସ୍ଥଳ ବ୍ଲାକସ୍ପଟ୍‌ରେ ଅନ୍ତର୍ଭୁକ୍ତ କି ନୁହେଁ ସମୀକ୍ଷା ହେବ। ବ୍ଲାକସ୍ପଟ୍‌ ଚିହ୍ନିତ ସ୍ଥାନରେ ପ୍ରତିକାର ବ୍ୟବସ୍ଥା କରାଯାଉଛି। ରାଜ୍ୟରେ ୨୮୬ଟି ବ୍ଲାକସ୍ପଟ୍‌ ସ୍ଥାନ ଚିହ୍ନଟ ହୋଇଛି।”



from OdishaReporter https://ift.tt/2mt2sAE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages