ପ୍ରଦୀପଙ୍କ ନିଆରା ପ୍ରତିବାଦ: ଜିଲ୍ଲାପାଳଙ୍କ ଅଫିସ ଆଗରେ ପିଲାଙ୍କୁ ପାଠ ପଢ଼ାଇଲେ, ମଧ୍ୟାହ୍ନ ଭୋଜନ ବାଣ୍ଟିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 10, 2018

ପ୍ରଦୀପଙ୍କ ନିଆରା ପ୍ରତିବାଦ: ଜିଲ୍ଲାପାଳଙ୍କ ଅଫିସ ଆଗରେ ପିଲାଙ୍କୁ ପାଠ ପଢ଼ାଇଲେ, ମଧ୍ୟାହ୍ନ ଭୋଜନ ବାଣ୍ଟିଲେ

ମାଲକାନଗିରି (ଜିତେନ୍ଦ୍ର ବେଉରା): ସିଲଟରେ ଅ.. ଆ.. ଲେଖୁଛନ୍ତି ପିଲାମାନେ। ପାଠ ପଢ଼ାଉଛନ୍ତି ସାଆର୍‌। ଏ ସାଆର୍‌ କିନ୍ତୁ ଏମିତି ସେମିତି ନୁହଁନ୍ତି, ଖୋଦ୍ ଆମ ରାଜ୍ୟର ଜଣେ ବରିଷ୍ଠ କଂଗ୍ରେସ ନେତା। ଆମେ କହୁଛୁ ବାବୁ ପ୍ରଦୀପ ମାଝିଙ୍କ କଥା। ଶିକ୍ଷା କ୍ଷେତ୍ରରେ କିଛି ଅବ୍ୟବସ୍ଥା ଓ ଅନ୍ୟାନ୍ୟ ଦାବି ପୂରଣ ପାଇଁ ଏପରି ଅଭିନବ ଉପାୟରେ ମାଲକାନଗିରି ଜିଲ୍ଲାପାଳଙ୍କ ଅଫିସ ଆଗରେ ପ୍ରଥମରୁ ଷଷ୍ଠ ଶ୍ରେଣୀର ପିଲାମାନଙ୍କୁ ପାଠ ପଢ଼ାଉଛନ୍ତି ପ୍ରଦୀପ ମାଝି ଓ କେତେକ ଅବସରପ୍ରାପ୍ତ ଶିକ୍ଷକ। ଏହାକୁ ନେଇ ସମଗ୍ର ଜିଲ୍ଲାରେ ଚର୍ଚ୍ଚା। ଆପଣ ଭାବୁଥିବେ, ହଠାତ୍ ପ୍ରଦୀପ ମାଝି ନେତାଗିରି ଛାଡ଼ି ଶିକ୍ଷକତା କାହିଁକି କଲେ?

୨୦୦୦ ଛାତ୍ରଛାତ୍ରୀଙ୍କୁ ଜାତିଗତ ପ୍ରମାଣପତ୍ର, କିସ୍‌ରୁ ବଣ୍ଡା ଛାତ୍ର ରାମଚନ୍ଦ୍ର ମାନ୍ଦ୍ରା ନିଖୋଜ ଘଟଣାରେ ପ୍ରଶାସନ ନିରବତା, ବଙ୍ଗୀୟମାନଙ୍କୁ ଲ୍ୟାଣ୍ଡ୍ ପାସ୍‌ବୁକ ଯୋଗାଇବା ଭଳି ୫ଟି ଦାବି ପୂରଣ ପାଇଁ କଂଗ୍ରେସ ପକ୍ଷରୁ ଆଜି ମାଲକାନଗିରି ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦିଆଯାଇଥିଲା। ଧାରଣାର ନେତୃତ୍ୱ ନେଇଥିଲେ କଂଗ୍ରେସ ନେତା ପ୍ରଦୀପ ମାଝି। ସେ ଧାରଣା ସ୍ଥଳରେ ପ୍ରଥମରୁ ଷଷ୍ଠ ଶ୍ରେଣୀର ପିଲାମାନଙ୍କୁ ବହି ଓ ଖାତା ପ୍ରଦାନ କରିଥିଲେ। ତା ପରେ ପାଠ ପଢ଼ାଇଥିଲେ। ନିଜେ ତ ପାଠ ପଢ଼ାଇଥିଲେ, ତା ସହିତ ସାଙ୍ଗରେ କିଛି ଅବସରପ୍ରାପ୍ତ ଶିକ୍ଷକଙ୍କୁ ମଧ୍ୟ ପାଠ ପଢ଼ାଇବାକୁ ଆଣିଥିଲେ। ଏପରିକି ଖରାବେଳେ ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ମଧ୍ୟ ନିଜେ ପରଷିଥିଲେ।



from OdishaReporter https://ift.tt/2L2sPYR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages