
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଲିଉଡ୍ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ସୋଶାଲ୍ ମିଡ଼ିଆରେ ୪ ଜୁଲାଇରେ ତାଙ୍କ ଫ୍ୟାନ୍ମାନଙ୍କୁ ଜଣାଇଥିଲେ ଯେ, ତାଙ୍କୁ ହାଇଗ୍ରେଡ୍ କ୍ୟାନ୍ସର୍ର ହୋଇଛି। ଯାହା ବର୍ତ୍ତମାନ ଲାଷ୍ଟ୍ ଷ୍ଟେଜ୍ରେ ପହଞ୍ଚିଛି। ଏହି ଖବର ଚାରିଆଡେ ଖେଳିଯିବା ପରେ ବଲିଉଡ୍ ଏବଂ ତାଙ୍କର ଫ୍ୟାନ୍ମାନେ ସୋନାଲି ଶୀଘ୍ର ଆରୋଗ୍ୟ ଲାଭ କରନ୍ତୁ ବୋଲି କାମନା କରୁଛନ୍ତି। ସେ ଏବେ ନ୍ୟୁୟର୍କରେ ଚିକିତ୍ସାଧିନ ଅଛନ୍ତି।
ଏହା ମଧ୍ୟରେ ତାଙ୍କର ମେଡିକାଲ୍ ରିପୋର୍ଟ ଆସିଛି। ଯେଉଁଥିରୁ ସ୍ପଷ୍ଟ ଜଣାପଡ଼ିଛି ଯେ, ସୋନାଲିଙ୍କ ଅବହେଳା ଯୋଗୁ ହିଁ କ୍ୟାନ୍ସର୍ ଶେଷ ଅବସ୍ଥାରେ ପହଞ୍ଚିଛି।
ଶରୀରରେ ଯନ୍ତ୍ରଣା ହେଉଥିଲେ ବି ସେ ଏହାକୁ ଅଣଦେଖା କରୁଥିଲେ। ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ କହିବା ଅନୁସାରେ ତାଙ୍କ ଶରୀରରେ ଦୀର୍ଘ ଦିନ ଧରି ଯନ୍ତ୍ରଣା ହେଉଥିଲା। ଯନ୍ତ୍ରଣା ହେଉଥିଲେ ବି ଏହାକୁ ସେ ଅଣଦେଖା କରୁଥିଲେ। ଯେବେ ଯନ୍ତ୍ରଣା ଅସହ୍ୟ ହେଲା ସେ ହସ୍ପିଟାଲ୍ରେ ପରୀକ୍ଷା କରିଥିଲେ। ସେତେବେଳକୁ ତାଙ୍କର କ୍ୟାନ୍ସର୍ ଶେଷ ଅବସ୍ଥାରେ ପହଞ୍ଚି ସାରିଥିଲା। ପ୍ରଥମରୁ ପରୀକ୍ଷା କରିଥିଲେ ହୁଏତ ତାଙ୍କର ରୋଗ ଏତେ ବଢ଼ି ନ ଥାଆନ୍ତା।
from OdishaReporter https://ift.tt/2L5dF5l
No comments:
Post a Comment