
ମୁମ୍ବାଇ: ଲୋକପ୍ରିୟ ସିଙ୍ଗିଙ୍ଗ୍ ରିୟାଲିଟି ଶୋ’ ଇଣ୍ଡିଆନ୍ ଆଇଡଲ୍ର ଦଶମ ସଂସ୍କରଣ ଆରମ୍ଭ ହୋଇଯାଇଛି। ୨୦୦୪ରେ ପ୍ରଥମେ ଆରମ୍ଭ ହୋଇଥିବା ଏହି ଶୋ’ ଆଜି ବି କୋଟି କୋଟି ପିଲାଙ୍କର ସ୍ୱପ୍ନର ପ୍ଲାଟ୍ଫର୍ମ ସାଜିଛି। ଏହି ଶୋ’କୁ ଦର୍ଶକେ ଖୁବ୍ ପସନ୍ଦ ମଧ୍ୟ କରନ୍ତି। ଏଥର ଶୋ’ରେ ଅନୁ ମଲ୍ଲିକ୍, ଭିଶାଲ୍ ଦଦ୍ଲାନି, ଓ ନେହା କକ୍କର୍ ବିଚାରପତି ଆସନରେ ବସିଛନ୍ତି। ସୂଚନାଯୋଗ୍ୟ, ନେହା ଏହି ଶୋ’ର ଦ୍ୱିତୀୟ ସଂସ୍କରଣରେ ପ୍ରତିଯୋଗୀ ଭାବେ ସାମିଲ ହୋଇଥିଲେ।
ଆରମ୍ଭରୁ ଆଜି ପର୍ଯ୍ୟନ୍ତ ଇଣ୍ଡିଆନ୍ ଆଇଡଲ୍ ଶୋ’ର ଜଜ୍ମାନେ ଚର୍ଚ୍ଚାରେ ରହି ଆସିଛନ୍ତି। ଏହି ରିୟାଲିଟି ଶୋ’ର ପୂର୍ବ ସିଜିନ୍ରେ ଫରାହ୍ ଖାନ୍, ଅନୁ ମଲ୍ଲିକ ଓ ସୋନୁ ନିଗମ୍ ଜଜ୍ ହୋଇଥିଲେ। ଏହି ଶୋ’ରେ ଜଜ୍ ଭାବେ ଯୋଗ ଦେଉଥିବା ଗାୟକ, ସଂଗୀତ ନିର୍ଦ୍ଦେଶକମାନେ ତଥା ଅନ୍ୟମାନେ ଭଲ ଟଙ୍କା ପାଆନ୍ତି। ଏମାନେ ଏପିସୋଡ୍ ପିଛା ଟଙ୍କା ନିଅନ୍ତି। ତେବେ ଚାଲନ୍ତୁ ଜାଣିବା ଏହି ଶୋ’ ପାଇଁ ଏପିସୋଡ୍ ପିଛା କିଏ କେତେ ଟଙ୍କା ନିଅନ୍ତି ବା ନେଉଥିଲେ।
ଅନୁ ମଲ୍ଲିକ: ଇଣ୍ଡିଆନ୍ ଆଇଡଲ୍ର ସବୁଠୁ କଡ଼ା ଜଜ୍ ହେଉଛନ୍ତି ଅନୁ। ଅବଶ୍ୟ ସେ ବହୁତ ମଜା ବି କରନ୍ତି। ଏହି ଶୋ’ରେ ସେ ଏପର୍ଯ୍ୟନ୍ତ ସବୁଠୁ ଅଧିକ ଥର ଜଜ୍ ସିଟ୍ରେ ବସିଛନ୍ତି। ରିପୋର୍ଟ ମୁତାବକ ଗୋଟିଏ ଏପିସୋଡ୍ ପାଇଁ ଅନୁ ୫ରୁ ୭ ଲକ୍ଷ ଟଙ୍କା ନିଅନ୍ତି।
ସୋନୁ ନିଗମ୍: ଏହି ଶୋ’ର ପୂର୍ବ ଦୁଇ ସିଜିନ୍ରେ ସୋନୁ ନିଗମ ଜଜ୍ ଥିଲେ। ଶୋ’ର ନବମ ସଂସ୍କରଣରେ ଜଜ୍ ଥିବା ବେଳେ ସେ ଏପିସୋଡ୍ ପିଛା ୧୦ ଲକ୍ଷ ଟଙ୍କା ନେଉଥିଲେ।
ଫରାହ୍ ଖାନ୍: ଫରାହ୍ ବଲିଉଡ୍ ଇଣ୍ଡଷ୍ଟ୍ରିର ଜଣେ ପ୍ରସିଦ୍ଧ କୋରିଓଗ୍ରାଫର। ଫରାହ୍ ଏବେ ପର୍ଯ୍ୟନ୍ତ ଏହି ଶୋ’ର ୪ଟି ସିଜିନ୍ର ଜଜ୍ ହୋଇସାରିଛନ୍ତି। ଶୋ’ର ଗତ ସିଜିନ୍ରେ ସେ ଏପିସୋଡ୍ ପିଛା ୭ ଲକ୍ଷ ଟଙ୍କା ନେଉଥିଲେ।

ନେହା କକ୍କର: ନେହାଙ୍କୁ ଏବେ ମ୍ୟୁଜିକ୍ ଇଣ୍ଡଷ୍ଟ୍ରିର କୁଇନ୍ କୁହାଯାଉଛି। ସେ ଏହି ଶୋ’ ପାଇଁ ଏପିସୋଡ୍ ପିଛା ୭ ଲକ୍ଷ ଟଙ୍କା ନେବାକୁ ଚୁକ୍ତି କରିଛନ୍ତି।
ଏହା ଛଡ଼ା ଆଉ ଯେତେ ବି ବିଚାରପତି ଏହି ଶୋ’କୁ ଆସିଛନ୍ତି ସେମାନେ ଏପିସୋଡ୍ ପିଛା ୫ଲକ୍ଷରୁ ୮ ଲକ୍ଷ ଟଙ୍କା ନେଇଛନ୍ତି।
from OdishaReporter https://ift.tt/2O7a6gZ




No comments:
Post a Comment