ଚିଟ୍‌ଫଣ୍ଡ୍ କମିଶନ୍‌ଙ୍କ ନିକଟରେ ହାଜର ହେଉ ନାହାନ୍ତି ୧୮୪ କମ୍ପାନୀ କର୍ତ୍ତୃପକ୍ଷ; ଖବରକାଗଜ ଜରିଆରେ ଦେଲେ ନୋଟିସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 22, 2018

ଚିଟ୍‌ଫଣ୍ଡ୍ କମିଶନ୍‌ଙ୍କ ନିକଟରେ ହାଜର ହେଉ ନାହାନ୍ତି ୧୮୪ କମ୍ପାନୀ କର୍ତ୍ତୃପକ୍ଷ; ଖବରକାଗଜ ଜରିଆରେ ଦେଲେ ନୋଟିସ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚିଟ୍‌ଫଣ୍ଡ୍ କମିଶନ୍‌ ଜଷ୍ଟିସ୍ ଏମ୍‌. ଏମ୍.  ଦାସଙ୍କ କୋର୍ଟରେ ୧୮୪ଟି କମ୍ପାନୀର କର୍ତ୍ତୃପକ୍ଷ ହାଜର ହେଉନାହାନ୍ତି। ଡାକ ଯୋଗେ ନୋଟିସ୍‌ ପଠାଯିବା ପରେ ବି ଏସବୁ କମ୍ପାନୀ କମିଶନ୍‌ଙ୍କ ନିକଟରେ ହାଜର ହେଉ ନାହାନ୍ତି। ତେଣୁ ଆଜି ଖବରକାଗଜରେ ଜରିଆରେ କମିଶନ୍‌ ନୋଟିସ୍ ଦେଇଛନ୍ତି।

କମିଶନ୍‌ଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଥିବା ଏହି ନୋଟିସ୍‌ରେ ଉଲ୍ଲେଖ ରହିଛି ଯେ ଚିଟ୍‌ଫଣ୍ଡ୍‌ ଦୁର୍ନୀତିରେ ଏବେ ଜମାକାରୀଙ୍କ ପଞ୍ଚମ ପର୍ଯ୍ୟାୟ ସତ୍ୟପାଠର ଯାଞ୍ଚ୍ ଚାଲିଛି। ଯେଉଁମାନେ ଅଭିଯୋଗ କରିଛନ୍ତି, କାହିଁକି ସେମାନଙ୍କ ଅଭିଯୋଗକୁ ଗ୍ରହଣ କରା ନଯିବ ଓ  ସେମାନଙ୍କୁ ପ୍ରକୃତ ଜମାକାରୀ ଭାବେ ବିଚାର କରାନଯିବ ବୋଲି ଅଭିଯୁକ୍ତ ସଂସ୍ଥାଗୁଡ଼ିକୁ କାରଣ ଦର୍ଶାଅ ନୋଟିସ୍ ଦିଆଯାଇଛି।

ଆଗରୁ ରେଜିଷ୍ଟ୍ରି ଡାକ ମାଧ୍ୟମରେ ନୋଟିସ୍‌ ଦିଆଯାଇଥିଲେ ବି ତାହା କମିଶନ୍‌ଙ୍କ କାର୍ଯ୍ୟାଳୟକୁ ଫେରିଆସିଛି। ତେଣୁ କମିଶନଙ୍କ ପକ୍ଷରୁ ସଂପୃକ୍ତ କମ୍ପାନୀଗୁଡ଼ିକ ଉଦ୍ଦେଶ୍ୟରେ ଖବରକାଗଜ ଜରିଆରେ ନୋଟିସ୍ ଜାରି ହୋଇଛି। ସଂପୃକ୍ତ ସଂସ୍ଥାର କର୍ତ୍ତୃପକ୍ଷ ବ୍ୟକ୍ତିଗତ ଭାବେ କିମ୍ବା ନିଜ ଓକିଲଙ୍କ ଜରିଆରେ ହାଜର ହେବାକୁ କମିଶନ୍‌ ନିର୍ଦ୍ଦେଶ ଦେଇଛନ୍ତି।



from OdishaReporter https://ift.tt/2NCA2j8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages