ଯାତ୍ରୀଙ୍କ ରାଗ ଶାନ୍ତ କରିବାକୁ ରେଳବାଇର ନୂଆ ଉପାୟ: ଟ୍ରେନ୍‌ ବିଳମ୍ବ ହେଲେ ଭିଡିଓ ବାର୍ତ୍ତା ମାଧ୍ୟମରେ ବୁଝାଇବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 18, 2018

ଯାତ୍ରୀଙ୍କ ରାଗ ଶାନ୍ତ କରିବାକୁ ରେଳବାଇର ନୂଆ ଉପାୟ: ଟ୍ରେନ୍‌ ବିଳମ୍ବ ହେଲେ ଭିଡିଓ ବାର୍ତ୍ତା ମାଧ୍ୟମରେ ବୁଝାଇବ

train

ନୂଆଦିଲ୍ଲୀ: ଆମ ଦେଶରେ ଟ୍ରେନ୍‌ ବିଳମ୍ବରେ ଷ୍ଟେସନ୍‌ରେ ପହଞ୍ଚିବା ଅବା ବିଳମ୍ବରେ ଷ୍ଟେସନ୍‌ରୁ ଛାଡ଼ିବା କିଛି ନୂଆ କଥା ନୁହେଁ। ବର୍ଷ ବର୍ଷ ଧରି ଭାରତୀୟ ରେଳ ଏଥିପାଇଁ ସମାଲୋଚିତ ହୋଇ ଆସୁଛି। ଏମିତି ବିଳମ୍ବ ଯୋଗୁ ଯାତ୍ରୀମାନେ ରାଗନ୍ତି ଓ ମନେ ମନେ ରେଳବାଇ କର୍ତ୍ତୃପକ୍ଷଙ୍କୁ ଗାଳି କରନ୍ତି। ଯାତ୍ରୀଙ୍କ ରାଗ ଶାନ୍ତ କରିବା ପାଇଁ ରେଳବାଇ ଏକ ନୂଆ ଉପାୟ ଚିନ୍ତା କରିଛି। ରେଳବାଇ ଭାବୁଛି ଏହି ଉପାୟ ଯାତ୍ରୀଙ୍କୁ ଶାନ୍ତ ରଖିବାରେ ସାହାଯ୍ୟ କରିବ।

ଷ୍ଟେସନ୍‌ରେ ନିଜ ନିଜ ଟ୍ରେନ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କୁ ଏକ ଭିଡିଓ ସନ୍ଦେଶ ମାଧ୍ୟମରେ ଭାରତୀୟ ରେଳବାଇ ଟ୍ରେନ୍ ବିଳମ୍ବ ହେବାର କାରଣ ବିଷୟରେ ବୁଝାଇବ। ଏହା ଯାତ୍ରୀଙ୍କ ରାଗକୁ ଥଣ୍ଡା କରି ପାରିବ ବୋଲି ରେଳବାଇ କର୍ତ୍ତୃପକ୍ଷ ଆଶା ରଖିଛନ୍ତି।

ଏହି ଭିଡିଓଟି ୧ମିନିଟ୍‌ର ହେବ। ଏଥିରେ କୁହାଯିବ,“ଦୟାକରି ଧୈର୍ଯ୍ୟ ଧରନ୍ତୁ। ଆପଣଙ୍କ ଧୈର୍ଯ୍ୟ ଆପଣଙ୍କ ଭବିଷ୍ୟତକୁ ସୁନ୍ଦର କରିବ।” ଏହା ସହିତ ରେଳ ଧାରଣାର ରକ୍ଷଣାବେକ୍ଷଣ କାର୍ଯ୍ୟ ସମ୍ପର୍କରେ ମଧ୍ୟ ଏହି ଭିଡିଓରେ କୁହାଯିବ। ରେଳ ଧାରଣାର ରକ୍ଷଣାବେକ୍ଷଣ ଓ ମରାମତି ପାଇଁ କଠିନ ପରିଶ୍ରମ କରୁଥିବା ଶ୍ରମିକମାନଙ୍କ ଛବି ସହିତ ଷ୍ଟେସନ୍‌ରେ ଟ୍ରେନ୍‌କୁ ଅପେକ୍ଷା କରୁଥିବା ଲୋକଙ୍କ ଛବି ମଧ୍ୟ ଏହି ଭିଡିଓରେ ରହିବ। ଭିଡିଓରେ ଟ୍ରେନ୍ ବିଳମ୍ବ ସଂପର୍କିତ କାରଣ ବିଷୟରେ ବର୍ଣ୍ଣନା କଲା ବେଳେ ଯାତ୍ରୀଙ୍କୁ କ୍ଷମା ମଗାଯିବ ଓ ଭବିଷ୍ୟତରେ ଉତ୍ତମ ଯାତ୍ରାର ଅନୁଭବ ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦିଆଯିବ।



from OdishaReporter https://ift.tt/2mu0mAJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages