ଅତି ସୁଆଦିଆ ଖଟା ମିଠା ‘ମାଛ ସାକରା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 27, 2018

ଅତି ସୁଆଦିଆ ଖଟା ମିଠା ‘ମାଛ ସାକରା’

fish

ଆବଶ୍ୟକ ସାମଗ୍ରୀ: ମାଛ, ହଳଦୀ ଗୁଣ୍ଡ, ଜିରାଓ ଲଙ୍କା ଗୁଣ୍ଡ, ଲୁଣ, ଗୁଡ଼, ତେନ୍ତୁଳି ମଣ୍ଡ, ଭୃସୁଙ୍ଗ ପତ୍ର, ଶୁଖିଲା ଲଙ୍କା, ପଞ୍ଚ ଫୁଟଣ, ରସୁଣ ଛେଚା

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମାଛକୁ ଧୋଇ ତେଲ ଓ ହଳଦୀ ଗୋଳାଇ ରଖି ଦିଅନ୍ତୁ। ତା’ପରେ ଚୁଲିରେ କଡ଼େଇ ବସାଇ ତେଲ ପକାନ୍ତୁ। ତେଲଗରମ ହୋଇଯିବା ପରେ ସେଥିରେ ମାଛ ଭାଜନ୍ତୁ। ମାଛକୁ ଅଧିକ ଭାଜି କଡ଼କଡ଼ା କରନ୍ତୁ ନାହିଁ। ମାଛ ଭାଜି ହୋଇଯିବା ପରେ ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ସାକରା ପ୍ରସ୍ତୁତ କରିବା ପାଇଁ କଡ଼େଇରେ ତେଲ ଗରମ କରି ସେଥିରେ ପଞ୍ଚ ଫୁଟଣ, ଶୁଖିଲା ଲଙ୍କା, ଆବଶ୍ୟକ ଅନୁଯାୟୀ ତେନ୍ତୁଳି ମଣ୍ଡ ଓ ପାଣି ଦିଅନ୍ତୁ। ପାଣି ଫୁଟି ଆସିଲେସେଥିରେ ରସୁଣ ଛେଚା ଓ ଭୃସୁଙ୍ଗ ପତ୍ର ପକାନ୍ତୁ। ତା’ପରେ ସେଥିରେ ଲଙ୍କା ଗୁଣ୍ଡ ଓ ଗୁଡ଼ ପକାଇ ଗୋଳାଇ ଦିଅନ୍ତୁ।  କିଛି ସମୟ ପରେ ମାଛ ପକାଇ ସେଥିରେ ସ୍ୱାଦ ଅନୁସାରେ ଲୁଣ ପକାଇ ଦିଅନ୍ତୁ। ପାଣି ମରିଯିବା ପର୍ଯ୍ୟନ୍ତ ଚୁଲିରେ କଡ଼େଇ ରଖନ୍ତୁ। ପାଣି ପୂରା ମରିଯିବା ପରେ କଡ଼େଇକୁ ଚୁଲିରୁ ଓହ୍ଲାଇ ଆଣନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଖଟା ମିଠା ମାଛ ସାକରା। ଏବେ ଏହାକୁ ପ୍ଲେଟ୍‌କୁ କାଢ଼ି ନିଜେ ଖାଆନ୍ତୁ ଅନ୍ୟମାନଙ୍କୁ ଖାଇବାକୁ ଦିଅନ୍ତୁ।



from OdishaReporter https://ift.tt/2NNMWek

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages