
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍ମାର୍ଟ ହେବେ ଚାଷୀ। ସେମାନଙ୍କୁ ଦିଆଯିବ ସ୍ମାର୍ଟ ଫୋନ୍। ପ୍ରତି ଜିଲ୍ଲାରେ ୨୦୦୦ ଚାଷୀଙ୍କୁ ଆଣ୍ଡ୍ରଏଡ୍ ଫୋନ୍ ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଆଜି ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି,“ପ୍ରତି ଜିଲ୍ଲାର ପ୍ରାୟ ୨୦୦୦ ଚାଷୀଙ୍କୁ ଆଣ୍ଡ୍ରଏଡ୍ ଫୋନ୍ ଦିଆଯିବ। ଏଥିପାଇଁ ୩ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। ଏହା ସହିତ ଏକ ଉଚ୍ଚସ୍ତରୀୟ କମିଟି ମଧ୍ୟ ଗଠିତ ହୋଇଛି।”
ପୂର୍ବରୁ ମଧ୍ୟ ଚାଷୀଙ୍କୁ ରାଜ୍ୟ ସରକାର ମୋବାଇଲ୍ ଯୋଗାଇ ଦେଇଥିଲେ। ତେବେ ଏଥର ଚାଷୀଙ୍କୁ ଆଣ୍ଡ୍ରଏଡ୍ ଫୋନ୍ ଦେବାକୁ ନିଷ୍ପତ୍ତି ନିଆଯାଇଛି।
from OdishaReporter https://ift.tt/2Af4qyf
No comments:
Post a Comment