ଫ୍ରାନ୍ସକୁ ବିଶ୍ୱକପ ମୁକୁଟ: ୪-୨ ଗୋଲ୍‌ରେ କ୍ରୋଏସିଆ ଚିତ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 15, 2018

ଫ୍ରାନ୍ସକୁ ବିଶ୍ୱକପ ମୁକୁଟ: ୪-୨ ଗୋଲ୍‌ରେ କ୍ରୋଏସିଆ ଚିତ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): କ୍ରୋଏସିଆକୁ ହରାଇ ବିଶ୍ୱକପ ମୁକୁଟ ପିନ୍ଧିଲା ଫ୍ରାନ୍ସ। ସବୁ ଅଙ୍କ ଭୁଲ୍‌ କରି ଦ୍ୱିତୀୟ ଥର ପାଇଁ ଫ୍ରାନ୍ସ ଫିଫା ବିଶ୍ୱକପ ଚାମ୍ପିୟନ ହୋଇଛି। ଫାଇନାଲ୍‌ ମ୍ୟାଚ୍‌କୁ ସମ୍ପୂର୍ଣ୍ଣ ଭାବେ ଫ୍ରାନ୍ସ ନିଜ ନିୟନ୍ତ୍ରଣରେ ରଖିଥିଲା। ଫ୍ରାନ୍ସ ଖେଳାଳିଙ୍କ ସାମ୍ନାରେ କ୍ରୋଏସିଆ ଖେଳାଳି ଚିତ୍‌ ହୋଇଯାଇଥିଲେ।

ପ୍ରଥମାର୍ଦ୍ଧରେ ଫ୍ରାନ୍ସ ୨-୧ରେ ଅଗ୍ରଣୀ ରହିଥିଲା। ମ୍ୟାଚ୍‌ର ୧୮ ମିନିଟରେ ଫ୍ରାନ୍ସ ସପକ୍ଷରେ ପ୍ରଥମ ଗୋଲ୍‌ ହୋଇଥିଲା। ଫ୍ରାନ୍ସ୍‌କୁ ମିଳିଥିବା ଫ୍ରି-କିକ୍‌କୁ ଅଟକାଇବାକୁ ଯାଇ କ୍ରୋଏସିଆ ଖେଳାଳି ମାଣ୍ଡୁକିଚ୍‌ଙ୍କ ହେଡ଼୍‌ରୁ ଏକ ଆତ୍ମଘାତି ଗୋଲ୍‌ ହୋଇଥିଲା। ଏହାର ୧୦ ମିନିଟ୍‌ ପରେ କ୍ରୋଏସିଆ ଆକର୍ଷଣୀୟ କମ୍‌ବ୍ୟାକ୍‌ କରି ଏକ ଗୋଲ୍‌ ସ୍କୋର୍‌ କରିଥିଲା। ମ୍ୟାଚ୍‌ର ୨୮ ମିନିଟ୍‌ରେ କ୍ରୋଏସିଆ ଖେଳାଳି ଇଭାନ୍‌ ପରିସିଚ୍‌ ଏହି ଗୋଲ୍‌ କରି ସ୍ଥିତି ବରାବର୍‌ କରିଥିଲେ। ହେଲେ ପୁଣି ଏହାର ୧୦ ମିନିଟ୍‌ ତଥା ମ୍ୟାଚ୍‌ର ୩୮ ମିନିଟ୍‌ରେ ଏକ ପେନାଲ୍ଟି ମିଳିଥିଲା ଫ୍ରାନ୍ସକୁ। ଯାହାକୁ ଗୋଲ୍‌ରେ ପରିଣତ କରିଥିଲେ ଫ୍ରାନ୍ସ ଖେଳାଳି ଗ୍ରୀଜମ୍ୟାନ୍‌।

ପ୍ରଥାମାର୍ଦ୍ଧ ପରି ଦ୍ୱିତୀୟାର୍ଦ୍ଧରେ ମଧ୍ୟ କ୍ରୋଏସିଆ ଖେଳାଳିଙ୍କ ଉପରେ ଭାରୀ ପଡ଼ିଥିଲେ ଫ୍ରାନ୍ସ୍‌ ଖେଳାଳି। ମ୍ୟାଚ୍‌ର ୫୯ ଓ ୬୫ ମିନିଟ୍‌ରେ ଲଗାତାର ଦୁଇଟି ଗୋଲ୍‌ ସ୍କୋର୍‌ କରି ମ୍ୟାଚ୍‌କୁ ନିଜ ନିୟନ୍ତ୍ରଣରେ ରଖିଥିଲା ଫ୍ରାନ୍ସ। ହେଲେ ମ୍ୟାଚ୍‌ରେ ୬୯ ମିନିଟ୍‌ରେ କ୍ରୋଏସିଆ ପକ୍ଷରୁ ମାଣ୍ଡୁକିଚ୍‌ ଏକ୍‌ ଗୋଲ୍‌  ସ୍କୋର୍‌ କରି ଗୋଲ୍‌ ବ୍ୟବଧାନକୁ କମାଇଥିଲେ। ଫଳରେ ମ୍ୟାଚ୍‌କୁ ୪-୨ ଗୋଲ୍‌ରେ ଫ୍ରାନ୍ସ୍‌ ଜିତି ବିଶ୍ୱକପ ବିଜେତା ହୋଇଛି।



from OdishaReporter https://ift.tt/2zCzGqR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages