
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେବଳ ଆଞ୍ଚଳିକ କି ଜାତୀୟ ଗଣମାଧ୍ୟମ ନୁହେଁ ଅନ୍ତର୍ଜାତୀୟ ଗଣମାଧ୍ୟମରେ ବି ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଖବରକୁ ପ୍ରସାରଣ କଲାଣି। ଆମେରିକାର ପ୍ରସିଦ୍ଧ ଖବରକାଗଜ ନ୍ୟୁୟର୍କ ଟାଇମ୍ସ ରଚ୍ନଭଣ୍ଡାର ଚାବି ହଜିବା ଖବର ଛାପିବା ପରେ ପୁଣି ଆରମ୍ଭ ହୋଇଛି ଚର୍ଚ୍ଚା । ପୁରା ଘଟଣାକୁ ନ୍ୟୁୟର୍କ ଟାଇମ୍ଦ ବିସ୍ତୃତ ଭାବେ ଛାପିବା ସହ ଭାରତୀୟ ମନ୍ଦିରଗୁଡିକରେ ଅମାପ ସମ୍ପତ୍ତି ଥିଲେ ମଧ୍ୟ ଏଗୁଡିକର ପରିଚାଳନା ବ୍ୟବସ୍ଥା ଅତି ଦୁର୍ବଳ ବୋଲି କହିଛି । ସେପଟେ ଦାନ ମାଝୀ ଘଟଣା ଭଳି ରତ୍ନଭଣ୍ଡାର ଚାବି ପ୍ରସଙ୍ଗ ମଧ୍ୟ ଅନ୍ତର୍ଜାତୀୟ ମିଡିଆରେ ଆସିବା ପରେ ଏହା ରାଜ୍ୟ ସରକାରଙ୍କ ଭାବମୂର୍ତ୍ତିରେ ଆଞ୍ଚ ଅସିଥିବା ଚର୍ଚ୍ଚା ହେଉଛି। ବିସ୍ତୃତ ଭାବେ ଛପିଥିବା ଏହି ଖବରରେ ଗଜପତି ମହାରାଜ, ଶ୍ରୀମନ୍ଦିର ପରିଚାଳନା କମିଟି, ବୁଦ୍ଧିଜୀବୀଙ୍କଠୁ ଆରମ୍ଭ କରି ସାଧାରଣ ଭକ୍ତଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମତାମତକୁ ସ୍ଥାନିତ କରାଯାଇଛି। ମନ୍ଦିରର ଗୁପ୍ତ ଭଣ୍ଡାରରେ ଥିବା ଲକ୍ଷ ଲକ୍ଷ ଡଲାର ମୂଲ୍ୟର ଧନରତ୍ନ, ଚାବି ହଜିବାକୁ ନେଇ ବିବାଦ, ଆରୋପ ପ୍ରତ୍ୟାରୋପ, ତଦନ୍ତ କମିଶନ ଗଠନ, ହାଇକୋର୍ଟରେ ରୁଜୁ ମାମଲା ଓ ଭକ୍ତଙ୍କ ଭାବାବେଗ ସବୁ ବିଷୟ ରିପୋର୍ଟରେ ଉଲ୍ଲେଖ ରହିଛି।
ସେପଟେ ଅନ୍ତର୍ଜାତୀୟ ମିଡିଆରେ ଖବର ପ୍ରକାଶ ପାଇବା ପରେ କିଛିଦିନ ପାଇଁ ଥଣ୍ଡା ପଡିଯାଇଥିବା ରତ୍ନଭଣ୍ଡାର ଚାବି ପ୍ରସଙ୍ଗ ପୁଣି ଚର୍ଚ୍ଚାକୁ ଆସିଛି । ସିବିଆଇ ଦ୍ୱାରା ଚାବି ହଜିବା ଘଟଣାର ତଦନ୍ତ କରାଇବାକୁ ଦାବି କରିଛନ୍ତି ବରିଷ୍ଠ ସେବାୟତ ଦାମୋଦର ପଧାନୀ ।
from OdishaReporter https://ift.tt/2uC9O8P
No comments:
Post a Comment