
ନୂଆଦିଲ୍ଲୀ: ପୂର୍ବତନ ରାଜ୍ୟସଭା ସାଂସଦ ତଥା ଦୈନିକ ଇଂରାଜୀ ଖବର କାଗଜ ‘The Pioneer’ର ସମ୍ପାଦକ ଚନ୍ଦନ ମିତ୍ର ବୁଧବାର ବିଜେପିରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ନିକଟକୁ ପଠାଇ ଦେଇଛନ୍ତି।
ସେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସ୍ରେ ଯୋଗ ଦେବାର ସମ୍ଭାବନା ରହିଛି। ଶନିବାର ସେ ତୃଣମୂଳ କଂଗ୍ରେସରେ ଯୋଗ ଦେବେ ବୋଲି ଶୁଣିବାକୁ ମିଳୁଛି।
ସାମ୍ବାଦିକତା ଓ ରାଜନୀତି କ୍ଷେତ୍ରରେ ଚନ୍ଦନ ମିତ୍ର ଏକ ବେଶ୍ ପରିଚିତ ନାଁ। ସେ ପ୍ରଥମେ ଜଣେ ସାମ୍ବାଦିକ ଭାବରେ ଇଂରାଜୀ ଦୈନିକ ଖବରକାଗଜ ‘The Statesman’ରୁ କାମ ଆରମ୍ଭ କରିଥିଲେ।
ସେ ପ୍ରଥମେ ୨୦୦୩ ରୁ ୨୦୦୯ ପର୍ଯ୍ୟନ୍ତ ରାଜ୍ୟସଭା ସାଂସଦ ଥିଲେ। ତା’ପରେ ୨୦୧୦ରେ ପୁଣି ରାଜ୍ୟସଭାକୁ ଯାଇଥିଲେ। ସେ ବିଜେପିର ଓଡ଼ିଶା ପ୍ରଭାରୀ ମଧ୍ୟ ରହିଥିଲେ।
ଚନ୍ଦନ ମିତ୍ର ବିଜେପିର ବରିଷ୍ଠ ନେତା ଲାଲ୍କୃଷ୍ଣ ଆଡ୍ଭାନୀଙ୍କ ଘନିଷ୍ଠ ଲୋକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ୍ ଶାହଙ୍କ ନେତୃତ୍ୱରେ ବିଜେପିରେ ବରିଷ୍ଠ ନେତାଙ୍କୁ ଅଣଦେଖା କରାଯାଉଥିବାରୁ ସେ ଅସନ୍ତୁଷ୍ଟ ଥିଲେ ବୋଲି କୁହାଯାଉଛି।
from OdishaReporter https://ift.tt/2LtlWjF
No comments:
Post a Comment