ଏକ ରହସ୍ୟମୟ ଗୁମ୍ଫା ସଂପର୍କରେ: ଯେଉଁଠି କାନ୍ଥରେ ଲେଖାଯାଇଛି ଏମିତିସବୁ କଥା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 18, 2018

 ଏକ ରହସ୍ୟମୟ ଗୁମ୍ଫା ସଂପର୍କରେ: ଯେଉଁଠି କାନ୍ଥରେ ଲେଖାଯାଇଛି ଏମିତିସବୁ କଥା

ନୂଆଦିଲ୍ଲୀ: ଦୁନିଆରେ ଏମିତି ଅନେକ ସ୍ଥାନ ଅଛି, ଯାହା ଆଜି ବି ରହସ୍ୟ ଘେରରେ ରହିଛି। କିଛି ସ୍ଥାନ ଏମିତି ବି ଅଛି, ଯାହା ଏପର୍ଯ୍ୟନ୍ତ ଲୋକଲୋଚନକୁ ଆସିପାରି ନାହିଁ। ଥରେ ଭାବନ୍ତୁ ତ, ଯଦି ବୁଲୁ ବୁଲୁ ହଠାତ୍‌ ଏମିତି କୌଣସି ରହସ୍ୟମୟ ସ୍ଥାନରେ ଆପଣ ପହଞ୍ଚି ଯାଆନ୍ତି, ତା’ହେଲେ କ’ଣ ହେବ? ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ। ନିକଟରେ ଜାପାନ୍‌ର ଦୁଇ ଯୁବକଙ୍କ ସହିତ ଠିକ୍‌ ଏହିଭଳି ଏକ ଘଟଣା ଘଟିଛି।

ନିଜର ପ୍ରୋଜେକ୍ଟ ବିଷୟରେ ଅଧିକ ଗବେଷଣା କରିବା ପାଇଁ ଏହି ଦୁଇ ଯୁବକ ଜାପାନ୍‌ର ଏକ ଘଞ୍ଚ ଜଙ୍ଗଲ ଭିତରେ ପଶିଥିଲେ। ଜଙ୍ଗଲ୍‌ ଭିତରେ କିଛି ବାଟ ଯିବା ପରେ ସେମାନଙ୍କ ନଜର ଦୁଇଟି ପାଇପ୍ ଉପରେ ପଡ଼ିଥିଲା। ମାଟିରେ ପୋତା ହୋଇଥିବା ପାଇପ୍ ଦୁଇଟି ବେଶ୍ ବଡ଼ ଥିଲା। ଏଗୁଡ଼ିକୁ ଦେଖିବା ପରେ ସେମାନଙ୍କ ମନରେ ପ୍ରଶ୍ନ ଉଠିଥିଲା ଯେ ଘଞ୍ଚ ଜଙ୍ଗଲ ଭିତରେ ଏତେ ବଡ଼ ଦୁଇଟି ପାଇପ୍ କାହିଁକି ପୋତା ଯାଇଛି। ପାଇପ୍‌ ପଛର ରହସ୍ୟ ସନ୍ଧାନରେ ଯାଇ ସେମାନେ ଏମିତି ଏକ ସ୍ଥାନରେ ପହଞ୍ଚିଗଲେ ଯେଉଁଠାରୁ ସେ ଭୟରେ ଦୌଡ଼ି ପଳାଇ ଆସିଥିଲେ।

ଯୁବକ ଦ୍ୱୟ ପ୍ରଥମେ ପାଇପ୍ ପାଖକୁ ଗଲେ। ପାଇପ୍‌ ଦୁଇଟି କେଉଁଠାରୁ ଆସିଛି ତା’ର ସନ୍ଧାନ କଲେ। ସେଠାରୁ ପ୍ରାୟ ୧୦୦ ମିଟର ଯିବା ପରେ ଜଙ୍ଗଲୀ ଘାସରେ ଘୋଡ଼ାଇ ହୋଇ ରହିଥିବା ଏକ ସୁଡ଼ଙ୍ଗ ସେମାନେ ଠାବ କଲେ। ସେମାନେ ସାଙ୍ଗରେ ଟର୍ଚ ଓ କ୍ୟାମେରା ଧରି ସୁଡ଼ଙ୍ଗ ଭିତରେ ପଶିଲେ। କିଛି ବାଟ ଗଲା ପରେ ତା’ ଭିତରେ ଏକ କଠୋରୀ ଦେଖିଲେ। ମାଟି ତଳେ ତିଆରି ହୋଇଥିବା ଏହି କଠୋରୀ ଦେଖି ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ। କାରଣ ସେଠାରୁ ଆଉ ଏକ ସିଧା ଓ ସଂକୀର୍ଣ୍ଣ ରାସ୍ତା ଆହୁରି ଆଗକୁ ଯାଇଥିଲା। ତାହା କେଉଁଠି ଶେଷ ହୋଇଥିଲା ଜଣାପଡ଼ୁନଥିଲା।  ଏହି ଦୁଇ ଯୁବକଙ୍କ କହିବା ଅନୁଯାୟୀ, ଉକ୍ତ ସିଧା ଓ ସଂକୀର୍ଣ୍ଣ ରାସ୍ତାର କାନ୍ଥଗୁଡ଼ିକ ଏକ ଡାକ୍ତରଖାନାର କାନ୍ଥ ଭଳି ଲାଗୁଥିଲା। ସେଥିରେ କୋଡ୍‌ ୱାର୍ଡରେ କିଛି ଲେଖା ହୋଇଥିବା ଭଳି ଲାଗୁଥିଲା।

ଯୁବକ ଦ୍ୱୟ ସେଠାରେ ଅଟକି ନ ଥିଲେ। ସେମାନେ ଆହୁରି ଆଗକୁ ଯାଇଥିଲେ। ସେମାନେ ସୁଡ଼ଙ୍ଗ ଭିତରେ ସେମାନେ ଯେତିକି ଯେତିକି ଆଗକୁ ଅଗ୍ରସର ହେଉଥିଲେ ସେତିକି ସେତିକି ଅଜବ ପ୍ରକାର କଥା କାନ୍ଥରେ ଲେଖା ହୋଇଥିବା ଦେଖିବାକୁ ପାଇଥିଲେ। କେଉଁଠି ‘ସାହାଯ୍ୟ କର’ ଲେଖାଯାଇଥିଲା ତ ଆଉ କେଉଁଠି ‘ସୈତାନର ନାଁ’ ଲେଖା ଯାଇଥିଲା। ଏସବୁ ଦେଖି ସେମାନେ ଡରି ଯାଇଥିଲେ। ତେଣୁ ଫେରି ଯିବାକୁ ସ୍ଥିର କଲେ। ଠିକ୍ ସେତିକି ବେଳେ ସେମାନଙ୍କ ନଜର ପଡ଼ିଲା ଏକ ବଡ଼ କଠୋରୀ ଉପରେ। ଏହା କ୍ଷତିଗ୍ରସ୍ତ ହୋଇପଡ଼ିଥିଲା। ସେମାନଙ୍କୁ ଲାଗିଲା ଯେମିତି ସେଠାରେ ଏକ ବଡ଼ଧରଣର ବିସ୍ଫୋରଣ ହୋଇଥିଲା। ସେଠାରେ ଏକ ବଡ଼ ମେସିନ୍ ମଧ୍ୟ ରଖାଯାଇଛି। ତାହା ବି କ୍ଷତିଗ୍ରସ୍ତ ଅବସ୍ଥାରେ ରହିଥିଲା। ସେଥିରେ ଲେଖାଯାଇଛି ‘ଏଠାରୁ ଦୂରେଇ ରୁହ’। ତଥାପି ଯୁବକ ଦ୍ୱୟ ମେସିନ୍ ପାଖକୁ ଯାଉଥିବା ବେଳେ ହଠାତ୍ ଜଣଙ୍କ ହାତରୁ କ୍ୟାମେରା ପଡ଼ିଯାଇଥିଲା। ତା’ପରେ ଦୁହେଁ ଡରି ଯାଇଥିଲେ।

ସେଠାରୁ ଫେରି ଆସିବା ପରେ ଯୁବକ ଦୁହେଁ ସୋଶାଲ୍ ମିଡିଆରେ ଏ ସୁଡ଼ଙ୍ଗ ସଂପର୍କରେ ଜଣାଇଥିଲେ ଏବଂ କିଛି ଫଟୋ ପୋଷ୍ଟ୍ କରିଥିଲେ। ତେବେ କିଏ ଓ କାହିଁକି ଏହି ସୁଡ଼ଙ୍ଗ ତିଆରି କରିଥିଲା, ତାହା ଏ ପର୍ଯ୍ୟନ୍ତ ଜଣା ପଡ଼ିନାହିଁ। କିନ୍ତୁ ସୋଶାଲ୍‌ ମିଡିଆରେ ପୋଷ୍ଟ୍‌ ହୋଇଥିବା ଏହି ଫଟୋ ଉପରେ ବିଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳୁଛି। କେହି କେହି କହିଛନ୍ତି, ପରମାଣୁ ଆକ୍ରମଣରୁ ରକ୍ଷା ପାଇବା ପାଇଁ ଜର୍ମାନ ସେନା ଏହାକୁ ତିଆରି କରିଥିଲା। ଆଉ କିଛି କହୁଛନ୍ତି ସରକାର କିଛି ଗୁପ୍ତ ପ୍ରକଳ୍ପ ପାଇଁ ଏହାକୁ ତିଆରି କରିଥିଲେ। କିନ୍ତୁ ବାସ୍ତବରେ କାହିଁକି ଏହାକୁ ତିଆରି କରାଯାଇଥିଲା ତାହା ଜଣାପଡ଼ିନି।

 



from OdishaReporter https://ift.tt/2NXGFxK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages