ଏମିତି ଆମ ପ୍ରାଥମିକ ଶିକ୍ଷା: ଗୋଟିଏ ସ୍କୁଲ୍‌ରେ ଚାଲିଛି ଦୁଇଟି ସ୍କୁଲ ଓ ଗୋଟିଏ ଅଙ୍ଗନବାଡ଼ି କେନ୍ଦ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 18, 2018

ଏମିତି ଆମ ପ୍ରାଥମିକ ଶିକ୍ଷା: ଗୋଟିଏ ସ୍କୁଲ୍‌ରେ ଚାଲିଛି ଦୁଇଟି ସ୍କୁଲ ଓ ଗୋଟିଏ ଅଙ୍ଗନବାଡ଼ି କେନ୍ଦ୍ର

ବଲାଙ୍ଗିର (ସସ୍ମିତା ସାହୁ): ‘ସଭିଏଁ ବଢ଼ିବେ, ସଭିଏଁ ପଢ଼ିବେ’। ସବୁ ପିଲାଙ୍କୁ ଶିକ୍ଷିତ କରିବା ପାଇଁ ରାଜ୍ୟ ସରକାର ଏପରି ନାରା ଦେଉଛନ୍ତି। ଏପରିକି ସ୍କୁଲର ଭିତ୍ତିଭୂମିର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାତ୍ର ପ୍ରଶାସନିକ ଅଧିକାରୀ ଓ ରାଜନେତାଙ୍କ ଖାମ୍‌ଖିଆଲ୍‌ ନୀତି ଯୋଗୁଁ ଯୋଜନା ଗୁଡ଼ିକ ଠିକ୍ ଭାବେ କାର୍ଯ୍ୟକାରୀ ହୋଇପାରୁ ନାହିଁ। ଫଳରେ ସ୍କୁଲରେ ଅବସ୍ଥା ଯଥା ପୂର୍ବଂ ତଥା ପରଂ। ଏହାର ନଗ୍ନଚିତ୍ର ପଶ୍ଚିମ ଓଡ଼ିଶାର ବଲାଙ୍ଗିରରେ ଦେଖିବାକୁ ମିଳିଛି। ଏଠାରେ ଗୋଟିଏ ସ୍କୁଲ ଘରେ ଚାଲିଛି ଦୁଇଟି ସ୍କୁଲ ଓ ଗୋଟିଏ ଅଙ୍ଗନବାଡ଼ି କେନ୍ଦ୍ର। ସ୍କୁଲର ଆବଶ୍ୟକ ସଂଖ୍ୟକ କୋଠା ଓ ଶିକ୍ଷକ ନଥିବାରୁ ପିଲାମାନେ ପାଠ ପଢ଼ିବାରେ ନାହିଁ ନଥିବା ଅସୁବିଧାରେ ପଡ଼ୁଛନ୍ତି। ଏନେଇ ଅଭିଭାବକମାନେ ବାରମ୍ୱାର ପ୍ରଶାସନ ପାଖରେ ଅଭିଯୋଗ କରୁଥିଲେ ମଧ୍ୟ କିଛି ସୁଫଳ ମିଳୁନାହିଁ। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଉଛି।

ବଲାଙ୍ଗିର ସହର ଭିତରେ ରହିଛି ‘ସାଲେପାଲି ପ୍ରାଥମିକ ସ୍କୁଲ’। ଏଠାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ୮ଟି ଶ୍ରେଣୀର ୧୪୦ ଜଣ ପିଲା ପାଠ ପଢ଼ୁଛନ୍ତି ୪ଟି କୋଠରୀରେ। ଆଉ ସେମାନଙ୍କୁ ପାଠ ପଢ଼ାଉଛନ୍ତି ମାତ୍ର ୪ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏଠାରୁ ପ୍ରାୟ ୩ କିମି ଦୂର ‘କାମାକ୍ଷୀନଗର ପ୍ରାଥମିକ ସ୍କୁଲ’ ମଧ୍ୟ ଏଠାରେ ଚାଲିଛି। ଏହି ସ୍କୁଲର ୫ଟି ଶ୍ରେଣୀ ଚାଲିଛି ଗୋଟିଏ କୋଠରୀରେ। ଏଥିରୁ ଜଣା ପଡ଼ୁଥିବ କେମିତି ଚାଲିଛି ପାଠପଢ଼ା? ସାଲେପାଲି ପ୍ରାଥମିକ ସ୍କୁଲରେ ‘କାମାକ୍ଷୀନଗର ପ୍ରାଥମିକ ସ୍କୁଲ’ ବର୍ଷେ କି ଦୁଇବର୍ଷ ନୁହେଁ, ଦୀର୍ଘ ୭ ବର୍ଷ ଧରି ଚାଲାଲାଣି। ହେଲେ ପ୍ରଶାସନ ଏହାର ସ୍ଥାୟୀ ପ୍ରତିକାର ବ୍ୟବସ୍ଥା କରୁନାହିଁ। ଏହାକୁ ନେଇ ଅଭିଭାବକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ସାଲେପାଲି ସ୍କୁଲରେ କେବଳ କାମାକ୍ଷୀନଗର ସ୍କୁଲ ଆଶ୍ରୟ ନେଇନି, ଏଠାରେ ମଧ୍ୟ ଚାଲିଛି ସାଲେପାଲି ଦୁଇ ନମ୍ବର ଅଙ୍ଗନବାଡ଼ି କେନ୍ଦ୍ର। ଦୀର୍ଘ ୮ ବର୍ଷ ହେବ ସ୍କୁଲ ବାରଣ୍ଡାରେ ଚାଲିଛି ଅଙ୍ଗନବାଡ଼ି କେନ୍ଦ୍ର। ଶୀତ ବର୍ଷାକୁ ଖାତିର ନକରି ବାରଣ୍ଡାରେ କୁନି କୁନି ପିଲାମାନେ ପାଠ ପଢ଼ୁଛନ୍ତି।

ମଧ୍ୟାହ୍ନ ଭୋଜନ ପାଇଁ ରୋଷେଇ ଘର ନାହିଁ। ଖୋଲା ଆକାଶ ତଳେ ରୋଷେଇ କରାଯାଉଛି। ପିଲାମାନେ ଶ୍ରେଣୀ କକ୍ଷରେ ଖାଉଛନ୍ତି। କଠୋରୀ ଅଭାବ ଥିବାରୁ ଶ୍ରେଣୀ ଗୃହରେ ମଧ୍ୟାହ୍ନ ଭୋଜନର ଚାଉଳ, ବାସନ କୁସନ, ଡ୍ରାମ ସବୁକୁ ରଖାଯାଉଛି। ଏନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ପରେ ଘଟଣା ସ୍ଥାୟୀ ସମାଧାନ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ଗୋଟିଏ ଟିମ ଗଠନ କରିଛନ୍ତି। ଟିମ୍‌ ପୁଙ୍ଖାନୁପୁଙ୍ଖ ତଦନ୍ତ କରି ରିପୋର୍ଟ ଦେବା ପରେ ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ କହିଛନ୍ତି।



from OdishaReporter https://ift.tt/2L4dRWh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages