ଲାଇଭ୍‌ ଟିଭି ସୋ’ରେ ହାତାହାତି : ମହିଳା ଓକିଲଙ୍କୁ ଚାପୁଡ଼ା ମାରି ଗିରଫ ହେଲେ ମୌଲାନା, ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 18, 2018

ଲାଇଭ୍‌ ଟିଭି ସୋ’ରେ ହାତାହାତି : ମହିଳା ଓକିଲଙ୍କୁ ଚାପୁଡ଼ା ମାରି ଗିରଫ ହେଲେ ମୌଲାନା, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ବିତର୍କରୁ ବିବାଦ। ବିବାଦରୁ ଗଣ୍ଡଗୋଳ। ଆଉ ଶେଷରେ ହାତାହାତି। ଟେଲିଭିଜନରେ ସିଧା ପ୍ରସାରଣ ହେଲା ମୁଥମରାମରି। ଏକ ଜାତୀୟ ନ୍ୟୁଜ୍‌ ଚ୍ୟାନେଲରେ ବିତର୍କ ସୋ’ ଚାଲିଥିବା ବେଳେ ଉପସ୍ଥିତ ଥିବା ଅତିଥିଙ୍କ ମଧ୍ୟରେ ହୋଇଥିବା ମାଡ଼ ମରାମରି ଦୃଶ୍ୟ ଏବେ ସବୁଠି ଚର୍ଚ୍ଚାରେ। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ବୁଲୁଛି। ୨୪ ସେକେଣ୍ଡ ବିଶିଷ୍ଟ ଏହି ଭିଡିଓକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଓ ଆଲୋଚନା ଚାଲିଛି।
କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିବା ‘ମୌଲାନା ଇଜାଜ୍‌ ଅର୍ସଦ୍‌ କ୍ୱାସିମ୍‌’ ଏବଂ ଓକିଲ ‘ଫାର୍‌ହା ଫୈଜ୍‌’ ନାମ୍ନୀ ଜଣେ ମହିଳାଙ୍କ ମଧ୍ୟରେ ଏହି ମାରପିଟ୍‌ ହୋଇଥିବା ଜଣାପଡ଼ିଛି। ଘଟଣାରେ ପୋଲିସ ମୌଲାନାଙ୍କୁ ଗିରଫ କରିଛି।
ମିଳିଥିବା ସୂଚନା ଅନୁଯାୟୀ ଉକ୍ତ ଚ୍ୟାନେଲରେ ଟ୍ରିପଲ୍‌ ତଲାକ୍‌କୁ ନେଇ ବିତର୍କ ଚାଲୁଥିଲା। ବିତର୍କରେ ଫାର୍‌ହା ଫୈଜ୍‌ ଟ୍ରିପ୍‌ଲ ତଲାକ୍‌ ବ୍ୟବସ୍ଥା ବିରୋଧରେ ମତ ଦେଇଥିବା ବେଳେ ଏହାର ସପକ୍ଷରେ ମୌଲାନା ଇଜାଜ୍‌ ଅର୍ସଦ୍‌ ନିଜର ମତ ରଖିଥିଲେ। ତେବେ ସୋ’ ଚାଲିଥିବା ବେଳେ ଏହି ଆଲୋଚନାକୁ ନେଇ ଉଭୟ ମୁହାଁମୁହିଁ ହୋଇଥିଲେ। ସ୍ଥିତି ଏମିତି ହୋଇଥିଲା ଯେ, କେହି କାହାକୁ ଛାଡ଼ିବା ଅବସ୍ଥାରେ ନଥିଲେ। ଉଭୟେ ଉତ୍ୟକ୍ତ ହୋଇ ପରସ୍ପର ମଧ୍ୟରେ ମାରିପିଟ୍ ହୋଇଥିଲେ। ସୋ’କୁ ନିୟନ୍ତ୍ରଣ କରୁଥିବା ଜଣେ ମହିଳା ଓ ଜଣେ ପୁରୁଷ ଆଙ୍କର ଆସି ଉଭୟଙ୍କୁ ଅଟକାଇଥିଲେ ମଧ୍ୟ କେହି କାହାକୁ ଛାଡ଼ିବା ଅବସ୍ଥାରେ ନ ଥିଲେ। ଯାହାର ସିଧାପ୍ରସାରଣ ଚାଲିଥିଲା।
ତେବେ ମିଳିଥିବା ସୂଚନା ଅନୁଯାୟୀ, ସମ୍ପୃକ୍ତ ଚ୍ୟାନେଲ ଜୀ ହିନ୍ଦୁସ୍ଥାନ ପକ୍ଷରୁ ମୌଲାନା ଇଜାଜ୍‌ ଅର୍ସଦ୍‌ଙ୍କ ନାମରେ ଅସଦାଚରଣ ଓ ଚାପୁଡ଼ା ମାରିବା ଅଭିଯୋଗ ଆଣିବା ପରେ ପୋଲିସ ତାଙ୍କୁ ଗିରଫ କରିଛି। ପୋଲିସ ସେହି କାର୍ଯ୍ୟାଳୟରୁ ହିଁ ମୌଲାନାଙ୍କୁ ଗିରଫ କରିଛି।



from OdishaReporter https://ift.tt/2LthvW7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages