ଗର୍ଭବତୀ ଥିଲେ କି ଜୟଲଳିତା? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 25, 2018

ଗର୍ଭବତୀ ଥିଲେ କି ଜୟଲଳିତା?

ଚେନ୍ନାଇ: ତାମିଲନାଡୁର ଦିବଂଗତ ମୁଖ୍ୟମନ୍ତ୍ରୀ ଜେ.ଜୟଲଳିତା ବିବାହ କରି ନଥିଲେ ବୋଲି ସମସ୍ତେ ଜାଣନ୍ତି। ହେଲେ ସେ ଗର୍ଭବତୀ ଥିଲେ ଏବଂ ତାଙ୍କର ଜଣେ ଝିଅ ମଧ୍ୟ ଅଛନ୍ତି। ଏମିତି ଏକ ଦାବି ଆସିବା ପରେ ତାମିଲନାଡୁ ରାଜନୀତିରେ ଚର୍ଚ୍ଚା ଆରମ୍ଭ ହୋଇଛି। ଏପରି କି ଜଣେ ଯୁବତୀ ନିଜକୁ ଜୟଲଳିତଙ୍କ ଝିଅ ବୋଲି ଦାବି କରି ମାଡ୍ରାସ୍ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ଏହାକୁ ଗ୍ରହଣ ମଧ୍ୟ କରି ରାଜ୍ୟ ସରକାରଙ୍କୁ ଜବାବ୍ ତଲବ କରିଥିଲେ। ଏବେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହାର ଜବାବ୍ ଦିଆଯାଇଛି। ତାମିଲନାଡୁ ଏଜି ବିଜୟ ନାରାୟଣ ସତ୍ୟପାଠ ଜରିଆରେ ଏଭଳି ଦାବିକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଜୟଲଳିତା ଓରଫ ଆମ୍ମା କେବେହେଲେ ଗର୍ଭବତୀ ହୋଇ ନଥିଲେ। ଜଣେ ଯଦି ଗର୍ଭବତୀ ହୋଇ ନଥିଲେ, ସେ ମା’ କେମିତି ହେବେ ବୋଲି ଏଜି ସତ୍ୟପାଠ ଜରିଆରେ ପ୍ରଶ୍ନ କରିଛନ୍ତି।

ଦାବି ମୁତାବକ, ଜୟଲଳିତା ୧୯୮୦ ମସିହାରେ ଗର୍ଭବତୀ ଥିଲେ। ଏହାକୁ ଭୁଲ୍ ପ୍ରମାଣିତ କରିବା ପାଇଁ ଏଜି ବିଜୟ ନାରାୟଣ ଏକ ଭିଡିଓ କ୍ଲିପ୍‌ସ କୋର୍ଟରେ ଦାଖଲ କରିଛନ୍ତି। ଏକ ଫିଲ୍ମ ଆୱାର୍ଡ ବେଳେ ଜୟଲଳିତା କେମିତି ଦେଖାଯାଉଥିଲେ ତା’ର ଦୃଶ୍ୟ ରହିଛି। ଏହି ଭିଡିଓରେ ଜୟଲଳିତା ଗର୍ଭବତୀ ଥିବା ଆଦୌ ଜଣାପଡ଼ି ନାହିଁ। ତେଣୁ ବେଙ୍ଗାଲୁରୁର ଅମୃତା ନାମ୍ନୀ ଯୁବତୀ ନିଜକୁ ଜୟଲଳିତାଙ୍କ ଝିଅ ବୋଲି ଯେଉଁ ଦାବି କରୁଛନ୍ତି, ସେଥିରେ ସତ୍ୟତା ନାହିଁ। କେବଳ ସମ୍ପତ୍ତି ଲୋଭରେ ସେ ଏଭଳି ଦାବି କରୁଥିବା ଏଜି କୋର୍ଟଙ୍କୁ ଜଣାଇଛନ୍ତି। ନାରାୟଣ ଆହୁରି କହିଛନ୍ତି, ଅମୃତା ନିଜକୁ ଜୟଲଳିତାଙ୍କ ଝିଅ ବୋଲି କହୁଥିଲେ ହେଁ କାହିଁକି ତାଙ୍କ ସହ ଗୋଟିଏ ହେଲେ ଫଟୋ ଉଠାଇ ନାହାନ୍ତି? ଦରକାର ପଡ଼ିଲେ ଜୟଲଳିତାଙ୍କ ପରିବାର ଲୋକଙ୍କ ଡିଏନ୍‌ଏ ସହ ଅମୃତାଙ୍କ ଡିଏନ୍‌ଏ ପରୀକ୍ଷା କରଯିବ ବୋଲି ସେ କୋର୍ଟଙ୍କୁ ଜଣାଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ୨୦୧୬ ଡିସେମ୍ୱର ୫ରେ ଜୟଲଳିତାଙ୍କ ଦେହାନ୍ତ ହୋଇଥିଲା। ଏହାପରେ ଅମୃତା ନିଜକୁ ଜୟଲଳିତାଙ୍କ ଝିଅ ବୋଲି ଦାବି କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ ସୁପ୍ରିମକୋର୍ଟ ଏହାର ଶୁଣାଣି ହାଇକୋର୍ଟରେ ହେବ ବୋଲି କହିଥିଲେ।



from OdishaReporter https://ift.tt/2uOyj3D

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages