ଆମେରିକାରୁ ପ୍ରକାଶିତ ଓଡ଼ିଆ ସାହିତ୍ୟ ପତ୍ରିକା ‘ପ୍ରତିଶ୍ରୁତି’ର ପାଠକାର୍ପଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 13, 2018

ଆମେରିକାରୁ ପ୍ରକାଶିତ ଓଡ଼ିଆ ସାହିତ୍ୟ ପତ୍ରିକା ‘ପ୍ରତିଶ୍ରୁତି’ର ପାଠକାର୍ପଣ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସତ୍ୟ ପଟ୍ଟନାୟକଙ୍କ ସମ୍ପାଦନାରେ ୨୦୧୨ରୁ ଆମେରିକାରୁ ପ୍ରକାଶ ପାଉଥିବା ସମ୍ଭ୍ରାନ୍ତ ସାହିତ୍ୟ ପତ୍ରିକା ପ୍ରତିଶ୍ରୁତିର ପାଠକାର୍ପଣ ଗତ ୭ ତାରିଖ ଶନିବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ଡେଟ୍ରଏଟ୍‌ ସହରର ଫୋର୍ଡ ପର୍‌ଫର୍ମିଂ ଆର୍ଟ ସେଣ୍ଟରର ଅଡିଟୋରିୟମ୍‌ରେ ଅନୁଷ୍ଠିତ ହୋଇଯାଇଛି। ପ୍ରବାସୀ ଆମେରିକୀୟ ଓଡ଼ିଆମାନଙ୍କ ଦ୍ୱାରା ପ୍ରତିଷ୍ଠିତ ସଂସ୍ଥା ‘ଓସା’ର ୪୯ତମ ବାର୍ଷିକ ଅଧିବେସନ ପାଳନ ଅବସରରେ ପ୍ରାୟ ୭ଶହରୁ ଅଧିକ ଓଡ଼ିଆଙ୍କ ଗହଣଣରେ ପାଠକାର୍ପଣରେ ଭାଗ ନେଇଥିଲେ ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର, ସମାଜସେବୀ ଜଗଦାନନ୍ଦ, ବିଶିଷ୍ଟ ଓଡ଼ିଆ ଶୀତକଣ୍ଠ ଦାଶ, ଓସା ଅଧିବେସନର କନ୍‌ଭେନର ଶିଶିର ସେନାପତି ଓ ‘ପ୍ରତିଶ୍ରୁତି’ର ସମ୍ପାଦକ ସତ୍ୟ ପଟ୍ଟନାୟକ।

ଏହି ଅବସରମର ଶ୍ରୀ ବେନହୁର କହିଲେ, ଆଜିକାଲି ଓଡ଼ିଆମାନ ବିଶ୍ୱର ସବୁ ଦେଶରେ ରହିଲେଣି। ଆମେ ଯେଉଁଠି ରହିଲେ ବି ଆମ ସଂସ୍କୃତି, ସାହିତ୍ୟ ଓ ଭାଷାକୁ ସାଥୀରେ ଧରି ରଖିବାକୁ ହେବ। ଏଇ ଇମିଗ୍ରାଣ୍ଟମାନଙ୍କ ପାଇଁ ଉନ୍ନତ ମାନର ସାହିତ୍ୟ ନିୟମିତ ଭାବରେ ଉପଲବ୍ଧ କରାଇବା ଏକ ସାମାଜିକ ଦାୟିତ୍ୱ। ସେମାନେ ନିଜେ ଏହି ଦାୟିତ୍ୱ ବହନ କରିବା ଉଚିତ୍ ବୋଲି ସେ ମନ୍ତବ୍ୟ ରଖିଥିଲେ। ଏହି ପରିପ୍ରେକ୍ଷୀରେ ‘ପ୍ରତିଶ୍ରୁତି’ର ଅବଦାନ ଉଲ୍ଲେଖନୀୟ ବୋଲି ସେ କହିଥିଲେ। ସମ୍ପାଦକ ସତ୍ୟ ପଟ୍ଟନାୟକ କହିଲେ ଯେ, ଦୁଇଟି ମୌଳିକ ଲକ୍ଷ୍ୟ ନେଇ ୨୦୧୨ରେ ପ୍ରକାଶ ପାଇଥିଲା ‘ପ୍ରତିଶ୍ରୁତି’। ପ୍ରଥମରେ ଯୁକ୍ତରାଷ୍ଟ୍ର ଆମେରିକା ଓ କାନାଡ଼ାରେ ବସବାସ କରୁଥିବା ଓଡ଼ିଆମାନଙ୍କ ପଢ଼ିବା ନିମନ୍ତେ ଉଚ୍ଚମାନର ଓଡ଼ିଆ ସାହିତ୍ୟ ପରିବେଷଣ କରିବା ଏବଂ ଦ୍ୱିତୀୟରେ, ଏ ଦୁଇ ଦେଶରେ ଓଡ଼ିଆ ସାହିତ୍ୟରେ ଋଚି ରଖୁଥିବା ଓଡ଼ିଆମାନଙ୍କ ନିମନ୍ତେ ଏକ ମଞ୍ଚ ଉପଲବ୍ଧ କରାଇବା। ଏ ଦୁଇ ମୌଳିକ ଲକ୍ଷ୍ୟକୁ ସାମ୍ନାରେ ରଖି ‘ପ୍ରତିଶ୍ରୁତି’କୁ ଏକ ନନ୍-ପ୍ରଫିଟ୍ ସଂସ୍ଥା ଭାବରେ ୱହିଓ ରାଜ୍ୟରେ ପଞ୍ଜୀକୃତ କରାଗଲା ଏବଂ ଏଥିନିମନ୍ତେ ସମସ୍ତ ଆର୍ଥିକ ସହାୟତାକୁ ସରକାର ଆୟକର ମୁକ୍ତ ଦରଜା ଦେଲେ। ଇମିଗ୍ରାଣ୍ଟ ସାହିତ୍ୟକୁ ସାହିତ୍ୟର ନୂତନ ଦିଗ ଭାବରେ ଗ୍ରହଣ କରିବାକୁ ଅନୁରୋଧ କରି ସେ କହିଲେ, ଇମିଗ୍ରେସନ ଅନୁଭୂତି, ନୂତନ ସଂସ୍କୃତିର ବିଭିନ୍ନ ସ୍ୱରୂପ ତଥା ଶୈଳୀ ଆଦିକୁ ଆପଣେଇବାର ଅସ୍ୱଭାବିକତା ଇତ୍ୟାଦିକୁ ନେଇ ଇମିଗ୍ରାଣ୍ଟ ସାହିତ୍ୟର ସୃଷ୍ଟି। ଇମିଗ୍ରାଣ୍ଟ ସାହିତ୍ୟରୁ ପ୍ରକଟିତ ହେଉଥିବା ଚିତ୍ର ସଙ୍କଳ୍ପ, ସଫଳତା, ବିଜନତା, ପରିତ୍ୟକ୍ତତାର ସମ୍ମିଶ୍ରଣ। ମାତୃଭୂମି ପ୍ରତି ଥିବା ଅନୁରକ୍ତିର ତୀବ୍ର ଇଚ୍ଛା ସାଙ୍ଗକୁ ନୂତନତାକୁ ସ୍ୱୀକାର କରିବା ସଂପର୍କୀୟ ଅନିଶ୍ଚିତତା ମଧ୍ୟରେ ଥିବା ଅନ୍ତର୍ନିହିତ ଦ୍ୱନ୍ଦ୍ୱ ଇମିଗ୍ରାଣ୍ଟ ସାହିତ୍ୟର ବିଷୟବସ୍ତୁ।

‘ପ୍ରତିଶ୍ରୁତି’ ଏବେ ଓଡ଼ିଶା, ଯୁକ୍ତରାଷ୍ଟ୍ର ଆମେରିକା, କାନାଡ଼ା ସମେତ ପ୍ରାୟ ପଚିଶଟି ଦେଶର ଓଡ଼ିଆଙ୍କ ନିକଟକୁ ପଠାଯାଉଛି। ଏହି ପରିପ୍ରେକ୍ଷୀରେ ‘ଓସା’ର ସଭାପତି ଲଲାଟେନ୍ଦୁ ମହାନ୍ତି ତଥା କବି ଶଶୀଭୂଷଣ ବିଶ୍ୱାଳ ମଧ୍ୟ ଉପସ୍ଥିତ ଥିଲେ। ‘ପ୍ରତିଶ୍ରୁତି’ ଦ୍ୱାରା ଏକ ପୁସ୍ତକ ପ୍ରଦର୍ଶନୀ ମଧ୍ୟ ଆୟୋଜନ କରାଯାଇଥିଲା।



from OdishaReporter https://ift.tt/2NO6OPh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages