
ନୂଆଦିଲ୍ଲୀ: ସାଧାରଣତଃ ଲଙ୍କା ଖାଇବାକୁ ସମସ୍ତେ ଭଲ ପାଆନ୍ତି ନାହିଁ। ଏମିତିକି କିଛି ଲୋକ ଅଛନ୍ତି ଖାଦ୍ୟରେ ରାଗର ପରିମାଣ ଅଧିକ ହେଲେ ଖାଇ ନଥାନ୍ତି। ହେଲେ ନିକଟରେ ଦକ୍ଷିଣ ଚୀନର ହୁନାନ ଅଞ୍ଚଳରେ ଚାଲିଥିବା ସାଳାନା ଚିଲ୍ଲି ଫେଷ୍ଟିଭାଲ୍ରେ ଜଣେ ବ୍ୟକ୍ତି ଗୋଟିଏ ମିନିଟ୍ରେ ୫୦ଟି ଲଙ୍କା ଖାଇ ଏକ ବିରଳ ରେକର୍ଡ ସୃଷ୍ଟି କରିଛନ୍ତି। ତାଙ୍କ ନାଁ ତେଙ୍ଗ୍ ସୁଆଇହୁଇ।
ଏହି ଫେଷ୍ଟିଭାଲ୍ରେ ଲଙ୍କା ଖାଇବା ସହ ଲଙ୍କାରେ ଗାଧୋଇବା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ତେଙ୍ଗ୍ ସୁଆଇହୁଇ ଏକ ପାତ୍ରରେ ରଖାଯାଇଥିବା ଲାଲ ଲଙ୍କା ଓ ଲଙ୍କା ମିଶା ପାଣିରେ ଗାଧୋଇବା ସହ ୬୦ ସେକେଣ୍ଡରେ ୫୦ଟି ଲାଲ୍ ଲଙ୍କା ଖାଇ ନିଜ ନାଁରେ ଏକ ରେକର୍ଡ ସୃଷ୍ଟି କରିଛନ୍ତି। ଏହାସହ ତାଙ୍କୁ ପୁରସ୍କାର ବାବଦକୁ ୨୪ କ୍ୟାରେଟ୍ର ୩ ଗ୍ରାମର ସୁନା କଏନ୍ ଦିଆଯାଇଛି। ଏହି ପ୍ରତିଯୋଗିତାର ଫାଇନାଲ୍ ପର୍ଯ୍ୟାୟକୁ ୧୦ ଜଣ ବ୍ୟକ୍ତି ମନୋନୀତ ହୋଇଥିଲେ। ତେଙ୍ଗ୍ ସୁଆଇହୁଇ ଏହି ପ୍ରତିଯୋଗିତାରେ ବିଜୟୀ ହେବା ସହ ଅତି କମ୍ ସମୟରେ ସର୍ବାଧିକ ଲଙ୍କା ଖାଇବାର ଆଉ ଏକ ରେକର୍ଡ ମଧ୍ୟ ନିଜ ନାଁରେ କରିଛନ୍ତି।
ଦୁଇ ବର୍ଷ ହେବ ଏହି ଚିଲ୍ଲି ଫେଷ୍ଟିଭାଲ୍ ଆୟୋଜିତ ହୋଇଆସୁଛି। ତେବେ ଫେଷ୍ଟିଭାଲ୍ ସମୟରେ ପ୍ରତିଯୋଗୀଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ସେଠାରେ ଡାକ୍ତର ମଧ୍ୟ ଉପସ୍ଥିତ ରହିଥାନ୍ତି। ଆସନ୍ତା ଅଗଷ୍ଟ ଯାଏ ଏହି ଫେଷ୍ଟିଭାଲ୍ ଚାଲିବ।
ଲଙ୍କା ପାତ୍ରରେ ଏମିତି ସ୍ନାନ କରନ୍ତି ଲୋକେ
ଗୋଟିଏ ବଡ଼ ପାତ୍ରରେ ଲଙ୍କା ଓ ପାଣି ଭରି ଦିଆଯାଏ। ସେଠାରେ ପ୍ରତିଯୋଗୀଙ୍କୁ ଠିଆ କରାଯାଇଥାଏ। ଆଉ ସେହି ପାତ୍ରରେ ପ୍ରାୟ ୩ ଟନ୍ ଲାଲ୍ ଲଙ୍କା ରଖାଯାଇଥାଏ। ତେବେ ପ୍ରତିଯୋଗୀଙ୍କୁ କୌଣସି ଚର୍ମ ସମସ୍ୟା ହେବାର ଆଶଙ୍କାକୁ ଦେଖି ଅଧିକ ରାଗ ଲଙ୍କା ପାତ୍ରରେ ଦିଆଯାଇନଥାଏ।
from OdishaReporter https://ift.tt/2uuTGWJ

No comments:
Post a Comment