ବିଧାୟକ କଥା ରଖିଲେନି: ୪ ହଜାର ଟଙ୍କାରେ ରାସନ୍‌କାର୍ଡ ବନ୍ଧା ପକେଇ ସ୍ୱାମୀଙ୍କ ଚିକିତ୍ସା କଲେ ସ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 13, 2018

ବିଧାୟକ କଥା ରଖିଲେନି: ୪ ହଜାର ଟଙ୍କାରେ ରାସନ୍‌କାର୍ଡ ବନ୍ଧା ପକେଇ ସ୍ୱାମୀଙ୍କ ଚିକିତ୍ସା କଲେ ସ୍ତ୍ରୀ

ନୟାଗଡ଼ (ସତ୍ୟନାରାୟଣ ସୁର୍‌ ଜଗଦେବ): କେନ୍ଦରା ବଜାଇ ପେଟ ପୋଷୁଥିଲେ ଚୈତନ୍ୟ ନାୟକ। ହଠାତ ମାଡ଼ି ବସିଲା ରୋଗ। ଯନ୍ତ୍ରଣାରେ ଛଟପଟ ହୋଇ ଚୈତନ୍ୟ ସାହାଯ୍ୟ ପାଇଁ ବିଧାୟକଙ୍କ ପାଖକୁ ଯାଇଥିଲେ। ମାତ୍ର ବିଧାୟକ ସାହାଯ୍ୟ କରିବେ ବୋଲି କହି ଭୁଲିଗଲେ। ତେଣୁ ୪ ହଜାର ଟଙ୍କାରେ ରାସନ୍‌କାର୍ଡ଼କୁ ବନ୍ଧା ପକାଇ ସ୍ୱାମୀଙ୍କ ଚିକିତ୍ସା କଲେ ପତ୍ନୀ। ଦ୍ରାରିଦ୍ର୍ୟର ଏପରି ଏକ ଦାରୁଣ ଚିତ୍ର ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲାର ଭାପୁର ବ୍ଲକରେ। ଏହି ଖବର ପ୍ରଚାରିତ ହେବା ପରେ ଭାପୁର ବ୍ଲକ୍ ଅଧ୍ୟକ୍ଷ ସହାୟତା ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ବଡ଼ଶହରା ଗାଁର ଚୈତନ୍ୟ ନାୟକ। ପରିବାର କହିଲେ ପତ୍ନୀ, ଦୁଇ ଝିଅ ଓ ଏକମାତ୍ର ପୁଅ। କେନ୍ଦରା ବଜାଇ ଓ କାମଦାମ କରି ଦୁଃଖ କଷ୍ଟରେ ୫ ପ୍ରାଣୀ କୁଟୁମ୍ୱଙ୍କ ମୁହଁରେ ଦାନା ଦେଇଥିଲେ ଚୈତନ୍ୟ। ଦିନ ସେ ପିଚୁ କାମ କରିବାକୁ ଯାଇଥିଲେ। ହଠାତ୍‌ ଦେହ ଅସୁସ୍ଥ ହେଲା। ଝାଡ଼ା ହେବାରୁ ଡାକ୍ତରଖାନାରୁ ଔଷଧ ଧରି ଘରକୁ ଫେରିଲେ। ଔଷଧ ଖାଇବା ପରେ ଝାଡ଼ା ସିନା ଭଲ ହୋଇଗଲା, ହେଲେ ଶରୀର ଦୁର୍ବଳ ହୋଇଗଲା। ଆଉ ସଳଖି ଛିଡ଼ା ହୋଇପାରିଲେ ନାହିଁ। ବାଡ଼ି ଧରି ଚାଲିଲେ। କାମ କରିବା ତ ଦୂରର କଥା। ତେଣୁ ପରିବାର ଚଳାଇବା କଷ୍ଟକର ହେଲା। ତା’ପରେ ରୋଗ ଯନ୍ତ୍ରଣା। ପାଖରେ ପଇସା ନଥିବାରୁ ଘରେ ଯାହାଥିଲା ବିକ୍ରିକରି ଚୈତନ୍ୟାଙ୍କୁ ତାଙ୍କ ପତ୍ନୀ କଟକ ବଡ଼ ମେଡ଼ିକାଲ ନେଇଥିଲେ। ଡାକ୍ତର ପରୀକ୍ଷା ନିରୀକ୍ଷା କରି ଔଷଧ ଦେଇଥିଲେ। ମାତ୍ର ଔଷଧ କିଣିବାକୁ ପଇସା ନଥିବାରୁ ସେ ସ୍ଥାନୀୟ ବିଧାୟକ ଓ ସରପଞ୍ଚଙ୍କ ପାଖକୁ ଯାଇ ଗୁହାରି କରିଥିଲେ। ସେମାନେ ସାହାଯ୍ୟ କରିବେ ବୋଲି କହି ଭୁଲିଗଲେ।

ଦିନେ ରାତିରେ ହଠାତ ଚୈତନ୍ୟଙ୍କ ସ୍ୱାସ୍ଥ୍ୟ ବିଗିଡ଼ିଗଲା। ପାଖରେ ଔଷଧ ନଥିଲା। ଯନ୍ତ୍ରଣା ଅସହ୍ୟ ହେବାରୁ ଚୈତନ୍ୟଙ୍କ ପତ୍ନୀ ପଡ଼ୋଶୀଙ୍କ ପାଖରେ ରାସନକାର୍ଡ଼ ବନ୍ଧା ରଖି ୪ ହଜାର ଟଙ୍କା ଆଣିଥିଲେ। ସେଇଥିରେ ଔଷଧ କିଣି ଦେଲେ। ଏହି ଖବର ପ୍ରକାଶ ପାଇବା ପରେ ଭାପୁର ବ୍ଲକ ଚେୟାରମ୍ୟାନ ଗୟାଧର ପରିଡ଼ା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସାହାଯ୍ୟ କରିବେ ବୋଲି ଜଣାଇଛନ୍ତି। କେବେ ସାହାଯ୍ୟ ମିଳିବ ତାହା ଜଣାପଡ଼ି ନାହିଁ।



from OdishaReporter https://ift.tt/2mg598Q

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages