
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟସଭାରେ ସାନ୍ତାଳୀ ଭାଷାରେ ହୋଇପାରିବ ଆଲୋଚନା। ଏହା ସହିତ ଅନ୍ୟ ୪ଟି ଭାଷାରେ ମଧ୍ୟ ଆଲୋଚନା ହୋଇପାରିବ। ସେଗୁଡ଼ିକ ହେଲା ଡୋଗ୍ରୀ, କାଶ୍ମିରୀ, କୋଙ୍କଣୀ ଓ ସିନ୍ଧି। ରାଜ୍ୟସଭାରେ ଆଲୋଚନା ବେଳେ ସାଂସଦମାନେ ଏହି ନୂଆ ୫ଟି ଭାଷା ବ୍ୟବହାର କରିପାରିବେ। ଆଲୋଚନା ବେଳେ ଏହି ୫ଟି ଭାଷାର ସାଙ୍ଗେ ସାଙ୍ଗେ ଅନୁବାଦ କରିବାକୁ ରାଜ୍ୟସଭା ସେକ୍ରେଟାରିଏଟ୍ ପକ୍ଷରୁ ବ୍ୟବସ୍ଥା କରାଯାଇଛି।
ଆସନ୍ତା ମୌସୁମୀ ଅଧିବେଶନଠାରୁ ସାଂସଦମାନେ ସମ୍ବିଧାନର ଅଷ୍ଟମ ସିଡ୍ୟୁଲ୍ରେ ଥିବା ୨୨ଟି ଭାଷାରୁ ଯେ କୌଣସି ଭାଷା ବ୍ୟବହାର କରିପାରିବେ ବୋଲି ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁ କହିଛନ୍ତି।
ସାନ୍ତାଳୀ ଭାଷାବିତ୍ ନରେନ୍ଦ୍ର ହେମ୍ୱ୍ରମ୍ କହିଛନ୍ତି- “ଦୀର୍ଘ ଦିନର ଆନ୍ଦୋଳନ ପରେ ସାନ୍ତାଳୀ ଭାଷାକୁ ମାନ୍ୟତା ମିଳିଥିଲା। ଡେରିରେ ହେଲେ ମଧ୍ୟ କେନ୍ଦ୍ର ସରକାର ରାଜ୍ୟସଭାରେ ଏହି ଭାଷାରେ ଆଲୋଚନା ପାଇଁ ସୁଯୋଗ ଦେଇଛନ୍ତି। ଏହା ଆମ ପାଇଁ ଖୁସିର ଖବର। କିନ୍ତୁ ଦୁଃଖର ବିଷୟ, ରାଜ୍ୟ ସରକାର ଏହାକୁ ଲାଗୁ କରିନାହାନ୍ତି। ଓଡ଼ିଶା ବିଧାନସଭାରେ ମଧ୍ୟ ଏହି ଭାଷାକୁ ଲାଗୁ କରାଯାଉ।”
from OdishaReporter https://ift.tt/2NKB0uV
No comments:
Post a Comment