ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ: ପଢ଼ନ୍ତୁ କେଉଁ ଜିଲ୍ଲାରେ କେତେ ପରିମାଣରେ ବର୍ଷା ହେବ   - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 14, 2018

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ: ପଢ଼ନ୍ତୁ କେଉଁ ଜିଲ୍ଲାରେ କେତେ ପରିମାଣରେ ବର୍ଷା ହେବ  

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): ଉତ୍ତରପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ସମୁଦ୍ରପୃଷ୍ଠଠାରୁ ୯.୫ କିମି ଉପରେ ସୃଷ୍ଟି ହୋଇଥିବା ଏହି ଘୂର୍ଣ୍ଣବଳୟ ଦକ୍ଷିଣ-ପଶ୍ଚିମ ମୁହାଁ ହୋଇ ଗତି କରିବ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ସକ୍ରିୟ ହେବ ବୋଲି ଭୁବନେଶ୍ୱର ପାଣିପାଗ ବିଭାଗ ଆକଳନ କରିଛି। ଏହାର ପ୍ରଭାବରେ ଆସନ୍ତା ୭୨ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।  ତେବେ ଉପକୂଳ ଜିଲ୍ଲା ଗୁଡ଼ିକରେ ଭୀଷଣ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହିବାର ଆଶଙ୍କା ଥିବାରୁ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ମତ୍ସ୍ୟଜୀବୀମାନଙ୍କୁ ସତର୍କ କରି ଦିଆଯାଇଛି। ତେବେ କେଉଁ ଜିଲ୍ଲା ପାଇଁ କେତେ ପରିମାଣରେ ବର୍ଷା ହେବ ସେନେଇ ପାଣିପାଗ ବିଭାଗ କ’ଣ ଆକଳନ କରିଛି ଆସନ୍ତୁ ଜାଣିବା।

କେଉଁଜିଲ୍ଲାରେ ଅଧିକରୁ ଅଧିକ ବର୍ଷିବ

ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଦା, କଟକ, ଜଗତସିହପୁର ଏବଂ କେନ୍ଦ୍ରାପଡ଼ା

କେଉଁ ଜିଲ୍ଲାରେ ପ୍ରବଳ ବର୍ଷିବ

ଢେଙ୍କାନାଳ, ଯାଜପୁର, ଭଦ୍ରକ, ସମ୍ବଲପୁର, ସୋନପୁର, ବରଗଡ଼, ବଲାଙ୍ଗିର, ନୂଆପଡ଼ା, ବୌଦ୍ଧ



from OdishaReporter https://ift.tt/2mgSmTq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages