
ପାରାଦୀପ(ଓଡ଼ିଶା ରିପୋର୍ଟର): ପାରାଦୀପ ଉପକଣ୍ଠ କୁଜଙ୍ଗ ବ୍ଲକ ଅନ୍ତର୍ଗତ ଗଣ୍ଡିକିପୁର ଠାରେ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ୧୦ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ ପରେ ଅଭିଯୁକ୍ତ ଜଣକ ଆତ୍ମହତ୍ୟା କରିଥିବା ଜଣା ପଡିଛି। ମୃତକ ଜଣକ ସେହି ଗ୍ରାମର ଗୋପି ସାମଲ ବୋଲି ଜଣାପଡ଼ିଛି।
ଏହି ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଘଟଣାରୁ ଜଣାପଡ଼ିଛି ଯେ, ନାବାଳିକାକୁ କୌଣସି ଉପାୟରେ ନିଜ ଘରକୁ ଡ଼ାକି ଆଣିଥିଲା ଗୋପି ସାମଲ।
ପୂର୍ବରୁ ଉକ୍ତ ଝିଅ ସମ୍ପର୍କୀୟ ଦୃଷ୍ଟିରୁ ମୃତ ଗୋପିକୁ ଦାଦା ଦାଦା ବୋଲି ଡାକୁଥିଲା ଏବଂ ପାଖରେ ଘର ହୋଇ ଥିବାରୁ ଯିବା ଆସିବା ମଧ୍ୟ ଲାଗି ରହିଥିଲା। ସେ ଦୃଷ୍ଟିରୁ ଝିଅଟି କିଛି ନବୁଝି ଘର ଭିତରକୁ ପଶି ଯାଇଥିଲା। ତେବେ ଘରକୁ ପଶିବା ମାତ୍ରେ ଅଭିଯୁକ୍ତ ଘର କବାଟ ବନ୍ଦ କରି ଘର ଭିତରେ ଦୁଷ୍କର୍ମ କରିଥିଲା। ଏନେଇ କିଛି ସମୟ ପରେ ନାବାଳିକା ଜଣକ କାନ୍ଦି କାନ୍ଦି ତାର ଘରେ ସବୁ କହିବା ପରେ ଝିଅଟିର ମା ସ୍ଥାନୀୟ କୁଜଙ୍ଗ ଥାନାରେ ଲିଖିତ ଅଭିଯୋଗ ଦାଖଲ କରିଥିଲେ। ଏନେଇ କୁଜଙ୍ଗ ପୋଲିସ ଘଟଣା ସ୍ଥଳକୁ ଯିବା ବେଳେ ବାଟରେ ଖବର ମିଳିଥିଲା ଯେ ଅଭିଯୁକ୍ତ ଜଣକ ନିଜ ଘରେ ବେକରେ ଲୁଙ୍ଗି ଗୁଡ଼ାଇ ଆତ୍ମହତ୍ୟା କରିଛି। ଏନେଇ ସଙ୍ଗେ ସଙ୍ଗେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ କରିଥିଲା। ଏଥିସହ ନାବାଳିକାକୁ ଡାକ୍ତରୀ ମାଇନା ପାଇଁ କୁଜଙ୍ଗ ଡ଼ାକ୍ତରଖାନାକୁ ପଠାଇବା ସହ ଅଭିଯୁକ୍ତର ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର କରିଥିଲା।
from OdishaReporter https://ift.tt/2Le4yPF
No comments:
Post a Comment