କାହାର ହେବେ ‘ପ୍ରେମ୍‌’: ଲାଗିଲା ଯୁଦ୍ଧ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 20, 2018

କାହାର ହେବେ ‘ପ୍ରେମ୍‌’: ଲାଗିଲା ଯୁଦ୍ଧ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଗକୁ ଆସୁଛି ତରଙ୍ଗ ସିନେ ପ୍ରଡକ୍ସନ୍ସ ଦ୍ୱାରା ନିର୍ମାଣ କରାଯାଉଥିବା ଫିଲ୍ମ ‘ପ୍ରେମ୍‌ କୁମାର’। ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି  ଓଲିଉଡ୍‌ର ସୁପରଷ୍ଟାର ଅନୁଭବ ମହାନ୍ତି। ତାଙ୍କ ବିପକ୍ଷରେ ଦୁଇଜଣ ଅଭିନେତ୍ରୀ ଶିବାନୀ ଏବଂ ତମନ୍ନା ରହିଛନ୍ତି। ଫିଲ୍ମରେ ଦୁଇ ଅଭିନେତ୍ରୀଙ୍କୁ ଦେଖି ଆପଣ ଅନୁମାନ ଲଗାଉଥିବେ ଯେ ଫିଲ୍ମ ତ୍ରିକୋଣୀୟ ପ୍ରେମ କାହାଣୀକୁ ନେଇ ଆଧାରିତ ହେଇଥିବ।

ଠିକ୍‌ ସେମିତ କିଛି ହେବାକୁ ଯାଉଛି। ଫିଲ୍ମରେ ଦୁଇ ଅଭିନେତ୍ରୀ ଯଥାକ୍ରମେ ତମନ୍ନାଙ୍କ ନାଁ ସରୋଜ ରହିଥିବା ବେଳେ ଶିବାନୀଙ୍କ ନାଁ ସିମ୍‌ରନ୍‌ ରହିଛି। ହେଲେ ଫିଲ୍ମରେ ଅନୁଭବ କାହାର ହେବେ, ସେନେଇ ଆରମ୍ଭ ହୋଇଯାଇଛି ଯୁଦ୍ଧ। ପ୍ରେମର ରଣନୀତିରେ ଦୁଇ ମହିଳା ଯୋଦ୍ଧା ସରୋଜ୍‌ ଏବଂ ସିମ୍‌ରନ୍‌। ହାସଲ କରିବେ ପ୍ରେମ୍‌ କୁମାରଙ୍କୁ। ହେଲେ କେମିତି? ସେଥିପାଇଁ ଆପଣଙ୍କୁ ପୂରା ଫିଲ୍ମଟି ଦେଖିବାକୁ ପଡ଼ିବ। ଫିଲ୍ମଟି ଦଶହରାରେ ରିଲିଜ୍‌ ହେବାକୁ ଯାଉଛି। ଫିଲ୍ମର ନିର୍ଦ୍ଦେଶନା ତାପସ ସରଘରିଆ ଦେଇଛନ୍ତି। ପୂର୍ବରୁ ‘ତୁ ମୋ ଲଭ୍‌ ଷ୍ଟୋରୀ’, ‘ହିରୋ ନଂ-୧’ ପରି ହିଟ୍‌ ଫିଲ୍ମ ଦେଇଛନ୍ତି ତାପସ ସରଘରିଆ।



from OdishaReporter https://ift.tt/2Lc6RXs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages