
ବଲାଙ୍ଗିର (ସସ୍ମିତା ସାହୁ): ବଲାଙ୍ଗିର ସହରର କଂସାରୀପଡ଼ାରେ ଗୋଟିଏ ଗର୍ଭବତୀ ମାଙ୍କଡ଼କୁ କେହି ଦୁର୍ବୃତ୍ତ ଗୁଳି ମାରି ହତ୍ୟା କରିଛି।
ସୋମବାର ରାତି ପ୍ରାୟ ୯ଟାରେ ଗୁଳି ଫୁଟିବାର ଶବ୍ଦ ଶୁଣିବାକୁ ମିଳିଥିଲା। କ’ଣ ହେଲା ଜାଣିବାକୁ ଲୋକେ ଯେତେବେଳେ ଏକାଠି ହୋଇଥିଲେ କଂସାରୀପଡ଼ା ହନୁମାନ ମନ୍ଦିରରୁ ମାତ୍ର ୨୦ ମିଟର ଦୂରରେ ଏକ ମାଙ୍କଡ଼ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମରି ପଡ଼ିଥିବା ଦେଖିବାକୁ ପାଇଥିଲେ।

ବ୍ୟବଚ୍ଛେଦ ପରେ ବଜରଙ୍ଗ ଦଳର ସଦସ୍ୟମାନେ ମାଙ୍କଡ଼ର ଶବ ସତ୍କାର କରିଥିଲେ।
ବଲାଙ୍ଗିର ସହରରେ ମାଙ୍କଡ଼ଙ୍କୁ ଏମିତି ଗୁଳି ମାରି ହତ୍ୟା କରିବା କିଛି ନୂଆ କଥା ନୁହେଁ। ପୂର୍ବରୁ ମଧ୍ୟ ଏପରି ଘଟଣା ଘଟି ସାରିଛି। ଫଳରେ ଏହାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ଓ ପରିବେଶବିତ୍ଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
from OdishaReporter https://ift.tt/2vsuPTG
No comments:
Post a Comment