ଲୀଳାଖେଳା ସାରି ନୀଳକନ୍ଦରକୁ ବାହୁଡ଼ିଲେ ମହାପ୍ରଭୁ: କାଲିଠୁ ମିଳିବ ନୀଳାଚଳ ଅବଢ଼ା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 25, 2018

ଲୀଳାଖେଳା ସାରି ନୀଳକନ୍ଦରକୁ ବାହୁଡ଼ିଲେ ମହାପ୍ରଭୁ: କାଲିଠୁ ମିଳିବ ନୀଳାଚଳ ଅବଢ଼ା

ପୁରୀ (ଓଡ଼ିଶା ରିପୋର୍ଟର): ସରିଲା ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା। ଜନ୍ମବେଦୀରେ ଦୀର୍ଘ ୧୨ ଦିନର ଲୀଳାଖେଳା ସାରି ଆଜି ନୀଳକନ୍ଦରକୁ ବାହୁଡ଼ିଛନ୍ତି ଶ୍ରୀଜିଉ। ରଥାରୂଢ଼ ଠାକୁରମାନଙ୍କୁ ଗୋଟି ପହଣ୍ଡିରେ ଜଣଙ୍କ ପରେ ଜଣଙ୍କୁ ନିଆଯାଇ ରତ୍ନସିଂହାସନରେ ବିଜେ କରାଯାଇଛି। ଘୋଷଯାତ୍ରାର ଅନ୍ୟ ସମସ୍ତ ନୀତି ଭଳି ଆଜି ମଧ୍ୟ ସଅଳ ହୋଇଥିଲା ନୀଳାଦ୍ରି ବିଜେ।

ପହଣ୍ଡି ନିର୍ଦ୍ଧାରିତ ସମୟର ପ୍ରାୟ ଦେଢ଼ ଘଣ୍ଟା ଆଗରୁ ବିଜେ କାହାଳୀ ବାଜିଥିଲା। ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ଏହା ପରେ ବଡ଼ଠାକୁର ବଳଭଦ୍ର ଓ ପରେ ଦେବୀ ସୁଭଦ୍ରାଙ୍କୁ ପହଣ୍ଡିରେ ନିଆଯାଇ ଥିଲା। ଶେଷରେ ଟାହିଆ ହଲାଇ ନୀଳାଦ୍ରି ବିଜେ ପହଣ୍ଡିରେ ବାହାରିଥିଲେ ସମସ୍ତଙ୍କ ପ୍ରିୟ କାଳିଆ ଠାକୁର। ତେବେ ତାଙ୍କୁ ବାଟରେ ଅଟକାଇଥିଲେ ଅଭିମାନି ମାଆ ଲକ୍ଷ୍ମୀ ଠାକୁରାଣୀ। ଶ୍ରୀମନ୍ଦିର ଭିତରେ ଲକ୍ଷ୍ମୀ-ନାରାୟଣ ଭେଟ ନୀତି ଅନୁଷ୍ଠିତ ହେବା ପରେ ରସଗୋଲା ଖୁଆଇ ମହାଲକ୍ଷ୍ମୀଙ୍କ ମାନ ଭଞ୍ଜନ କରିଥିଲେ ପ୍ରଭୁ ଜଗନ୍ନାଥ। ଆସନ୍ତାକାଲିଠାରୁ ରତ୍ନସିଂହାସନରେ ଭକ୍ତଙ୍କୁ ଦର୍ଶନ ଦେବେ ଚତୁର୍ଦ୍ଧାମୂରତି। ତା’ସହ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା।



from OdishaReporter https://ift.tt/2A7EDrP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages