
ଢାକା: ଜୀବନ ଅହମଦ ହେଉଛନ୍ତି ବାଂଲାଦେଶର ଜଣେ ଫଟୋ ସାମ୍ବାଦିକ। ଦିନେ ସେ ଏକ ଭଲ ଫଟୋ ଉଠାଇବା ପାଇଁ ଢାକା ବିଶ୍ୱବିଦ୍ୟାଳୟ ପରିସରରେ ବୁଲୁଥିଲେ। ଏହି ସମୟରେ ବର୍ଷା ହେଉଥିଲା। ସେ ଦେଖିଲେ ଗୋଟିଏ ସ୍ଥାନରେ ଏକ ପ୍ରେମୀଯୁଗଳ ପରସ୍ପରକୁ ଚୁମା ଦେଉଛନ୍ତି। ସେ ସଙ୍ଗେ ସଙ୍ଗେ ସେମାନଙ୍କ ଫଟୋ ଉଠାଇଥିଲେ। ସେହି ପ୍ରେମୀଯୁଗଳ ବି ତାଙ୍କୁ ମନା କରି ନଥିଲେ। ପରେ ସେ ଫଟୋଟିକୁ ତାଙ୍କ ଅଫିସ୍କୁ ପଠାଇଥିଲେ। ତେବେ ଏହି ଫଟୋକୁ ଖବରକାଗଜରେ ଛପା ଯାଇପାରିବ ନାହିଁ ବୋଲି ତାଙ୍କ ସଂପାଦକ କହିଥିଲେ। ଏହି ଫଟୋ ଛାପିଲେ ଭଲ ପ୍ରତିକ୍ରିୟା ଆସିବ ନାହିଁ ବୋଲି ସେ କହିଥିଲେ। ଜୀବନ ଅହମଦଙ୍କ ମନଦୁଃଖ ହେଲା। ସେ ସଂପାଦକଙ୍କୁ ବୁଝାଇବାକୁ ଚେଷ୍ଟା କରି କରିଥିଲେ ଓ କହିଥିଲେ,“ଏହି ଫଟୋରେ ଆପଣ କିଛି ନକାରାତ୍ମକ କଥା ପାଇବେ ନାହିଁ। ଏହା ହେଉଛି ପ୍ରେମର ପ୍ରତୀକ।” ପରେ ସେ ଉକ୍ତ ଫଟୋକୁ ତାଙ୍କ ଇନ୍ଷ୍ଟାଗ୍ରାମ୍ ଓ ଫେସ୍ବୁକ୍ ଆକାଉଣ୍ଟରେ ପୋଷ୍ଟ କରି ଦେଇଥିଲେ। ଘଣ୍ଟାଏ ମଧ୍ୟରେ ଫଟୋଟିକୁ ୫ ହଜାର ଥର ଶେୟାର କରାଯାଇଥିଲା। ଫଟୋଟିକୁ ଦେଖି ଅନେକ ଲୋକ ପ୍ରଶଂସା କରିଥିଲେ, କିନ୍ତୁ ଆଉ କିଛି ଲୋକ ଏହାକୁ ଗ୍ରହଣ କରି ପାରି ନଥିଲେ। ଏହା ଅଶ୍ଳୀଳତା ବୋଲି ସେମାନେ କହିଥିଲେ।
ଜୀବନ ଅହମଦ ଏହି ଫଟୋ ପୋଷ୍ଟ୍ କରିବାର ଗୋଟିଏ ଦିନ ପରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ତାଙ୍କର କିଛି ସାଥୀ ଫଟୋ ସାମ୍ବାଦିକ ହିଁ ତାଙ୍କ ଉପରେ ଆକ୍ରମଣ କରିଥିଲେ ଓ ବହୁତ ପିଟି ଥିଲେ। ଏହା ପରେ ଜୀବନଙ୍କୁ ଚାକିରି ମଧ୍ୟ ହରାଇବାକୁ ପଡ଼ିଲା। ତାଙ୍କୁ ଦିଆଯାଇଥିବା ପରିଚୟ ପତ୍ର ଓ ଲ୍ୟାପ୍ଟପ୍କୁ ଅଫିସ୍ ଫେରାଇ ନେଇଥିଲା। ତେବେ ତାଙ୍କୁ ଆଇନଗତ ସାହାଯ୍ୟ କରିବାକୁ ସଂପାଦକ ଭରସା ଦେଇଛନ୍ତି।
from OdishaReporter https://ift.tt/2K2zUqZ
No comments:
Post a Comment