ଅଭିନେତା ନୁହେଁ, ରୋଷେୟା ହେବାକୁ ଚାହୁଁଥିଲେ ରଜନୀକାନ୍ତଙ୍କ ଜ୍ୱାଇଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 28, 2018

ଅଭିନେତା ନୁହେଁ, ରୋଷେୟା ହେବାକୁ ଚାହୁଁଥିଲେ ରଜନୀକାନ୍ତଙ୍କ ଜ୍ୱାଇଁ

dhanush3

ନୂଆଦିଲ୍ଲୀ: ସାଉଥ୍‌ ଇଣ୍ଡିଆନ୍‌ ଫିଲ୍ମର ଅନ୍ୟତମ ଜଣାଶୁଣା ଅଭିନେତା  ଧନୁଷ୍‌ କେବଳ ସାଉଥ୍‌ରେ ନୁହେଁ, ପୂରା ଭାରତରେ ପପୁଲାର୍‌। ତାଙ୍କର ପୂରା ନାମ ‘ଭେଙ୍କଟେସ୍‌ ପ୍ରଭୁ କସ୍ତୁରୀ ରାଜ୍‌’। ଧନୁଷ୍‌ ବଲିଉଡ୍‌ ଫିଲ୍ମରେ ବି ଅଭିନୟ କରିଛନ୍ତି। ସେ ଏକ ହଲିଉଡ୍‌ ଫିଲ୍ମରେ ମଧ୍ୟ କାମ କରି ସାରିଛନ୍ତି। ଧନୁଷ୍‌ଙ୍କର ଆଜି ଜନ୍ମଦିନ। ଜନ୍ମ ଦିନରେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି କଥା।

(୧) ୧୯୮୩ ମସିହା ୨୮ ଜୁଲାଇ ତାମିଲନାଡୁରେ ଧନୁଷ୍‌ ଜନ୍ମ ହୋଇଥିଲେ। ତାଙ୍କର ଡେବ୍ୟୁ ଫିଲ୍ମ ୨୦୦୨ରେ ଆସିଥିଲା। ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଇଥିଲେ ତାଙ୍କ ପିତା କସ୍ତୁରୀ ରାଜ୍‌।

Dhanushpp

(୨) ତାଙ୍କ ନାଁ ଧନୁଷ୍ କାହିଁକି ରଖାଗଲା? ଏହା ପଛରେ ମଧ୍ୟ ଏକ କାହାଣୀ ରହିଛି। ୧୬ ବର୍ଷ ବୟସରୁ ସେ ଫିଲ୍ମରେ କାମ କରିବା ଆରମ୍ଭ କରିଥିଲେ। ଏହି ସମୟରେ ସେ ତାଙ୍କ ନାମ ବଦଳାଇବା ପାଇଁ ଚାହିଁଥିଲେ। ୧୯୯୫ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘କୁରୁଦ୍ଦୀପୁନ୍ନଲ୍‌’ରେ ଧନୁଷ୍‌ ନାମରେ ଗୋଟିଏ ଅପରେସନ୍‌ ହୋଇଥିଲା। ଏଥିରେ ପ୍ରଭାବିତ ହୋଇ ସେ ତାଙ୍କ ନାଁ ଧନୁଷ୍‌ ରଖିଥିଲେ।

(୩) ଧନୁଷ୍‌ କେବେ ବି ଜଣେ ଅଭିନେତା ହେବା ପାଇଁ ଚାହିଁ ନ ଥିଲେ। ସେ ଜଣେ ବଡ଼ ସେଫ୍‌ ବା ରୋଷେୟା ହେବା ପାଇଁ ଚାହୁଥିଲେ। ଏଥିପାଇଁ ସେ ହୋଟେଲ୍‌ ମ୍ୟାନେଜ୍‌ମେଣ୍ଟ୍‌ କୋର୍ସ କରିବା ପାଇଁ ମଧ୍ୟ ଭାବିଥିଲେ। ତାଙ୍କ ଭାଇ ତାଙ୍କୁ ଅଭିନୟ କରିବା ପାଇଁ ପ୍ରେରଣା ଦେଇଥିଲେ ଏବଂ ଫିଲ୍ମ ଲାଇନ୍‌ରେ ଥରେ ଚେଷ୍ଟା କରିବା ପାଇଁ କହିଥିଲେ।

(୪) ଧନୁଷ୍‌ ଭଗବାନ ଶିବଙ୍କର ବହୁତ ବଡ଼ ଭକ୍ତ। ସେ ତାଙ୍କ ଦୁଇ ପିଲାଙ୍କ ନାମ ଶିବଙ୍କର ନାମ ଅନୁସାରେ ‘ୟତ୍ର’ ଏବଂ ‘ଲିଙ୍ଗା’ ରଖିଛନ୍ତି। ଧନୁଷ୍‌ ରଜନୀକାନ୍ତଙ୍କ ଝିଅ ଐଶ୍ୱର୍ଯ୍ୟାଙ୍କୁ ବିବାହ କରିଛନ୍ତି

dhanush1

(୫) ଧନୁଷ୍‌ ୨୩ ବର୍ଷ ବୟସରେ ତାଙ୍କଠାରୁ ୨ ବର୍ଷ ବଡ଼ ଐଶ୍ୱର୍ଯ୍ୟାଙ୍କୁ ବିବାହ କରିଥିଲେ। ‘କଢ଼ାଲ୍‌ କୋଣ୍ଡାଏନ୍‌’ଫିଲ୍ମର ସୁଟିଂ ସମୟରେ ପ୍ରଥମେ ସେମାନଙ୍କ ମଧ୍ୟରେ ଭେଟ ହୋଇଥିଲା।

(୬) ‘କୋଲାବେରୀ ଡି’ ଗୀତ ଧନୁଷ୍‌ଙ୍କୁ ବହୁତ ସଫଳତା ଆଣି ଦେଇଥିଲା। ବହୁତ କମ୍‌ ଲୋକଙ୍କୁ ଏହା ଜଣା ଯେ ଧନୁଷ୍‌ ଏହି ଗୀତଟିକୁ ଗାଇ ଗାଇ ୬ ମିନିଟ୍‌ରେ ଲେଖିଥିଲେ। ଗୀତଟିର ରଫ୍‌ ଭର୍ସନ୍‌ ୩୫ ମିନିଟ୍‌ରେ ସୁଟିଂ ହୋଇଥିଲା।



from OdishaReporter https://ift.tt/2mNAX59

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages