
ପ୍ରତ୍ୟେକ ଦିନ ଆମ ଦେଶରେ ଚୋରି ହେଉଛି। କିନ୍ତୁ ଚୋର କେବେ ଚୋରି କରିଥିବା ଜିନିଷ ଫେରେଇବା କଥା ଶୁଣିଛନ୍ତି? କେରଳର ଅମ୍ବାଲାପୁଝାର ଜଣେ ଚୋର ଚୋରି କରିଥିବା ଗହଣାକୁ ଫେରାଇଦେଇଛି। ନିଜର ଭୁଲ୍କୁ ପାଇଁ ସେ ଅନୁତାପ କରି କ୍ଷମା ପ୍ରାର୍ଥନା ମଧ୍ୟ କରିଛି। ଏଥିସହ ଚୋରି କରିବାର ଦୁଇ ଦିନ ପରେ ସେ ଏକ ଆବେଗମୟ ଚିଠି ଲେଖି କ୍ଷମା ମାଗିଛି।
ସୂଚନା ଅନୁଯାୟୀ, କେରଳ ତକାଜାହୀ ପଞ୍ଚାୟତର ଏକ ଗାଁରେ ଚୋରି ହୋଇଥିଲା। ଗତ ମଙ୍ଗଳବାର ଦିନ ଉକ୍ତ ଅଞ୍ଚଳର ଗୋଟିଏ ପରିବାରର ସବୁ ଲୋକ ସମ୍ପର୍କୀୟଙ୍କ ଘରକୁ ଚାଲିଯାଇଥିଲେ। ଏହି ସମୟରେ ଚୋର ଘରର ପଛ କବାଟ ଭାଙ୍ଗି ଘର ଭିତରକୁ ପଶିଯାଇଥିଲା ଏବଂ ଆଲମାରିରେ ରଖାଯାଇଥିବା ସୁନା ମୁଦି, କାନଫୁଲ, ଲକେଟ୍ ଆଦି ନେଇ ଫେରାର ହୋଇଯାଇଥିଲା। ପରିବାର ଲୋକେ ଘରୁକୁ ଫେରିବା ପରେ ଆଲମାରି ଖୋଲା ପଡ଼ିଥିଲା ଏବଂ ସୁନାଗହଣା ଚୋରି ହୋଇଥିବା ଦେଖି ତୁରନ୍ତ ପୁଲିସ୍କୁ ଖବର ଦେଇଥିଲେ।
ଏହି ଘଟଣାର ଦୁଇ ଦିନ ପରେ ତାଙ୍କ ନିକଟକୁ ଚୋରି ହୋଇଥିବା ସୁନା ଏବଂ ଏକ ଚିଠି ଆସିଲା। ଚିଠିରେ ଲେଖାଥିଲା- “ଦୟାକରି ମୋତେ ଗିରଫ କରନ୍ତୁ ନାହିଁ। ମୋତେ କ୍ଷମା କରିଦିଅନ୍ତୁ। ମୋର ଖରାପ ଆର୍ଥିକ ସ୍ଥିତି ପାଇଁ ମୁଁ ଚୋରି କରିବାକୁ ବାଧ୍ୟ ହୋଇଥିଲି।”
ପୁଲିସ୍ କହିଛି- “ବ୍ୟକ୍ତି ଜଣଙ୍କ ସବୁ ଗହଣା ଫେରାଇ ଦେଇଛନ୍ତି, ତେଣୁ କୌଣସି ମାମଲା ରୁଜୁ ହୋଇନି”
from OdishaReporter https://ift.tt/2zBNLER
No comments:
Post a Comment