ଜେଲ୍‌ ଗଲେ ନୱାଜ୍‌ ଶରିଫ୍‌ ଏବଂ ଝିଅ ମାରିୟମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 14, 2018

ଜେଲ୍‌ ଗଲେ ନୱାଜ୍‌ ଶରିଫ୍‌ ଏବଂ ଝିଅ ମାରିୟମ

ଲାହୋର: ଗିରଫ ହୋଇ ଜେଲ୍‌ ଯାଇଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫ୍‌ ଏବଂ ତାଙ୍କ ଝିଅ ମାରିୟମ। ଗତକାଲି ଲାହୋର ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ତାଙ୍କୁ ଗିରଫ କରାଯାଇଛି। ରାତି ୮ଟା ୪୫ରେ ତାଙ୍କୁ ଗିରଫ କରାଗଲା। ବିମାନ ବନ୍ଦରରୁ ନଓ୍ଵାଜ ଓ ମାରିୟମଙ୍କୁ ଗିରଫ କରି ଦୁଇଟି ହେଲିକପ୍ଟ‌ରରେ ଭିନ୍ନ ଭିନ୍ନ ଜେଲ୍‌କୁ ନିଆଯାଇଛି। ନଓ୍ଵାଜଙ୍କ ଗିରଫଦାରୀ ପ୍ରତିବାଦରେ ଲାହୋର, କରାଚୀ ଏବଂ ଇସ୍‌ଲାମାବାଦରେ ବଡ଼ ଧରଣର ବିକ୍ଷୋଭ ଶୋଭାଯାତ୍ରା ଆୟୋଜିତ ହୋଇଛି। ଦେଶରେ ଏବେ ନିର୍ବାଚନୀ ପ୍ରକ୍ରିୟା ଜାରି ରହିଥିବା ବେଳେ ଏହି ଗିରଫଦାରୀକୁ ନେଇ ବ୍ୟାପକ ହିଂସା ଘଟିବାର ଆଶଙ୍କା ମଧ୍ୟ କରାଯାଉଛି। ଜୁଲାଇ ୨୫ ତାରିଖରେ ପାକିସ୍ତାନରେ ହେବାକୁ ଥିବା ନିର୍ବାଚନ ପାଇଁ ନୱାଜ୍‌ ଶରିଫ୍‌ ପ୍ରଚାର କରିବାକୁ ଆସିଥିଲେ ।

ପାନାମା ପେପର୍ସ ଲିକ୍‌ ମାମଲାରେ ପାକିସ୍ତାନୀ ଆକାଣ୍ଟିବିଲିଟି କୋର୍ଟ ସରିଫ୍‌ଙ୍କୁ ୧୦ବର୍ଷ ଏବଂ ଝିଅ ମାରିୟମଙ୍କୁ ୭ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ। ଏବେ ନୱାଜ୍‌ ଏବଂ ତାଙ୍କ ଝିଅ ମାରିୟମଙ୍କୁ ଗିରଫ କରାଯାଇ ରାୱଲପିଣ୍ଡି ଅଦିୟାଲା ଜେଲକୁ ନିଆଯାଇଛି। ନୱାଜ୍‌ଙ୍କୁ ଗିରଫ କରିବା ସମୟରେ ଲାହୋର ପୋଲିସ ପ୍ରଶାସନ ସେହି ଅଞ୍ଚଳର ସମସ୍ତ ଫୋନ ଏବଂ ଇଣ୍ଟରନେଟ ସେବାକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦେଇଥିଲେ ।



from OdishaReporter https://ift.tt/2zEYLBx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages