
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶୁକ୍ରବାର ରାତିରେ ଦୃଶ୍ୟମାନ ହେଲା ଶତାବ୍ଦୀର ବିରଳ ତଥା ଦୀର୍ଘତମ ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ। ଏହି ବିରଳ ମହାଜାଗତିକ ଦୃଶ୍ୟକୁ ସାରା ବିଶ୍ୱ ଦେଖିଲା। ପୂର୍ଣ୍ଣଗ୍ରାସ ଚନ୍ଦ୍ରଗହଣ ଦେଖିବା ଲାଗି ଗତକାଲି ରାତିରେ ଲୋକଙ୍କ ମନରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଥିଲା।
ରାତି ୧୦ଟା ୪୪ ମିନିଟ୍ରେ ଚନ୍ଦ୍ର ପୃଥିବୀର ଉପଛାୟାରେ ପ୍ରବେଶ କରି ଧୀରେ ଧୀରେ ଅଦୃଶ୍ୟ ହେବାକୁ ଆରମ୍ଭ କରିଥିଲା। ଚନ୍ଦ୍ର ରାତି ୧୧ଟା ୫୪ ମିନିଟ୍ ବେଳକୁ ଏହା ପ୍ରଛାୟାରେ ପ୍ରବେଶ କରିବା ସହ ରାତି ଗୋଟାଏରେ ସଂପୂର୍ଣ୍ଣ ଅଦୃଶ୍ୟ ହୋଇଥିଲା। ଦୀର୍ଘ ଏକ ଘଣ୍ଟା ୪୩ ମିନିଟ୍ ଲାଗି ଗ୍ରହଣ ଲାଗି ରହିବା ସହ ଚନ୍ଦ୍ର ସମ୍ପୂର୍ଣ୍ଣ ଉଭାନ ହୋଇଯାଇଥିଲା। ଏହି ସମୟରେ ଚନ୍ଦ୍ର ଲୋହିତ ବର୍ଣ୍ଣ ଧାରଣ କରିବା ସହ ପୃଥିବୀର ଅତି ନିକଟକୁ ଆସୁଥିବାରୁ ବିରାଟକାୟ ଆକାରରେ ଦୃଶ୍ୟମାନ ହୋଇଥିଲା। ଭୋର୍ ୪ଟା ୫୮ ମିନିଟ୍ରେ ଚନ୍ଦ୍ର ନିଜ ପୂର୍ଣ୍ଣରୂପ ଫେରିପାଇଥିଲା। ପାଖାପାଖି ୬ ଘଣ୍ଟା ଧରି ଛାଇ ଆଲୁଅର ଖେଳକୁ ଲୋକେ ଉପଭୋଗ କରିଥିଲେ। ଏହି ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ ଶତାବ୍ଦୀର ବିରଳ ମହାଜାଗତିକ ଘଟଣା ଥିଲା। ଏଭଳି ଦୃଶ୍ୟ ଦେଖିବା ଲାଗି ବିଶ୍ୱବାସୀଙ୍କୁ ଆଉ ୧୦୪ ବର୍ଷ ଅପେକ୍ଷା କରିବାକୁ ପଡ଼ିବ।
from OdishaReporter https://ift.tt/2vcybdw
No comments:
Post a Comment