
ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ବଦଳିଛନ୍ତି ଟ୍ୱିନ୍ସିଟି ପୁଲିସ୍ କମିଶନର। ଓ୍ୱାଇ.ବି. ଖୁରାନିଆଙ୍କ ବଦଳରେ ସତ୍ୟଜିତ୍ ମହାନ୍ତି ନୂଆ ପୁଲିସ୍ କମିଶନର ହୋଇଛନ୍ତି।
ଆଇପିଏସ୍ ସ୍ତରରେ ରାଜ୍ୟ ସରକାର କରିଥିବା ଅଦଳବଦଳରେ ଓ୍ୱାଇ.ବି. ଖୁରାନିଆଙ୍କୁ ଏଡିଜି ପ୍ରୋଭିଜନିଂ ଦାୟିତ୍ୱ ଦିଆଯାଇଛି। ସେହିପରି ସଞ୍ଜୀବ ପଣ୍ଡାଙ୍କୁ ପରିବହନ କମିଶନର ଦାୟିତ୍ୱ ମିଳିଛି।
ଆଇଜି ଆଇନ୍ ଶୃଙ୍ଖଳା ଦାୟିତ୍ୱରେ ଥିବା ଅମିତାଭ ଠାକୁରଙ୍କୁ ସ୍ୱତନ୍ତ୍ର ସଶସ୍ତ୍ର ପୁଲିସ୍ ଆଇଜି ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।
ସେହିପରି ଏସ୍ପି ସ୍ତରରେ ମଧ୍ୟ ଅଦଳବଦଳ ହୋଇଛି। ଭଦ୍ରକ ଏସ୍ପି ଭାବେ ପଣ୍ଡିତ ରାଜେଶ ଉତ୍ତମ ରାଓ, କଳାହାଣ୍ଡି ଏସ୍ପି ଭାବେ ବାତ୍ତୁଲା ଗଙ୍ଗାଧର, ସୁବର୍ଣ୍ଣପୁର ଏସ୍ପି ଭାବେ ଦେବୀ ପ୍ରସାଦ ଦାଶ ଓ ନୟାଗଡ଼ ଏସ୍ପି ଭାବେ ଶଶିଭୂଷଣ ସତପଥୀଙ୍କୁ ଦାୟିତ୍ୱ ଦିଆଯାଇଛି। ଏମ୍. ସନ୍ଦୀପ ସମ୍ପତଙ୍କୁ କ୍ରାଇମବ୍ରାଞ୍ଚ ଏସ୍ପି କରାଯାଇଛି।
from OdishaReporter https://ift.tt/2AqkKMR
No comments:
Post a Comment