ସାନ୍ତାଳୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦାବିରେ ୧୨ ଘଣ୍ଟିଆ ବାରିପଦା ବନ୍ଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 30, 2018

ସାନ୍ତାଳୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦାବିରେ ୧୨ ଘଣ୍ଟିଆ ବାରିପଦା ବନ୍ଦ

ବାରିପଦା(ମାଣିକଲାଲ ପାଣି): ବାରିପଦାରେ ସାନ୍ତାଳୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦାବିରେ ଆଜି ୧୨ ଘଣ୍ଟିଆ ବାରିପଦା ବନ୍ଦ ପାଳନ କରାଯାଉଛି। ମୟୂରଭଞ୍ଜ ଆଦିବାସୀ ରିଭୋଲ୍ୟୁସନ୍‌ ୟୁଥ୍ ଆସୋସିଏସନ୍ (ମାରିସା) ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି।

ସଂଗଠନର କର୍ମୀମାନେ ବାରିପଦା ଉପକଣ୍ଠ ମୁର୍ଗାବାଡ଼ି ଛକରେ ୧୮ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଫଳରେ ରାସ୍ତାରେ ଗାଡ଼ି ଚଳାଚଳ ପୂରା ଠପ୍ ହୋଇ ଯାଇଛି। ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ବସ୍, ଟ୍ରକ୍‌ ଅଟକି ରହିଛି।

ବାରିପଦାର କିଛି ଅଞ୍ଚଳରେ ଦୋକାନ ବଜାର ମଧ୍ୟ ବନ୍ଦ ଅଛି। ଆଇନ୍‌ ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୁଲିସ୍‌ ମୁତୟନ କରାଯାଇଛି।



from OdishaReporter https://ift.tt/2Ax43zA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages