
ନୂଆଦିଲ୍ଲୀ: ସମଲିଙ୍ଗୀ ସୁନ୍ଦରୀଙ୍କୁ ନୃଶଂସ ହତ୍ୟା। ସମ୍ପୃକ୍ତ ସମଲିଙ୍ଗୀଙ୍କୁ ନିର୍ଯାତନା ପରେ ତାଙ୍କୁ ମାରି ଦିଆଯାଇଛି। ହତ୍ୟାକାଣ୍ଡରେ ଶିକାର ହୋଇଥିବା ସମଲିଙ୍ଗୀ ଜଣକ ହେଉଛନ୍ତି ଭେରାକ୍ରୁଜ୍ର ଲୁଇସ୍ କନ୍ଟ୍ରେରା ପୋନ୍ସ। ଲୁଇସ୍ ୨୦୧୮ ‘ମାର୍ଟିନେଜ୍ ଡେଲା ଟୋରେ’ ସମଲିଙ୍ଗୀ ବ୍ୟୁଟି ପିଜାଣ୍ଟ ପ୍ରତିଯୋଗିତାର ଜଣେ ବିଜେତା। ଲୁଇସ୍ଙ୍କ ମୃତ ଦେହକୁ ତାଙ୍କ ପଡ଼ୋଶୀଙ୍କ ଘରୁ ଉଦ୍ଧାର କରାଯାଇଥିଲା। ତାଙ୍କ ଶରୀରକୁ ଅର୍ଦ୍ଧଲଗ୍ନ ଅବସ୍ଥାରେ ଉଦ୍ଧାର କରାଯାଇଛି। ତେବେ ହତ୍ୟାକାଣ୍ଡର କାରଣ ଜଣାପଡ଼ି ନାହିଁ।
ତାଙ୍କ ଶରୀରରେ ବିଭିନ୍ନ ସ୍ଥାନରେ ଆକ୍ରମଣର ଚିହ୍ନ ଥିବା ଜଣାପଡ଼ିଛି। ଜଣେ ମାନବାଧିକାର କର୍ମୀଙ୍କ କହିବା ଅନୁଯାୟୀ ଲୁଇସ୍ଙ୍କୁ ଅତି ଅମାନବୀୟ ଭାବେ ହତ୍ୟା କରାଯାଇଛି। ଦିନକୁ ଦିନ ଭେରାକ୍ରୁଜ୍ର ସମଲିଙ୍ଗୀମାନେ ଅସୁରକ୍ଷିତ ହୋଇପଡ଼ୁଛନ୍ତି। ଚଳିତ ବର୍ଷ ୧୫ ଜଣ ସମଲିଙ୍ଗୀଙ୍କୁ ଏମିତି ବର୍ବର ଭାବେ ହତ୍ୟା କରାଯାଇଥିବା ଏକ ରିପୋର୍ଟରୁ ଜଣାପଡ଼ିଛି।
from OdishaReporter https://ift.tt/2LA5lip
No comments:
Post a Comment