ଚୋର ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 29, 2018

ଚୋର ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା

ଅହମଦାବାଦ: ସୁପ୍ରିମକୋର୍ଟଙ୍କ ତାଗିଦ ଓ କେନ୍ଦ୍ର ସରକାରଙ୍କ କମିଟି ଗଠନ ସତ୍ତ୍ୱେ ମବ୍‌ ଲିନ୍‌ଚିଂ ବା ପିଟିପିଟି ହତ୍ୟା ଘଟଣା ଥମିବାର ନା ଧରୁନି।

ଆଜି ଖୋଦ୍‌ ବିଜେପି ଶାସିତ ଗୁଜରାଟରେ ଚୋର ସନ୍ଦେହରେ ଜଣେ ୨୨ ବର୍ଷୀୟ ଯୁବକଙ୍କୁ ଲୋକମାନେ ପିଟିପିଟି ମାରିଦେଇଛନ୍ତି। ତାଙ୍କର ଜଣେ ବନ୍ଧୁ ମଧ୍ୟ ଲୋକଙ୍କ ଆକ୍ରମଣର ଶିକାର ହୋଇଛନ୍ତି।

ଏବେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଏମାନେ ମୋବାଇଲ୍‌ ଚୋରି କରୁଥିବା ଅଭିଯୋଗ ହୋଇଛି। ଆକ୍ରମଣ ଘଟଣାରେ ୨୦ ଜଣ ବ୍ୟକ୍ତି ସଂପୃକ୍ତ ଥିଲେ ହେଁ ପୁଲିସ୍‌ ଏଯାଏ କାହାକୁ ଗିରଫ କରିନାହିଁ।

ଗାଁ ଲୋକଙ୍କ କହିବା ଅନୁଯାୟୀ, ଏହି ଦୁଇ ଯୁବକଙ୍କ ସହ ଆଉ କିଛି ଲୋକ ମଧ୍ୟ ଥିଲେ। ହେଲେ ସେମାନେ ଖସି ଯାଇଛନ୍ତି। ଗତକାଲି ରାତିରେ ଆଦିବାସୀ ଅଧ୍ୟୁଷିତ ଦାହୋଡ଼ଠାରେ ଏହି ଘଟଣା ଘଟିଛି।

ପୁଲିସ୍‌ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ହେଁ ସେତେବେଳକୁ ଅଜମଲ୍‌ ଭାୟୋନିୟାଙ୍କ ମୃତ୍ୟୁ ଘଟିଥିଲା।

ପୁଲିସ୍‌ ବାହୁର ମାଥୁରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲା। ପୁଲିସ୍‌ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।



from OdishaReporter https://ift.tt/2OqeAza

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages