ଗର୍ଭାବସ୍ଥାରେ ତୁଳସୀ ପତ୍ର ଖାଇଲେ ମିଳିବ ଏହି ସବୁ ଲାଭ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 12, 2018

ଗର୍ଭାବସ୍ଥାରେ ତୁଳସୀ ପତ୍ର ଖାଇଲେ ମିଳିବ ଏହି ସବୁ ଲାଭ

ତୁଳସୀ ପତ୍ରରେ ଅନେକ ଔଷଧୀୟ ଗୁଣ ଭରି ରହିଛି। ଏହା ଖାଇବା ଦ୍ୱାରା ଅନେକ ରୋଗରୁ ମୁକ୍ତି ମିଳେ। ସାଧାରଣତଃ ଆମେ ଥଣ୍ଡା ଓ କାଶ ହେଲେ ତୁଳସୀ ପତ୍ର ଖାଇଥାଉ। ତେବେ ଗର୍ଭାବସ୍ଥାରେ ତୁଳସୀ ନିହାତି ଖାଇବା କଥା ବୋଲି କୁହାଯାଏ। ଏହା ଦ୍ୱାରା ଶରୀର ସୁସ୍ଥ ରହେ ଓ ବିଭିନ୍ନ ପ୍ରକାର ସଂକ୍ରମଣରୁ ସୁରକ୍ଷା ମିଳେ।  ତୁଳସୀ ପତ୍ରରେ ଆଣ୍ଟି-ବ୍ୟାକ୍ଟେରିଆଲ୍ ଗୁଣ ରହିଛି। ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ାଇଥାଏ। ତା’ହେଲେ ଆସନ୍ତୁ ଜାଣିବା ଗର୍ଭାବସ୍ଥାରେ ତୁଳସୀ ଖାଇଲେ ଆଉ କ’ଣ ସବୁ ଲାଭ ମିଳିଥାଏ।

୧- ତୁଳସୀ ପତ୍ରରେ ଆଣ୍ଟି-ବ୍ୟାକ୍ଟେରିଆଲ୍‌, ଆଣ୍ଟି-ଭାଇରାଲ୍‌ ଓ ଆଣ୍ଟି-ଫଙ୍ଗଲ୍‌ ଗୁଣ ରହିଛି। ଏଥିରେ ଆଣ୍ଟି-ବ୍ୟାକ୍ଟେରିଆଲ୍‌ ଗୁଣ ଥିବାରୁ ଉଭୟ ମାଆ ଓ ଗର୍ଭରେ ଥିବା ଶିଶୁକୁ ବିଭିନ୍ନ ପ୍ରକାର ସଂକ୍ରମଣରୁ ରକ୍ଷା ମିଳିଥାଏ।

୨- ସେହିପରି ତୁଳସୀ ପତ୍ରରେ ‘ଭିଟାମିନ୍ ଏ’ ରହିଛି, ଯାହା ଗର୍ଭରେ ଥିବା ଶିଶୁର ବିକାଶ ପାଇଁ ଜରୁରୀ।

୩-  ପ୍ରତିଦିନ ଦୁଇଟି ତୁଳସୀ ପତ୍ର ଖାଇବା ଦ୍ୱାରା ଶରୀରରେ ରକ୍ତର ପରିମାଣ ହ୍ରାସ ହୋଇ ନ ଥାଏ।

୪- ଗର୍ଭାବସ୍ଥାରେ ଅନେକ ମହିଳା ଏନିମିୟାର ଶିକାର ହୋଇଥାନ୍ତି। ତେଣୁ ଏହି ମହିଳାମାନେ  ପ୍ରତିଦିନ  ଦୁଇଟି ତୁଳସୀ ପତ୍ର ଖାଇବା ଦ୍ୱାରା ଏଥିରୁ ମୁକ୍ତି ମିଳିଥାଏ।



from OdishaReporter https://ift.tt/2NaUszH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages