ହ୍ୱାଟସ୍‌ଆପ୍‌ରେ ବୁଲିଲା ବିଭ୍ରାନ୍ତିକର ଖବର: ସୋନାଲି ବେନ୍ଦ୍ରେଙ୍କୁ ଗର୍ଭାଶୟ କ୍ୟାନ୍ସର, ଗରମେ ଦିନେ ପିନ୍ଧୁନ୍ତୁ ନାହିଁ  ‘ବ୍ଲାକ ବ୍ରା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 18, 2018

ହ୍ୱାଟସ୍‌ଆପ୍‌ରେ ବୁଲିଲା ବିଭ୍ରାନ୍ତିକର ଖବର: ସୋନାଲି ବେନ୍ଦ୍ରେଙ୍କୁ ଗର୍ଭାଶୟ କ୍ୟାନ୍ସର, ଗରମେ ଦିନେ ପିନ୍ଧୁନ୍ତୁ ନାହିଁ  ‘ବ୍ଲାକ ବ୍ରା’

ମୁମ୍ବାଇ: ପୁଣି ସୋଶାଲ ମିଡିଆରେ ବୁଲିଲା ମିଛ ଖବର। ପିଲା ଚୋରି ଗୁଜବ ଏବେ ଆଉଏକ ବିଭ୍ରାନ୍ତିକର ଖବର ହ୍ୱାଟସ୍‌ଆପ୍‌ରେ ଭାଇରାଲ୍‌ ହେଉଛି। ଯାହାକୁ ନେଇ ଲୋକେ ଭୟଭୀତ ହୋଇଥିବା ବେଳେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବଲିଉଡ୍‌ର ଚାର୍ମିଂ ଗର୍ଲ ସୋନାଲି ବେନ୍ଦ୍ରେ ପ୍ରାଣଘାତୀ ରୋଗ ‘ଗର୍ଭାଶୟ କ୍ୟାନ୍‌ସର’ ରୋଗରେ ପୀଡ଼ିତ ହୋଇ ଜୀବନମରଣ ସହ ସଂଘର୍ଷ କରୁଥିବା ବେଳେ ଏବେ ତାଙ୍କରି ନାମକୁ ଯୋଡ଼ି ଏକ ବିଭ୍ରାନ୍ତିକର ମେସେଜ୍‌ ହ୍ୱାଟସ୍‌ଅପ୍‌ରେ ବୁଲୁଛି। ଆଉ ମେସେଜ୍‌ଟି ହେଉଛି- ଗରମ ଦିନେ କଳାରଙ୍ଗର ବ୍ରା (ବ୍ଲାକ ବ୍ରା) ପିନ୍ଧିଲେ ଗର୍ଭାଶୟ କ୍ୟାନ୍‌ସର ହେବାର ଆଶଙ୍କା ରହିଛି।

ତେବେ ମେସେଜ୍‌ଟିର ସତ୍ୟାସତ୍ୟ ନ ଜାଣି ଲୋକେ ଏହାକୁ ଭାଇରାଲ କରିବାରେ ଲାଗିଛନ୍ତି। ଟାଟା କ୍ୟାନସ୍‌ର ହସପିଟାଲ ନାମରେ ଏହି ମେସେଜ୍‌ଟି ଭାଇରାଲ ହେଉଛି। ଟାଟା କ୍ୟାନସ୍‌ର ହସପିଟାଲ ପକ୍ଷରୁ ଏହି ବାର୍ତ୍ତାଟି ଜାରି କରାଯାଇଥିବା ଉକ୍ତ ମେସେଜ୍‌ରେ ଉଲ୍ଲେଖ ରହିଛି। ସେହିପରି ବ୍ଲାକ ବ୍ରା ପିନ୍ଧୁଥିବା ଅନେକ ମହିଳାଙ୍କ ଏହି କାରଣରୁ ମୃତ୍ୟୁ ଘଟୁଥିବା ଉକ୍ତ ମେସେଜ୍‌ରେ ସତର୍କ କରାଯାଇଛି। ସେହିପରି ମହିଳାମାନଙ୍କ ଉଦ୍ଦେଶ୍ୟରେ ଏହାର ପ୍ରତିକାର ବ୍ୟବସ୍ଥା ନେଇ ଆଉ କିଛି ବାର୍ତ୍ତା ରହିଛି।

ଯେମିତିକି ପ୍ରତ୍ୟେକ ଦିନ ବ୍ରା ଧୋଇବା ଜରୁରୀ, ଗରମ ଦିନେ ବ୍ଲାକ ବ୍ଲା ପିନ୍ଧନ୍ତୁ ନାହିଁ। ଶୋଇବା ବେଳେ ବ୍ରା ପିନ୍ଧିବା ଅନୁଚିତ୍‌।  ଏମିତି ଅନେକ କଥା ଉଲ୍ଲେଖ ଥାଇ ମେସେଜ୍‌ଟିକୁ ଅନ୍ୟମାନଙ୍କୁ ପଠେଇବା ପାଇଁ ଉଲ୍ଲେଖ ରହିଛି। ଏହି ବାର୍ତ୍ତା ଟାଟା କ୍ୟାନ୍‌ସର ହସପିଟାଲ ପକ୍ଷରୁ ଜାରି ହୋଇଥିବା ଉଲ୍ଲେଖ ରହିଛି। ତେବେ ଏହି ଖବର ଉପରେ ଟାଟା କ୍ୟାନ୍‌ସର ହସପିଟାଲ କର୍ତ୍ତୃପକ୍ଷ ସ୍ପଷ୍ଟୀକରଣ ରଖିଛନ୍ତି। କହିଛନ୍ତି ସେମିତି କୌଣସି ମେସେଜ୍‌ ଉକ୍ତ ହସପିଟାଲ ପକ୍ଷରୁ ଜାରି କରାଯାଇ ନାହିଁ। ଏହା ଏକ ଗୁଜବ। ଏଥିରେ ବିଶ୍ୱାସ ନକରିବା ପାଇଁ ପରାମର୍ଶ ଦିଆଯାଇଛି।  



from OdishaReporter https://ift.tt/2L3OyE7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages