ଖସି ପଡ଼ିଲା ଯୁଦ୍ଧ ବିମାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 18, 2018

ଖସି ପଡ଼ିଲା ଯୁଦ୍ଧ ବିମାନ

କାଙ୍ଗ୍ରା: ଭାରତୀୟ ବାୟୁ ସେନାର ମିଗ୍-୨୧ ଯୁଦ୍ଧ ବିମାନ ଆଜି ହିମାଚଳ ପ୍ରଦେଶର କାଙ୍ଗ୍ରାଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ପାଇଲଟ୍‌ଙ୍କ ମୃତ୍ୟୁ ହୋଇଥିବା ବେଳେ ବିମାନଟି ସଂପୂର୍ଣ୍ଣ ଧ୍ୱଂସ ହୋଇଯାଇଛି। ଏହି ଯୁଦ୍ଧ ବିମାନଟି ଆଜି ସକାଳେ ପଞ୍ଜାବର ପଠାନକୋଟ୍‌ ଏୟାର ବେସ୍‌ରୁ ଉଡ଼ାଣ ଭରିଥିଲା। ତେବେ ଉଡ଼ାଣର କିଛି ସମୟ ପରେ ଏହା କାଙ୍ଗ୍ରା ଜିଲ୍ଲା ପାଟ୍ଟା ଜାଟ୍ଟିୟାନ୍‌ଠାରେ ଏହା ତଳକୁ ଖସି ପଡ଼ିଥିଲା। ଖବର ପାଇ କାଙ୍ଗ୍ରା ଏସ୍‌ପି ଓ ତାଙ୍କ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ବିମାନଟି ସଂପୂର୍ଣ୍ଣ ଧ୍ୱଂସ ହୋଇଯାଇଥିଲା। କିନ୍ତୁ ଏହାଦ୍ୱାରା କୌଣସି ଜନଜୀବନ କ୍ଷୟକ୍ଷୟତି ହୋଇନାହିଁ ବୋଲି କାଙ୍ଗ୍ରା ଏସପି କହିଛନ୍ତି। ଉଲ୍ଲେଖଯୋଗ୍ୟ, ମେ’ ୨୭ରେ ଜମ୍ମୁ-କଶ୍ମୀରର ଅନନ୍ତନାଗରେ ମିଗ୍‌-୨୧ ଯୁଦ୍ଧ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଏଥିରେ ପାଇଲଟ୍‌ଙ୍କର ମୃତ୍ୟୁ ହୋଇଥିଲା।



from OdishaReporter https://ift.tt/2Ls770R

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages