ସ୍ମାର୍ଟସିଟିର ସ୍ମାର୍ଟ ଚିତ୍ର: ରାସ୍ତାରେ ଚାଲିଲା ନୌକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 21, 2018

ସ୍ମାର୍ଟସିଟିର ସ୍ମାର୍ଟ ଚିତ୍ର: ରାସ୍ତାରେ ଚାଲିଲା ନୌକା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସ୍ମାର୍ଟସିଟିର ସ୍ମାର୍ଟ ଚିତ୍ର। ଗତରାତିଠାରୁ ହୋଇଥିବା ଭୀଷଣ ବର୍ଷାରେ ଭାସିଲା ସ୍ମାର୍ଟସିଟି ଭୁବନେଶ୍ୱର। ଯେଉଁଠି ଅନାଇବେ ପାଣି ହିଁ ପାଣି। ରାସ୍ତା ଉପରେ ପ୍ରବାହିତ ହେଉଥିଲା ପେଟେ ଉଚ୍ଚର ପାଣି। ଯାହା ନଦୀର ଭ୍ରମ ସୃଷ୍ଟି କରୁଥିଲା। ଲୋକେ ଏକ ପ୍ରକାର ଜଳବନ୍ଦୀ ଜୀବନ ଅତିବାହିତ କରୁଛନ୍ତି। ରାସ୍ତାରେ ଗାଡ଼ି ବଦଳରେ ଚାଲିଥିଲା ନୌକା। ଜଳବନ୍ଦୀରେ ଥିବା ଲୋକଙ୍କୁ ଉଦ୍ଧାର କରାଯାଇ ରନ୍ଧା ଖାଦ୍ୟ ଦିଆଯାଉଛି।

ବର୍ଷାରେ ଭାସିଲା ଭୁବନେଶ୍ୱର। କୃତ୍ରିମ ବନ୍ୟାରେ ଉବୁଟୁବୁ ହେଉଛି ସ୍ମାର୍ଟସିଟି ରାଜଧାନୀ। ଲଗାଣ ବର୍ଷାରେ ଘରେ ପାଣି, ବାହାରେ ପାଣି ଆଉ ପାଣି। ବଦଳିଗଲା ସ୍ମାର୍ଟସିଟି ରୂପ। ଗାଡ଼ି ବଦଳରେ ଡଙ୍ଗା ଚାଲିଲା। କାରକୁ ନୌକା କରି ଭସାଇଲା ପାଣିର ପ୍ରଖର ସୁଅ। କେଉଁଠି ଘାଈ ଭାଙ୍ଗିଲା ଭଳି ଘରେ ପଶିଲା ପାଣି ତ କେଉଁଠି ମନ୍ଦିର ବୁଡ଼ିଲା। ଠାକୁର ବି ବୁଡ଼ିଗଲେ।

ରାଜଧାନୀ ଜୟଦେବ ବିହାର ଅଞ୍ଚଳରେ ସୃଷ୍ଟି ହୋଇଥିଲା ସଂଗିନ ପରିସ୍ଥିତି। ବସ୍ତି ଅଞ୍ଚଳରେ ଅବସ୍ଥା ବାର୍ ବାଜି ଥିବା ବେଳେ ଆପାର୍ଟମେଣ୍ଟରେ ଥାଇ ଉଦ୍ଧାର ପାଇଁ ଡାକ ଛାଡ଼ିଥିଲେ ଲୋକେ। ଆଜି ସକାଳ ୯ଟା ବେଳକୁ ବମିଖାଲ ବସନ୍ତ ବିହାର ଭିଲ୍ଲାରେ ଛିଡ଼ା ହୋଇଥିଲା ଛାତିଏ ଉଚ୍ଚର ପାଣି। ଆଉ ପାଣିରେ ଭାସୁଥିଲା ବହୁ ଦାମୀ କାର। ସେହିପରି ପୁରୁଣା ଭୁବନେଶ୍ୱର ଗୌରୀ ନଗର ଅଞ୍ଚଳରେ ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା। ରାତିରେ ଶୋଇଥିବା ବେଳେ ଘରେ ଡ୍ରେନ୍‌ ପାଣି ପଶିଲା। ଘର ଭିତରେ ଭାସିଲା ବାସକୁସନ୍‌ ଓ ଅନ୍ୟାନ୍ୟ ଜୀନିଷପତ୍ର। ସେହିପରି ଗ୍ୟାରେଜ୍ ଛକରେ ବିରାଟ ହ୍ରଦର ଭ୍ରମ ସୃଷ୍ଟି କରିଥିଲା ବର୍ଷା ଜଳ। ଏପଟେ ଖଣ୍ଡିଗିରି ଜାଗମରା ଅଞ୍ଚଳରେ ବି ନଈ ବଢ଼ି ଭଳି ଲହଡ଼ି ଭାଙ୍ଗୁଥିଲା ପାଣି। ଏମିତି ପାଣିରେ ଭିତରେ ଫସି ରହିଥିବା ଲୋକଙ୍କୁ ପାଓ୍ୱାର ବୋଟ୍‌ ସାହାଯ୍ୟରେ ଉଦ୍ଧାର କରାଯାଇଥିଲା।

ସିଲ୍‌ଭର ସିଟିର ଅବସ୍ଥା ବେହାଲ୍‌

ଲଗାଣ ବର୍ଷା ଯୋଗୁ ସିଲ୍‌ଭର ସିଟି କଟକ ବେହାଲ ହୋଇଥିଲା। ବର୍ଷା ପାଣି ନିଷ୍କାସନ ହୋଇନପାରି ଜମି ରହିଥିଲା। ଡ୍ରେନ୍‌ ଓ ରାସ୍ତା ଜଣାପଡ଼ୁନାହିଁ। ବାଦମବାଡ଼ି, ଲିଙ୍କରୋଡ, ପଟାପୋଲ, ବକ୍ସିବଜାର ପରି ପ୍ରତି ସାହି ଓ ଗଳିକନ୍ଦିରେ ବର୍ଷା ପାଣି ଲହଢ଼ି ମାରୁଥିଲା। ତୁହାକୁ ତୁହା ବର୍ଷା ଭିତରେ ବଢ଼ିଚାଲିଛି ଜଳବନ୍ଦୀ ସହରବାସୀଙ୍କ ଦୁର୍ଦ୍ଦଶା।

ଭାସିଲେ ବାବୁ

ସହରବାସୀଙ୍କ କଥା ବୁଝୁଥିବା ଜିଲ୍ଲାପାଳଙ୍କ ଅଫିସ୍‌ ଓ ଥାନରେ ପଶିଥିଲା ବର୍ଷା ଜଳ। ବିଜୁ ପଟ୍ଟନାୟକ ଛକ ନିକଟରେ ଥିବା ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଜମି ରହିଥିଲା ଆଣ୍ଠୁଏ ଉଚ୍ଚରେ ପାଣି। ବାବୁଙ୍କ ଚେୟାର ବୁଡ଼ି ଯିବାକୁ ବସିଲାଣି। ପାଣିରେ ଭାଶୁଥିଲା ଦରକାରୀ ସରକାରୀ କାଗଜପତ୍ର ଓ ଫାଇଲ। ଅଫିସ୍‌ରେ ପାଣି ପଶିଥିବାରୁ ବାବୁ ନାହାନ୍ତି। କେବଳ କିଛି ତଳିଆ କର୍ମଚାରୀ ସେଠି ଚକ୍କର ମାରୁଥିବା ଦେଖିବାକୁ ମିଳୁଥିଲା। ସେହିପରି ବିଡ଼ାନାସୀ ଥାନାରେ ମଧ୍ୟ ପାଣି ପସିଥିଳା। ଥାନା ଭିତରେ ଲହଡ଼ି ମାରୁଛି ନର୍ଦ୍ଦମା ପାଣି।  ସେହିପରି କନିକା ଛକରେ ରହୁଥିବା ବହୁ ବିଚାରପତିଙ୍କ ଘରେ ମଧ୍ୟ ପଶିଥିଲା ପାଣି। ଯାହାକୁ ନେଇ ସହରବାସୀଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଥିଲା।



from OdishaReporter https://ift.tt/2LruZEY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages